Home ଜିଲ୍ଲା ପରିକ୍ରମା ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଓ ରୂପାୟନ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ...

ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଓ ରୂପାୟନ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

64

ଭଦ୍ରକ, ୧୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଗବାନଙ୍କ ସୃଷ୍ଟିରେ ନାରୀ ଏକ ଅନବଦ୍ୟ ସୃଷ୍ଟି। ତାର ସ୍ଥିତି ପରିସ୍ଥିତି ଓ ଜୀବନ ପ୍ରବାହ ହିଁ ସାମଗ୍ରିକ ଭାବେ ଏକ ସମାଜର ପରିଚୟ। ଅନାଦି କାଳରୁ ନାରୀର ଭୂମିକା ବେଶ୍ ସୁସ୍ପଷ୍ଟ। ଏକ ମୂଲ୍ୟନିଷ୍ଠ ଓ ଦୁର୍ନୀତିମୁକ୍ତ ସମାଜ ଗଠନରେ ନାରୀର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏକ ପରିପୂର୍ଣ୍ଣ ସୁନ୍ଦର ସୁସ୍ଥ ସମାଜ ନାରୀ ବିନା ସମ୍ଭବ ନୁହେଁ। ସେ ସମାଜର କେବଳ ଅବିଚ୍ଛେଦ ଅଙ୍ଗ ନୁହେଁ, ବରଂ ପ୍ରମୁଖ ଅଙ୍ଗ । ମହିଳାମାନଙ୍କୁ ଆର୍ଥିକ ଓ ସାମାଜିକ ସ୍ତରରେ ସମୃଦ୍ଧ ଓ ସଶକ୍ତି କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବହୁ ଯୋଜନା ମଧ୍ୟରେ ‘ସୁଭଦ୍ରା’ ଆଜି ସେମାନଙ୍କୁ ସ୍ୱାବଲମ୍ବୀ କରାଇଛି ବୋଲି ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ପକ୍ଷରୁ “ରୂପାୟନ ଟ୍ରଷ୍ଟ”ର ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ “ନାରୀ ତୁ ବିରାଙ୍ଗନା” ଶୀର୍ଷକ କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ମତ ଦେଇଛନ୍ତି। ଟ୍ରଷ୍ଟି ମୁଖ୍ୟ ଶ୍ରଦ୍ଧାଞ୍ଜଳି ରାୟଙ୍କ ଅଧ୍ୟକ୍ଷତାରେ ଗୀତଗୋବିନ୍ଦ ସଦନ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମୁଖ୍ୟବକ୍ତା ଭାବେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ଡ. ସଂଘମିତ୍ରା ଭଂଜ, ସମ୍ମାନିତ ଅତିଥି ଭାବେ ଇଂ ସୁଶ୍ରୀ ଦୀପ୍ତିରେଖା ପଟ୍ଟନାୟକ, ଡ. ଜୟନ୍ତୀ ରଥ, ଡ. ସୁଜାତା ପ୍ରସାୟତ, ଓପିଏମ୍‌ଡିସିର ନିର୍ଦ୍ଦେଶକ ରବିନ୍ଦ୍ର କୁମାର ସାହୁ, ବରିଷ୍ଠ ସାମ୍ବାଦିକ ଓ କବି ପ୍ରମୋଦ ରାୟ, ଡିସିବି ବ୍ୟାଙ୍କ ମ୍ୟାନେଜର ସୁଜାତା ମିଶ୍ର, କ୍ରିଷ୍ଣା ମିଶ୍ର, ଆଇନ୍‌ଜୀବୀ ସତ୍ୟରଂଜନ ସେନାପତି ପ୍ରମୁଖ ଯୋଗଦେଇ ଏହି ଦିବସର ପ୍ରାସଙ୍ଗିକତା ଉପରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ରୂପାୟନର ଏକ ମୁଖପତ୍ରକୁ ଅତିଥିମାନେ ଉନ୍ମୋଚନ କରି ସମାଜର ବିଭିନ୍ନ ବର୍ଗରେ ପାରଦର୍ଶିତା ଲାଭ କରିଥିବା ସୁନାମଧନ୍ୟ କବି, ଡାକ୍ତର, ଯୁବ ଉଦ୍ୟୋଗୀ, ସମାଜସେବୀଙ୍କୁ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ ପୁଷ୍ପଗୁଚ୍ଛ, ଉତରୀୟ, ଚାରା ଓ ସ୍ମୃତିଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ କଳାକାରମାନଙ୍କ ଦ୍ୱାରା ସଂଗୀତ ପରିବେଷଣ କରାଯାଇଥିଲା। ଏଥିସହିତ ଓଡ଼ିଶାର ସୁନାମଧନ୍ୟ କବିଙ୍କ ଦ୍ୱାରା କବିତା ପାଠ ହେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନୁସୟା ସାହୁ ସଂଯୋଜନା କରିଥିବାବେଳେ ରାଜ୍ୟ ସଭାପତି ଆଶୁତୋଷ ଦାସ, କାର୍ଯ୍ୟକାରୀ ସଭାପତି ମନୋରଂଜନ ହରିଚନ୍ଦନ, ଉପସଭାପତି ଅଜିତ ନାୟକ, ସଭାପତି ତାପସ ସାହୁ, ଆଇନ୍ ପରାମର୍ଶଦାତା ତାପସ ପାଣି, ଦିଲ୍ଲୀପ ସେଠୀ, ସହ ସଂପାଦିକା ସ୍ମୃତିରେଖା ନାୟକ, କବି ପ୍ରତାପ ନାୟକ, ବେବିରାଣୀ ଦାସ, ଶ୍ୟାମସୁନ୍ଦର ମହାପାତ୍ର, ବୀରକିଶୋର ପ୍ରଧାନ, ସ୍ମୃତିରେଖା ନାୟକ, ଆରଜୋ ବିବି ପ୍ରମୁଖ ଉପସ୍ଥିତ ଥିବାବେଳେ ତଥାପି ପ୍ରଧାନ ଓ ପ୍ରଦୀପ କୁମାର ସ୍ୱାଇଁ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.