Home ଜିଲ୍ଲା ପରିକ୍ରମା ପଦ୍ମାବତୀ ଥିଲେ ଜଣେ ଆଦର୍ଶ ନାରୀ

ପଦ୍ମାବତୀ ଥିଲେ ଜଣେ ଆଦର୍ଶ ନାରୀ

18

ଭଦ୍ରକ, ୧୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅନ୍ତର୍ଗତ ରମ୍ଭିଳା ପଂଚାୟତର ପୂର୍ବତନ ସରପଂଚ ପଦ୍ମାବତୀ ପଣ୍ଡାଙ୍କ ସ୍ମୃତିଚାରଣ ସଭାରେ ବିଶିଷ୍ଟ ବକ୍ତାମାନେ ମତ ପ୍ରକାଶ କରିଛନ୍ତି। ସମାଜସେବୀ, କବି ବାବୁଲାଲ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ,ଜିଲ୍ଲା ପରିଷଦ ସଭ୍ୟ ମଳୟ କୁମାର ଜେନା, ରାଣୀତାଲ ସମ୍ବାଦ ସାହିତ୍ୟ ଘର ସଭାପତି ଭାଗିରଥି ନାୟକ, ରମ୍ଭିଳା ସରପଂଚ ଗଣେଶ ଚନ୍ଦ୍ର ପଣ୍ଡା, ଜଗଦଳପୁର ସରପଂଚ ତିଳୋତମା ମହାପାତ୍ର, ପୂର୍ବତନ ସରପଂଚ ବିଜୟ କୁମାର ମହାପାତ୍ର,ରମ୍ଭିଳାର ସମିତି ସଭ୍ୟା ଙ୍କ ପ୍ରତିନିଧି ମାନସ ରଞ୍ଜନ ପାତ୍ର , ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ପ୍ରଫୁଲ୍ଲ ନାୟକ, ଆଇନଜୀବି କରୁଣାକର ଦାଶ, ଯୋଗୀ ବିନୋଦ ବିହାରୀ ବାରିକ,ଶିକ୍ଷାବିତ ପଦ୍ମଲୋଚନ ମହାପାତ୍ର,କବି ରମେଶ ଚନ୍ଦ୍ର ବେହେରା, ଶିକ୍ଷା ବିତ ପ୍ରଦୀପ ବାରିକ,ଅଟଳ ବାରିକ, ଟିକୁ ଚୌଧୁରୀ,ସୁଶା ଚୌଧୁରୀ, ପଙ୍କଜ ବଳ ଯୋଗ ଦେଇ ଶ୍ରୀ ପଣ୍ଡା ଜଣେ ଆଦର୍ଶ ନାରୀ ଥିଲେ ବୋଲି ନିଜର ମତ ବ୍ୟକ୍ତ କରିଥିଲେ! ଏହି ଅବସରରେ “ସ୍ମୁତି ଆଇନା ରେ ପଦ୍ମାବତୀ’ ପୁସ୍ତକ ଉନ୍ମୋଚିତ ହୋଇଥିଲା!ଶ୍ରଦ୍ଧାଞ୍ଜଳି ସଭା ଆୟୋଜନର ସଫଳତା ପାଇଁ ଶ୍ରୀମତୀ ପଣ୍ଡାଙ୍କ ବଡ଼ପୁଅ ଅନନ୍ତ କିଶୋର ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.