Home ଜିଲ୍ଲା ପରିକ୍ରମା ଦୃତଗାମୀ ରେଳ ରହଣି ପାଇଁ ସଂସଦରେ ଭଦ୍ରକ ସାଂସଦଙ୍କ ଦାବି

ଦୃତଗାମୀ ରେଳ ରହଣି ପାଇଁ ସଂସଦରେ ଭଦ୍ରକ ସାଂସଦଙ୍କ ଦାବି

4

ଭଦ୍ରକ, ୧୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଭଦ୍ରକ ଲୋକସଭାକ୍ଷେତ୍ର ଅନ୍ତର୍ଗତ ବିଭିନ୍ନ ରେଳ ଷ୍ଟେସନରେ ଦୃତଗାମୀ ରେଳ ଧଉଳି ଏକ୍ସପ୍ରେସ ଓ ଇଷ୍ଟକୋଷ୍ଟ ଏକ୍ସପ୍ରେସର ରହଣି ପାଇଁ ଲୋକସଭାରେ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।କୋଭିଡ ପୂର୍ବବର୍ତୀ ସମୟରେ ଏହି ଏକ୍ସପ୍ରେସ ଦ୍ୱୟ ଅଟକୁଥିବା କେତେକ ଷ୍ଟେସନରେ କୋଭିଡ ପରବର୍ତୀ ସମୟରେ ଅଟକୁ ନଥିବାରୁ ସେହି ଅଞ୍ଚଳର ରେଳ ଉପରେ ନିର୍ଭର କରୁଥିବା ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।କୋଭିଡ ସମୟରେ ରେଳଗାଡ଼ି ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ ରହିଥିବା ବେଳେ ପୁନର୍ବାର ରେଳ ଚଳାଚଳ ପରେ ସୋର,ବାହାନଗା,କେନ୍ଦୁଆପଦା ଷ୍ଟେସନରେ ଆଉ ଅଟକୁନାହିଁ।ସେହିପରି ପୂର୍ବରୁ ମଞ୍ଜୁରୀରୋଡ଼ ରେଳ ଷ୍ଟେସନରେ ଦୃତଗାମୀ ରେଳ ଜନତା ଏକ୍ସପ୍ରେସ ଓ ତିରୁପତି ଏକ୍ସପ୍ରେସ ରହୁଥିବା ବେଳେ ଏହି ରେଳ ଦୁଇଟିକୁ ବନ୍ଦ କରିଦିଆଯିବା ପରେ ବିକଳ୍ପ ଭାବେ ଆଉ କୌଣସି ଦୃତଗାମୀ ରେଳ ରହଣିର ବ୍ୟବସ୍ଥା କରାଯାଇନାହିଁ।ତେଣୁ ଏହି ସବୁ ସମସ୍ୟାକୁ ନେଇ ସାଂସଦ ଶ୍ରୀ ସେଠୀ ଲୋକସଭାରେ ଭଣ୍ଡାରିପୋଖରୀ ବିଧାନସଭା ଅନ୍ତର୍ଗତ ମଞ୍ଜୁରୀରୋଡ଼ ଓ କେନ୍ଦୁଆପଦା ଷ୍ଟେସନ ସମେତ ସୋର, ବାହାନଗା ରେଳ ଷ୍ଟେସନରେ ଧଉଳି ଓ ଇଷ୍ଟକୋଷ୍ଟ ଏକ୍ସପ୍ରେସର ରହଣି ପାଇଁ ରେଳବାଇ କର୍ତୃପକ୍ଷ ପଦକ୍ଷେପ ନେବା ପାଇଁ ଦାବି ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.