ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ସେନାରେ ଦୀର୍ଘ ୧୫ବର୍ଷ ହେବ କାର୍ଯ୍ୟ କରି ଆସୁଥିବା ଚାନ୍ଦବାଲି ବ୍ଲକ ନାଲଗୁଣ୍ଡା ଗ୍ରାମର ଯବାନ(ଲାନ୍ସ ନାୟକ) ସମ୍ବିତ କୁମାର ଦାସ ଶହୀଦ ହୋଇ ଯାଇଛନ୍ତି। ଗତ ୧୧ତାରିଖ ଦିନ ସମ୍ବିତଙ୍କ ସ୍ତ୍ରୀଙ୍କ ପାଖକୁ ଏକ କଲ ଆସିଥିଲା ଯେ ତାଙ୍କ ସ୍ୱାମୀ ଶ୍ରୀନଗରରେ କାର୍ଯ୍ୟରତ ଥିବା ବେଳେ ଶହୀଦ ହୋଇ ଯାଇଛନ୍ତି। ଏହି କଥାକୁ ୨ଦିନ ଅପେକ୍ଷା କରିବା ପରେ ଆଜି ସକାଳ ସମୟରେ ଜାମ୍ମୁ କାଶ୍ମୀର ର ଶ୍ରୀନଗରରୁ ସହୀଦ ସମ୍ବିତଙ୍କ ଶବ ଆସି ନିଜ ଗ୍ରାମ ନାଲଗୁଣ୍ଡାରେ ପହଂଚିଥିଲା। ଭାରତୀୟ ସେନା ପକ୍ଷର ଏକ ୧୦ଜଣିଆ ଟିମ ସମ୍ବିତଙ୍କ ଶବକୁ ନିଜ ଗ୍ରାମ ନାଲଗୁଣ୍ଡାରେ ପହଂଚିବା ପରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିବା ବେଳେ କାହାରିଙ୍କ ପାଟିରୁ ଭାଷା ବାହାରି ନଥିଲା ବେଳେ ସମସ୍ତଙ୍କ ଆଖିରେ ଲୁହ ପରିବେଶକୁ ଶୋକାକୂଳ କରି ଦେଇଥିଲା। କେଉଁ ପରିସ୍ଥିତିରେ ସମ୍ବିତ ଶହୀଦ ହେଲେ ସମ୍ବିତଙ୍କ ଦାଦା ଜୟଦେବ ଦାସ ନିଜ ପୁତୁରାଙ୍କ ଶବ ନେଇ ଆସିଥିବା ଭାରତୀୟ ସେନା କର୍ମଚାରୀଙ୍କୁ ପଚାରିଥିବା ବେଳେ କେବଳ ଏତିକି ଉତର ଥିଲା ସମ୍ବିତ ସେନା କ୍ୟାଂଟିନରୁ ଫେରୁଥିବା ବେଳେ ପଛରୁ କେହି ତାଙ୍କ ଉପରକୁ ୩ରାଉଣ୍ଡ ଗୁଳି ଚଳାଇଥିଲା। ଏବଂ ଘଟଣା ସ୍ଥଳରେ ସମ୍ବିତଙ୍କ ମୃତ୍ୟୂ ହୋଇଥିଲା। ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଏବଂ ତଦନ୍ତ ରିପୋର୍ଟ ଆସିବା ପରେ ସମସ୍ତ ତଥ୍ୟ ଲୋକ ଲୋଚନକୁ ଆସିବ ବୋଲି ଜଣାଯାଇଛି। ଆଜି ସମ୍ବିତଙ୍କ ମର ଶରୀର ନିଜ ଗ୍ରାମ ନାଲଗୁଣ୍ଡାରେ ପହଂଚିବା ପରେ ଗ୍ରାମବାସୀ ଏକ ବିଶାଳ ପଟୁଆରରେ ତାଙ୍କ ମରଶରୀରକୁ ନିଜ ଗ୍ରାମ ପରିକ୍ରମା କରାଇବା ପରେ ନିଜ ଗ୍ରାମ ଶଶ୍ମାନରେ ଜୁଇ ଜଳିଥିଲା। ଏଠାରେ ଉଲ୍ଲେଖ ଯୋଗ୍ୟ ସ୍ୱର୍ଗତ ସମ୍ବିତ ଦାସଙ୍କ ପିତା ବିଷ୍ନୁ ମୋହନ ଦାସ ଜଣେ ଶିକ୍ଷକ ଥିବା ବେଳେ ସମ୍ବିତ ତାଙ୍କର ଏକ ମାତ୍ର ପୁଅ ଥିଲା। ସମ୍ବିତଙ୍କ ଏପରି ମୃତ୍ୟୁ କୁ ସାଧାରଣ ଲୋକେ ସହଜରେ ଗ୍ରହଣ କରି ପାରୁ ନଥିବା ବେଳେ ସମ୍ବିତଙ୍କ ସ୍ତ୍ରୀ ଏବଂ ୨ ପୁଅ ନିଜର ବାପାଙ୍କୁ ହରାଇ ଆଗାମୀ ଦିନରେ କଣ କରିବେ ଏବଂ ତାଙ୍କ ବାପାଙ୍କର ମୃତ୍ୟୂର ଶବ ବ୍ୟବଛେଦ ରିପୋର୍ଟ ଏବଂ ଏହି କେସର ତଦନ୍ତ ରିପୋର୍ଟ ଆସିବା କୁ ଗ୍ରାମବାସୀ ଅପେକ୍ଷା କରିଥିବା ବେଳେ ସହୀଦ ସମ୍ବିତଙ୍କ ମୃତ୍ୟୁର କାରଣ ମଧ୍ୟ ଖୋଜୁଛନ୍ତି।