ଭଦ୍ରକ, ୧୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଗ୍ରାମାଂଚଳ ଥାନା ଅଧୀନ କାଉପୁର -ଅଣିଜୋ ରାସ୍ତାରେ ଏକ ସୁନା ବ୍ୟବସାୟିଙ୍କୁ ହାଣି ଲୁଟ ହୋଇଛି। ତାଙ୍କ ନିକଟରୁ ୭ ଲକ୍ଷ ଟଙ୍କାର ଗହଣା ଦୃବୃର୍ତ ଲୁଟି ଫେରାର ହୋଇଛନ୍ତି। କାଉପୁର ପଂଚାୟତ କାର୍ଯ୍ୟାଳୟ ସଂମୁଖ ରାସ୍ତାରେ ଏହି ଲୁଟ ରାତିରେ ଘଟିଛି। ଗୁରୁତର ସୁନା ବ୍ୟବସାୟୀ ଙ୍କ ଘର ଅଗରପଡା ଥାନା ଅଧୀନ ଚାରୀଗାଁ ପଂଚାୟତର ଅଜୟ ସାହୁ। ଅଜୟ ଭଦ୍ରକ ବ୍ଲକ କାଉପୁର ଦୈସିଂ ବଜ଼ାରରେ ସୁନା ଦୋକାନ ଖୋଲି ଥିଲେ। ସବୁଦିନ ଭଳି ଆଜି ଦୋକାନ ବନ୍ଦ କରି ନିଜ ଘର ଚାରି ଗାଁ ଫେରୁଥିଲେ । ସେ ଗହଣା ଥିବା ଏକ ବ୍ୟାଗ କୁ ଗାଡି ଡ଼ିକିରେ ରଖିଥିଲେ। ତାଙ୍କ ସହ ଆଉ ଜଣେ ସହଯୋଗୀ ଥିଲେ। ଯାଉଥିବା ରାସ୍ତାରେ ଦୁଇ ଜଣ ଲୁଟେରା ଏକ ବାଇକ ରେ ଆସି ଆଡା ପକାଇଥିଲେ।ଅଜୟଙ୍କୁ ଭୁଜାଲିରେ ହାଣିଥିଲେ। ସହଯୋଗୀ ପ୍ରତିବାଦ କରିବାରୁ ତାଙ୍କୁ ବି ଆକ୍ରମଣ କରିଥିଲେ। ଧସ୍ତା ଧସ୍ତି ଭିତରେ ଅଜୟ ଓ ତାଙ୍କ ବାଇକ ତଳେ ପଡିଯାଇଥିଲା। ଲୁଟେରା ଚାବି ରେ ଡ଼ିକି ଖୋଲି ଗହଣା ବ୍ୟାଗ ଧରି ଚମ୍ପଟ ମାରିଥିଲେ।ପରେ ସ୍ଥାନୀୟ ଲୋକେ ଗୁରୁତର ଅଜୟଙ୍କୁ ଭଦ୍ରକ ମେଡ଼ିକାଲ ପଠାଇଛନ୍ତି। ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି। ଲୁଟେରା ମାନେ ସହର ଛାଡି ଏବେ ଗାଁ ମୁହାଁ ହୋଇଛନ୍ତି। ନିପଟ ଗାଁରେ ଏହି ଲୁଟ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳାଇଛି।