Home ଜିଲ୍ଲା ପରିକ୍ରମା ପୋଖରୀରେ ପଡ଼ି ଶିଶୁ ମୃତ

ପୋଖରୀରେ ପଡ଼ି ଶିଶୁ ମୃତ

3

ଭଦ୍ରକ, ୧୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ଥାନା ବୋଡ଼କ ପଂଚାୟତ ଅଧୀନ ଅଣ୍ଡରାଇ ଗ୍ରାମର ଏକ ପୋଖରୀରେ ପଡ଼ି କାଁପଡ଼ା ପଂଚାୟତ ଦପା ଗ୍ରାମର ନାରାୟଣ ଦାସଙ୍କ ଶିଶୁପୁତ୍ର ସ୍ୱାରାଜ ଦାସ (୪) ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ପ୍ରକାଶ ଯେ ଗତ କିଛିଦିନ ତଳେ ମା’ଙ୍କ ସହିତ ସ୍ୱରାଜ ମାମୁଘର ଅଣ୍ଡରାଇକୁ ଯାଇଥିଲା। ରବିବାର ଅପରାହ୍ଣ ୨ଟା ସମୟରେ ଖେଳୁଥିବା ବେଳେ ମାମୁଘର ନିକଟରେ ଥିବା ଏକ ପୋଖରୀରେ ପଡ଼ି ଯାଇଥିଲା। ବହୁ ଖୋଜାଖୋଜି କରିବା ପରେ ଶିଶୁପୁତ୍ରର ସନ୍ଧାନ ନମିଳିବାରୁ ତିହିଡ଼ି ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବିଭାଗର ଆଗ୍ନିକ ଅନନ୍ତ ପ୍ରସାଦ ବେହେରାଙ୍କ ନେତୃତ୍ୱରେ କର୍ମଚାରୀମାନେ ପୋଖରୀରେ ଖୋଜାଖୋଜି କରିବା ପରେ ରାତି ୭ଟା ସମୟରେ ପୋଖରୀରୁ ଶିଶୁପୁତ୍ରକୁ ଉଦ୍ଧାର କରିଥିଲେ। ପରେ ଶିଶୁକୁ ଚିକିତ୍ସା ନିମନ୍ତେ ଭଦ୍ରକ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ତିହିଡ଼ି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.