ଭଦ୍ରକ, ୧୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ରାତିରେ ଭଦ୍ରକ ଗ୍ରାମାଂଚଳ ଥାନା ଅଧୀନସ୍ଥ ରାନ୍ଦିଆ ରେଳ ଓଭରବ୍ରିଜ୍ ନିକଟ ମାଧବ ସିନେମା ହଲ୍ ସମ୍ମୁଖରେ ଏକ ଟ୍ରକ୍ ଧକ୍କାରେ ଦୁଇଜଣ ଯୁବକ ପ୍ରାଣ ହରାଇଥିବାର ଜଣାପଡିଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ବନ୍ତ ଥାନା ଅଧୀନସ୍ଥ ସେଣ୍ଢତିରା ରାଧାନଗର ବରପଦା ଗ୍ରାମର ଜଡା ଜେନା ଓ ବଟ ସେଠୀ ଓ ରାଜେଶ ବାରିକ ୩ ଯୁବକ ଏକ ବାଇକ୍ରେ ଭଦ୍ରକରୁ ଘରକୁ ଫେରୁଥିଲେ। ବନ୍ତଛକରୁ ରାଜେଶ ନାମକ ଗଣିଜାଙ୍ଗ ଅଂଚଳରେ ଜଣେ ଯୁବକ ଲିଫ୍ଟ ମାଗି ଉଠିଥିଲେ। ତିନିଜଣ ଯାଉଥିବା ସମୟରେ ରାନ୍ଦିଆସ୍ଥିତ ମାଧବ ହଲ୍ ସମ୍ମୁଖରେ ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜଡା ଓ ବଟଙ୍କର ମୃତ୍ୟୁ ହୋଇଥିବାବେଳେ ରାଜେଶ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଏହି ଘଟଣାରେ ସ୍ଥାନୀୟ ଲୋକେ ଟ୍ରକ୍କୁ ଅଟକ ରଖି ଡ୍ରାଇଭରକୁ ନିସ୍ତୁକ ମାଡ ମାରିବା ସହ ଗଛରେ ବାନ୍ଧି ପକାଇଥିଲେ। ପରେ ଖବର ପାଇ ଭଦ୍ରକ ଗ୍ରାମାଂଚଳ ଥାନା ପୁଲିସ୍ ଘଟଣାସ୍ଥଳରେ ପହଂଚି ଟ୍ରକ୍ ଓ ବାଇକ୍ଟିକୁ ଜବତ କରିବା ସହ ୨ଟି ଶବକୁ ଆଜି ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଯାଇ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।