Home ଜିଲ୍ଲା ପରିକ୍ରମା ନରହନ୍ତାଙ୍କୁ ଆଜୀବନ ଜେଲ

ନରହନ୍ତାଙ୍କୁ ଆଜୀବନ ଜେଲ

13

ଭଦ୍ରକ, ୧୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)-୨୦୧୮ ମସିହା ଅକ୍ଟୋବର ମାସ ୪ ତାରିଖରେ ନୟାକାଣୀ ଡ଼ିହି ଥାନା ଛତ୍ରପଦା ଗ୍ରାମର ବ୍ରହ୍ମାନନ୍ଦ (ବାବୁ) ମହାଳିକର ହତ୍ୟାକାରୀ ସେହି ଗ୍ରାମର ତିନି ଭାଇ ଚୈତନ୍ୟ ମଳିକ, ମନ୍ମମଥ ମଳିକ ଓ ହରିହର ମଳିକ ଓ ଚୈତନ୍ୟଙ୍କ ପୁତ୍ର ସାଗର ମାଳିକ ଏଭଳି ମୋଟ ୪ ଜଣଙ୍କୁ ଆଜୀବନ ଜେଲ ଦଣ୍ଡ ଓ ୧୦ ହଜାର ଟଙ୍କା ଜୋରିମାନା ଓ ଜୋରିମାନା ଅନାଦେୟ ପୁନଶ୍ଚ ୨ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ଭଦ୍ରକ ଅତିରିକ୍ତ ଜିଲ୍ଲା ତଥା ଦୌରା ଜଜ ଶ୍ରୀ ପ୍ରଭାତ କୁମାର ରାଜଗୁରୁ ନିର୍ଦ୍ଦେଶ ଦେଇଛନ୍ତି। ବିବରଣୀ ଅନୁଯାୟୀ ଗତ ୨୦୧୮ ମସିହା ଅକ୍ଟୋବର ୪ ତାରିଖରେ ବ୍ରହ୍ମାନନ୍ଦ ଙ୍କ ସହ ତାଙ୍କ ପଡୋଶୀ ହରିହରଙ୍କ ଜ୍ୱାଇଁ ତଥା କେନ୍ଦ୍ରାପଡା ଜିଲ୍ଲା ଟୁନୁ ପୁର ଗ୍ରାମର ଶଙ୍କରା ନାୟକ ଙ୍କ ସହ ମୋବାଇଲ କଥାବର୍ତାକୁ ନେଇ ବଚସା ହୋଇଥିଲା। ସେହିଦିନ ସନ୍ଧ୍ୟା ୭ ଟାରେ ଶଙ୍କର ତାଙ୍କ ଘରକୁ ଯାଇ ବ୍ରହ୍ମନନ୍ଦଙ୍କୁ ସାଥିରେ ଡାକି ଆଣିଥିଲା। ସେଠାରୁ ନିକଟସ୍ଥ ଛତ୍ରପଦା ସୁଇସ ଗେଟ ନିକଟକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଓ ତାଙ୍କ ଶଶୁର ହରିହର, ଚୈତନ୍ୟ, ମନ୍ମମଥ ମଳିକ ଓ ସାଗର ମିଳିତ ଭାବରେ ମରଣାନ୍ତକ ଆକ୍ରମଣ କରି ତାକୁ ହତ୍ୟା କରିବା ସହ ମୃତଦେହକୁ ନିକଟସ୍ଥ ଛତ୍ରପୁର ସୁଇସ ଗେଟର ୨୦ ଫୁଟ ତଳକୁ ଫୋପାଡି ଦେଇଥିଲେ। ତା ପରଦିନ ଦିନ ୧୧ଟା ବେଳକୁ ବ୍ରହ୍ମାନନ୍ଦଙ୍କ ମାଆ ଶାନ୍ତିଲତା ଓ ଗ୍ରାମବାସୀ ମୃତଦେହକୁ ପାଇ ପୋଲିସକୁ ଲିଖିତ ଆକାରରେ ଜଣାଇଥିଲେ। ପୋଲିସ ଥାନା କେସ ନଂ ୧୨୪/୨୦୧୮ ଦଫା -୩୦୨/୩୪ରେ ଏକ ମାମଲା ୠଜୁକରି ଅଭିଯୁକ୍ତ ହରିହର, ଚୈତନ୍ୟ , ମନ୍ମମଥ ଓ ଚୈତନ୍ୟଙ୍କ ପୁତ୍ର ସାଗରକୁ ଗିରଫ କରିବା ସହ ଚାର୍ଜସିଟ ମଧ୍ୟ ଦାଖଲ କରିଥିଲେ ଓ ଅଭିଯୁକ୍ତମାନେ କିଛିଦିନ ପରେ ଜାମିନରେ ଥିଲେ। ମାଷ୍ଟର ଶଙ୍କର ଆଦ୍ୟାବଧି ଫେରର ଅଛି। ସମସ୍ତ ସାକ୍ଷ୍ୟ ପ୍ରମାନ ଗ୍ରହଣ କରି ମାନ୍ୟବର କୋର୍ଟ ଧି ରାୟ ଶୁଣାଇଛନ୍ତି। ଅଭିଯୋଗକାରୀଙ୍କ ତରଫରୁ କେଡର ଭୁକ୍ତ ପବ୍ଲିକ ପ୍ରସିକ୍ୟୁଟର ପ୍ରଦୀପ କୁମାର ସାମଲ ମାମଲା ପରିଚାଲନା କରୁଥଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.