Home ଜିଲ୍ଲା ପରିକ୍ରମା ୧୦ ଦଫା ଦାବି ନେଇ ଆଶାକର୍ମୀଙ୍କ ବିକ୍ଷୋଭ

୧୦ ଦଫା ଦାବି ନେଇ ଆଶାକର୍ମୀଙ୍କ ବିକ୍ଷୋଭ

22

ଭଦ୍ରକ, ୧୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ, ଭଦ୍ରକ ଜିଲା ଶାଖା ତରଫରୁ ଆଜି ଶତାଧିକ ମହିଳା ବିଭିନ୍ନ ଦାବିନେଇ ଜିଲାପାଳଙ୍କ ଅଫିସ୍ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆଶାକର୍ମୀଙ୍କୁ ମାସିକ ବେତନ ୧୮ ହଜାର ଟଙ୍କା ପ୍ରଦାନ ସହ , ଆଶାକର୍ମୀଙ୍କୁ ଇପିଏଫ୍ ଓ ଇଏସ୍‌ଆଇରେ ଅନ୍ତର୍ଭୁକ୍ତ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି। ଏହାବ୍ୟତୀତ ଅବସରକାଳୀନ ସହାୟତା ରାଶି ଏକକାଳୀନ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବା ସହ କାର୍ଯ୍ୟ ସମୟରେ ମୃତ୍ୟୁକାଳୀନ ସହାୟତା ରାଶି ୧୦ ଲକ୍ଷ ଟଙ୍କା ଓ ଆଶାକର୍ମୀଙ୍କୁ ଅବସରକାଳୀନ ଭତା ୫ ହଜାର ଟଙ୍କା ପ୍ରଦାନ କରିବା ପାଇଁ ଦାବି ହୋଇଛି। ସେହିପରି ଯାତାୟତକାଳୀନ ଭତା, ଅଭିଜ୍ଞ ଆଶାକର୍ମୀମାନଙ୍କୁ ଟୀକାକରଣ, ତାଲିମ ପ୍ରଦାନ କରି ଏଏନ୍‌ଏମ୍‌ରେ ନିଯୁକ୍ତି ଦିଆଯାଉ ବୋଲି ମୁଖ୍ୟତଃ ସଂଘପକ୍ଷରୁ ଦାବି କରାଯାଇଛି। ବିକ୍ଷୋଭ ପରେ ୧୦ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଅତିରିକ୍ତ ଜିଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.