ଭଦ୍ରକ, ୧୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମାନ୍ୟବର ଉଚ୍ଚ ନ୍ୟାୟାଳୟ ଶବ୍ଦ ପ୍ରଦୁଷଣ କୁ ନିୟନ୍ତ୍ରଣ କରିବାପାଇଁ ବିଭିନ୍ନ କଟକଣା ଲାଗୁ କରିଥିବାବେଳେ ଧାମନଗର ଅଂଚଳ ରେ ଏହାର ଖୋଲା ଉଲଂଘନ ହେଉଥିବା ଦେଖିବାକୁ ମିଳିଛି।ଧାମନଗର ଅଂଚଳରେ ବିଭିନ୍ନ ପର୍ବପର୍ବାଣି ରେ ବହୁଳ ଭାବେ ଡିଜେ ବ୍ଯବହାର ଜନସାଧାରଣଙ୍କୁ ଅତିଷ୍ଠ କରୁଛି।ଏଦିଗରେ ପୋଲିସ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଆଇନର କାର୍ଯ୍ୟକାରିତା କୁ ନେଇ ଲୋକଙ୍କ ଭରସା ତୁଟିବାକୁବସିଚି।ଗତ ରବିବାର ରାତିରେ ଧାମନଗର ବଜାର ରେ ମେଳଣ ଶୋଭାଯାତ୍ରାରେ ବହୁ ଡିଜେ ଗୋଟିଏ ସ୍ଥାନରେ ଏକ ସମୟରେ ବାଜିବା ଲୋକଙ୍କୁ ଅତିଷ୍ଠ କରିଛି।ଧାମନଗର ମେଡିକାଲ ପାଖ ଶାମପୁର ମେଳଣ ପଡିଆରେ ପ୍ରତିବର୍ଷ ଭଳି ଏବର୍ଷ ବହୁ ଆଡମ୍ବରରେ ମେଳଣ ଯାତ୍ରା ହୋଇଥିଲା।ରବିବାର ବିଳମ୍ବିତ ରାତ୍ରି ରୁ ସୋମବାର ସକାଳ ସାତଟା ପର୍ଯ୍ୟନ୍ତ ଶ୍ରୀଜିଉ ମାନଙ୍କୁ ଶୋଭାଯାତ୍ରାରେ ମେଳଣ ପଡିଆ ପର୍ଯ୍ୟନ୍ତ ନିଆଯାଇଥିଲା।ଏହି ଶୋଭାଯାତ୍ରାରେ ଗୋଟିଏ ସ୍ଥାନରେ ଏକ ସମୟରେ ଦଶଟି ଡିଜେ ବାଜୁଥିଲା।ଅତି ଅଧିକ ଭଲ୍ୁ୍ୟମରେ ଡିଜେ ଗୁଡିକ ବାଜୁଥିବାବେଳେ ଆଖପାଖର ଲୋକେ ରାତିରେ ଶୋଇପାରିନଥିଲେ।ଡିଜେର ଅତି ଉଚ୍ଚ ଶବ୍ଦରେ ଘରର କବାଟ ଝରକା ଦୋହଲି ଯାଉଥିଲା।ଏପରିକି ନିକଟରେ ଥିବା କେତେକ ମେଡିସିନ ଷ୍ଟୋରରେ ଔଷଧ ତଳେପଡି ନଷ୍ଟ ହୋଇଥିବା ଜଣାଯାଇଛି।ପାଖରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଥିବାବେଳେ ରାତି ପାହିଲେ ସୋମବାର ସକାଳ ୭ ଟାରେ ପିଲାମାନଙ୍କ ପରୀକ୍ଷା ଆରମ୍ଭ ହୋଇଥିଲା।ସେଥିପ୍ରତି କାହାରି ନଜର କିମ୍ବା ଭୃକ୍ଷେପ ନଥିଲା।ଏପରିକି ପରୀକ୍ଷା ସକାଳ ୭ଟାରେ ହେବାକୁଥିବାବେଳେ ସକାଳ ୭ଟା ୩୦ ମିନିଟ ପର୍ଯ୍ୟନ୍ତ ଡିଜେ ଗୁଡିକ ବାଜୁଥିଲା।ଧାମନଗର-ଦୋବଲ ମୁଖ୍୍ୟ ରାସ୍ତାର ମେଡିକାଲ ବଜାର ରେ ବଡ ବଡ ଡିଜେ ବାଜୁଥିବାବେଳେ ବହୁ ସଂଖ୍୍ୟାରେ ଲୋକେ ରାସ୍ତା ଅବରୋଧ କରିଥିଲେ।ଯାତ୍ରୀବାହୀ ବସ ଶୋଭାଯାତ୍ରା ପାଇଁ ଅଟକି ରହିଥିବାବେଳେ ଶହଶହ ସଂଖ୍୍ୟା ରେ ଛାତ୍ର ଛାତ୍ରୀ ପରୀକ୍ଷା ଦେବାକୁ ଯିବା ପାଇଁ ରାସ୍ତାରେ ହଇରାଣ ହୋଇଥିଲେ। ଧାମନଗର ଥାନା ଅଧିକାରୀ ଘଟଣାସ୍ଥଳରେ ପହଂଚି ସକାଳ ୭ ଟା ୩୦ ରେ ଡିଜେ ବନ୍ଦ କରିଥିଲେ।ସେହିପରି ସୋମବାର ରାତି ରୁ ଚୁଡ଼ାକୁଟି ମେଲଣ ହେଉଥିବା ବେଳେ କଲିକତା ରୁ ବଡ ବଡ ଡିଯେ କୁ ଆଣି ବଜାଇବା ଦ୍ୱାରା ସମଗ୍ର ଚୁଡ଼ାକୁଟି ଅସ୍ତବେସ୍ତ ହୋଇ ପଡୁଥିଲା। ଏପରି କି ଡି ଯେ ଗୁଡିକ ପ୍ରାୟ ୧୫ ଫୁଟ ଚଉଡ଼ା ହୋଇ ଥିବାରୁ ରାସ୍ତା ପୁରା ଯାମ ହୋଇଥିଲା ।ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ଡୀ ଯେ ବାଜୁ ଥିବାରୁ ଧାମନଗର ପୋଲିସ ଯାଇବନ୍ଦ କରିବା ଦ୍ୱାରା ପୋଲିସ ଓ ଠାକୁର ବାଡ଼ିଆ ଙ୍କ ମଧ୍୍ୟ ରେ ଉଚ୍ଚ ବାଚ ଯୁକ୍ତିତର୍କ ମଧ୍୍ୟ ହୋଇ ଥିଲା ତେବେ ସେଠାରେ ତିନୋଟି ବିଦ୍ୟାଳୟ ରହିଥିବା ବେଳେ ଏବେ ବାର୍ଷିକ ପରୀକ୍ଷା ଚାଲିଚି ଥିବାରୁ ଦିନ ୧୦ ଟା ପର୍ଯ୍ୟନ୍ତ ଡି ଜେ ବନ୍ଦ କରାଯାଇ ଥିଲା ପରେ ଡିଯେ ବାଜି ଥିଲା ପାଖାପାଖି ଦିନ ୧୨ ଯାଏ ଡି ଜେ ବାଜି ଥିଲା ଏହି ସମୟରେ ଜରୁରୀ କାଳୀନ ସେବା ଗାଡି ଯାଇ ନ ପାରି ଫେରି ଥିବା ବେଳେ ଧାମନଗର ଅଂଚଳ ର ସାବିତ୍ରୀ ସାହୁ ଏକ ଅଟୋ ରେ ଭଦ୍ରକ ଡାକ୍ତର ଖାନା କୁ ଯାଉଥିବା ବେଳେ ଏହି ଜାମରେ ଫସିଥିବା ଦେଖିବାକୁ ମିଳିଥିଲା। ତେବେ ଏପରି ପରିସ୍ଥିତି ରେ ପ୍ରଶାସନ କେମିତି ଅନୁମତି ଦେଉଛନ୍ତି ଡିଜେ ବଜାଇବା ପାଇଁ ତାହା ସଧାରଣ ରେ ଆଲୋଚ୍ୟ ବିଷୟ ହୋଇଛି ।ଧାମନଗରରେ ଶବ୍ଦ ପ୍ରଦୁଷଣ ଦିନକୁଦିନ ଉତ୍କଟ ହେଉଥିବା ବେଳେ ଭଦ୍ରକ ଜିଲ୍ଲାପାଳ ଏଥିପ୍ରତି ଦୃଢ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହେଉଛି। ବାସ୍ତବରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ତେବେ ଅଧିକ ସଂଖ୍ୟକ ପୋଲିସ ନଥିବାରୁ ଆୟତ କରି ହୋଇନାହିଁ।ତେବେ ଆଗାମୀ ଦିନରେ ପୋଲିସ ପ୍ରସ୍ତୁତ ରହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଧାମନଗର ଥାନା ଅଧିକାରୀ ଗୋପାଳ କୃଷ୍ଣ ଜେନା କହିଛନ୍ତି।
Home ଜିଲ୍ଲା ପରିକ୍ରମା ଡିଜେ ଶବ୍ଦରେ ଦୁଲୁକିଲା ଧାମନଗର, ପୋଲିସକୁ ଖୋଲା ଚାଲେଞ୍ଜ, ରାସ୍ତା ଜାମରେ ଆମ୍ବୁଲାନ୍ସ ଫେରିଲା, ପରୀକ୍ଷାର୍ଥୀଙ୍କୁ...