Home ଜିଲ୍ଲା ପରିକ୍ରମା ଧାମରା ନରିସଂହପୁର(ଡିଆଁ) ସେବାଶ୍ରମ ପ୍ରଧାନଶିକ୍ଷକ ଦୁର୍ନୀତିରେ ଉବୁଟୁବୁ

ଧାମରା ନରିସଂହପୁର(ଡିଆଁ) ସେବାଶ୍ରମ ପ୍ରଧାନଶିକ୍ଷକ ଦୁର୍ନୀତିରେ ଉବୁଟୁବୁ

4

ଭଦ୍ରକ, ୧୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ନିକଟସ୍ଥ ନରସିଂହପୁର ଡିଆଁ ଗ୍ରାମରେ ଥିବାଏକ ସେବାଶ୍ରମ ବିଦ୍ୟାଳୟରେ ଥିବା ପ୍ରଧାନ ଶିକ୍ଷକ ଅର୍ଥ ହଡପ କରି ଚାଲିଛନ୍ତି। ଏହି ବୀଷୟରେ ସଂପୃକ୍ତ ଗ୍ରାମବାସୀ ଦୀର୍ଘଦିନ ହେବ ଅଭିଯୋଗ କରି ଆସୁଥିଲେ ମଧ୍ୟ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜାଣି ଶୁଣି ଏ ସବୁ କଥାକୁ ଆଡେଇ ଦେଇ ଚାଲିଛନ୍ତି ବୋଲି ଭଦ୍ରକ ଜିଲ୍ଲାପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଂଚଳବାସୀ ପୁନଃ ଅଭିଯୋଗ କରିଛନ୍ତି।ପ୍ରାପ୍ତ ଖବର ଅନୁଯାଇ ଏହି ବିଦ୍ୟାଳୟରେ ଥିବା ପ୍ରଧାନଶିକ୍ଷକ ସରୋଜ ସାହୁ ଦୀର୍ଘ ୧୫ବର୍ଷ ହେବ ଏହି ବିଦ୍ୟାଳୟରେ କାର୍ଯ୍ୟରତ। ସେ ବହୁ ସମୟରେ ବିଦ୍ୟାଳୟକୁ ନଆସି ଧାମରାରେ ଖୋଲିଥିବା ଦୋକାନରେ ନିଜ ବ୍ୟବସାୟରେ ମନୋ ନିବେଶ କରୁଛନ୍ତି ଏଥିସହ ବିଦ୍ୟାଳୟକୁ ଆସୁଥିବା ଅନୁଦାନ କୌଣସି ଉନ୍ତି ମୂଳକ କାର୍ଯ୍ୟ ରେ ନ ଲଗାଇ ନିଜର ମୁନାଫା କମାଇବାରେ ଲାଗିଛନ୍ତି। ସଂପୃକ୍ତ ପ୍ରଧାନଶିକ୍ଷକ ୭୦ଜଣ ହରିଜନ ପିଲାଙ୍କ ପାଇଁ ଆସୁଥିବା ମଧ୍ୟାହ୍ନ ଭୋଜନ ରୋଷେଇ ଗ୍ୟାସକୁ ବହୁ ସମୟରେ ନିଜ ଘରକୁ ନେଇ ପଳାଇ ଯାଉଥିବା ବେଳେ ଛାତ୍ରଛାତ୍ରୀ ମାନେ ଉପାସ ଭୋକରେ ମଧ୍ୟାହ୍ନ ଭୋଜନ ନ ପାଇ ଉପାସରେ ଫେରୁଛନ୍ତି। ଏ ସମସ୍ତ ବିଷୟରେ ଗ୍ରାମବାସୀ ଅଭିଯୋଗ ଆଣିଲେ ସଂପୃକ୍ତ ପ୍ରଧାନ ଶିକ୍ଷକ ସେମାନଙ୍କୁ ଗାଳି ଗୁଲଜ ଦେବା ସହ ଏହି ବିଷୟରେ କୌଣସି ଲିଖିତ ଅଭିଯୋଗ ଆଣିଲେ ସେମାନଙ୍କୁ ସେ ଭଦ୍ରକ ରେ ଦେଖିନେବି ବୋଲି ମଧ୍ୟ ଧମକାଇବାକୁ ପଛାଉ ନାହାନ୍ତି। ଦୀର୍ଘ ୧୫ବର୍ଷ ହେବ ସେ ଏହି ବିଦ୍ୟାଳୟରେ କାର୍ଯ୍ୟରତ ଥିବା ସତ୍ୱେ କିପରି ତାଙ୍କର ବଦଳି ଅନ୍ୟତ୍ର କରାଯାଉ ନାହିଁ ବୋଲି ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ତିରନ୍ତ ସଂପୃକ୍ତ ପ୍ରଧାନ ଶିକ୍ଷକ ସରୋଜ ସାହୁଙ୍କ ଅନ୍ୟତ୍ର ବଦଳି କରା ନଗଲେ ଗ୍ରାମବାସୀ ସଂପୃକ୍ତ ସେବା ଶ୍ରମ ବିଦ୍ୟାଳୟକୁ ଆଉ ନିଜର ଛୁଆ ମାନଙ୍କୁ ଛାଡିବେ ନାହିଁ ଏବଂ ବିଦ୍ୟାଳୟ ଆଗରେ ଗଣଧାରଣ ଦେବେ ବୋଲି ଚେତାବନୀ ଦେଇଛନ୍ତି। ଏ ବାବଦରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ପଚାରିବାରୁ ସେ ଏହି ଅଭିଯୋଗ ବିଷୟରେ ଅବଗତ ଅଛନ୍ତି ବୋଲି କହିଥିବା ବେଳେ କାହିଁକି ସଂପୃକ୍ତ ପ୍ରଧାନଶିକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ବୋଲି ପ୍ରଶ୍ନକୁ ଏଡାଇ ଯାଇଥିଲେ। ଭଦ୍ରକ ଜିଲ୍ଲାପାଳ ତୁରନ୍ତ ସଂପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ଏହି ବିଦ୍ୟାଳୟରୁ ଅନ୍ୟତ୍ର ବଦଳି କରିବାକୁ ଗ୍ରାମବାସୀ ଦାବୀ କରିବା ସହ ସେ କରିଥିବା ଅନିୟମିତତା ବିରୁଦ୍ଧରେ ତଦନ୍ତ କରିବାକୁ ମଧ୍ୟ ଦାବୀ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.