ଭଦ୍ରକ, ୧୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ସାବରଙ୍ଗ ଥାନା ଅଧୀନସ୍ଥ ବରହମପୁର ଗ୍ରାମନିବାସୀ ନିରଞ୍ଜନ ସାମନ୍ତରାୟଙ୍କ ପୁତ୍ର ରଂଜନର ମୁଣ୍ଡ ଓ ଡାହାଣ ହାତ ନଥିବା ମୃତଦେହ ରେଳବାଇ ଥାନା ବାଉଦପୁର ନିକଟ ରେଳ ଧାରଣା ପାଶ୍ୱର୍ରୁ ଉଦ୍ଧାର ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତେବେ ପାରିପାଶ୍ୱର୍ିକ ଅବସ୍ଥାରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ରଂଜନର ପରିବାର ଲୋକଙ୍କ ପକ୍ଷରୁ ମୃତକଙ୍କ ବଡଭାଇ ନାରାୟଣ ଚନ୍ଦ୍ର ସାମନ୍ତରା ଓ ମାମୁଁ ବିନୋଦ ବିହାରୀ ପାଲ ଭଦ୍ରକ ସହରାଂଚଳ ଥାନାରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ପତ୍ର ମୂଳେ ରଂଜନ ଭଦ୍ରକ ସହରରେ ଥିବା କନିକା ମେସ୍ରେ ରହି ବରପଦା ଇଂଜିନିୟରିଂ କଲେଜରେ ଡିପ୍ଲୋମା ପଢୁଥିଲେ। ତେବେ ୨ ଦିନ ହେବ ସେ ମେସ୍କୁ ନଫେରିବାରୁ ପରିବାର ଲୋକେ ଖବର ପାଇ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ରେଳବାଇ ପୁଲିସ୍ ଦ୍ୱାରା ଆସିଥିବା ମୁଣ୍ଡ ଓ ଡାହାଣ ହାତ ନଥିବା ଶବକୁ ଚିହ୍ନଟ କରିଥିଲେ। ରଂଜନର ଶରୀରର ଅନ୍ୟ କୌଣସି ସ୍ଥାନରେ କ୍ଷତିଚିହ୍ନ ନଥିବାବେଳେ ମୁଣ୍ଡ ଓ ଡାହାଣ ହାତଟି ନଥିବାର ଦେଖାଯାଇଥିଲା। ଶବଟି ରାନ୍ଦିଆ ଓ ବାଉଦପୁର ରେଳଷ୍ଟେସନ ମଝିରେ ଥିବା ସାଳନ୍ଦୀ ବ୍ରିଜ୍ ରେଳଧାରଣା ନିକଟରୁ ଉଦ୍ଧାର କରାଯାଇଥିଲା। ବହୁ ଖୋଜାଖୋଜି ପରେ ମଧ୍ୟ ମୁଣ୍ଡ ଓ ହାତଟି ମିଳିନଥିବାବେଳେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ପରେ ରେଳବାଇ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
Home ଜିଲ୍ଲା ପରିକ୍ରମା ବାଉଦପୁର ନିକଟ ରେଳଧାରଣା ପାଶ୍ୱର୍ରୁ ମୁଣ୍ଡ ଓ ଡାହାଣ ହାତ ବିହୀନ ମୃତଦେହ ଉଦ୍ଧାର, ପରିବାର...