ଭଦ୍ରକ, ୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଆର୍ନ୍ତଜାତୀୟ ମହିଳା ଦିବସ ଅବସରରେ ବନ୍ତ ବିଜେଡି ପକ୍ଷରୁ ସ୍ଥାନୀୟ ହାଟପଡିଆ ଠାରେ ଭଣ୍ଡାରିପୋଖରୀ ବିଧାନସଭା ସ୍ତରୀୟ ମହିଳା ସମାବେଶ ଓ ଆଲୋଚନା ସଭା ଅନିଷ୍ଠିତ ହୋଇଯାଇଛି । ବ୍ଲକ ଉପାଧ୍ୟକ୍ଷା ପ୍ରଗତୀବାଳା ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜିବ ମଲ୍ଲିକ୍ ଯୋଗ ଦେଇ କହିଲେ, ମା’ ମାନେ ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଆଗକୁ ବଢିବା ନେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା କରିଥିଲେ । ପରବର୍ତୀ ସମୟରେ ତାଙ୍କ ସୁପୁତ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ନେଇ ବିଭିନ୍ନ ଯୋଜନା ପ୍ରଣୟନ କରି ସଶକ୍ତ କରାଇଛନ୍ତି । ହେଲେ ବର୍ତମାନର କ୍ଷମତାସୀନ ରଙ୍ଗବୋଳା ସରକାର ହୀନ ଚକ୍ରାନ୍ତ କରି ସୁଭଦ୍ରା ନାମରେ ଡିଣ୍ଡିମ ପିଟି ବିଜୁ ପଟ୍ଟନାୟକଙ୍କ ନାମକୁ ଜନମାନସରୁ ହଜାଇବାକୁ ଅପଚେଷ୍ଟା କରୁଛନ୍ତି । ଯାହାକୁ ମହିଳା ମାନେ ରାଜରାସ୍ତାରେ ଦୃଢ ବିରୋଧ ପୂର୍ବକ ପୁଣିଥରେ ନବିନ ପଟ୍ଟନାୟକଙ୍କୁ କ୍ଷମତାସୀନ କରାଇବେ ବୋଲି କରିବେ ବୋଲି ମତବ୍ୟକ୍ତ କରିଥିଲେ । ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ମା’ ମାନେ ତାଙ୍କ ସୁରକ୍ଷା ଓ ଅଧିକାର ପାଇଁ ସାହସ ଓ ଧର୍ଯ୍ୟର ସହିତ ଆଗକୁ ବଢିବାକୁ ଅହ୍ୱାନ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା ତାଙ୍କ ବକ୍ତବ୍ୟରେ ପ୍ରଥମେ ବିଜୁ ଓ ପରେ ନବୀନ ମହିଳା ମାନଙ୍କୁ ସମ୍ମାନ ଦେଇ ଆସିଛନ୍ତି , ଆଜି ପରି ଦିନରେ ନବୀନ ବାବୁଙ୍କୁ ପୁର୍ନବାର ଆର୍ଶିବାଦ ନିମନ୍ତେ ସେ ମା’ ମାନଙ୍କୁ ନିବେଦନ କରିଥିଲେ । ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଭଣ୍ଡାରିପୋଖରୀ ବ୍ଲକ ଅଧ୍ୟକ୍ଷା ସୁମତୀ ସେଠୀ, ଅଣିଜୋ ସମିତିସଭ୍ୟା ଅତସ୍ମିତା ରାଉତ, ସରପଂଚ ଗିତୀକା ଭୋଇ, ସୁଭଦ୍ରା ସିଂହ, ବିନୋଦୀନି ମହାନ୍ତି, ମାଳତୀଲତା ପୃଷ୍ଟି, ରଶ୍ମିତା ସେଠୀ, ରଜନୀ ସେଠୀ, ସମିତିସଭ୍ୟା ପଦ୍ମାବତୀ ନାଥଶର୍ମା ପ୍ରମୁଖ ମହିଳା ମାନଙ୍କ ସ୍ୱାଭିମାନ ନେଇ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ବ୍ଲକ ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ଜିଲ୍ଲା ଉପ-ସଭାପତି ପ୍ରଶାନ୍ତ ଦାଶ, ସୁବାଷ ଦାସ, ବିପନ୍ ନାୟକ, ସତ୍ୟସାଧନ ବେଜ, ପ୍ରଣବ ଲେଙ୍କା, ଭବେନ୍ଦ୍ର ସାହୁ, ଅଲୋକ ରାଉତ, ଲାଲା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।
Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ ବିଜେଡିର ମହିଳା ସମାବେଶ, ମା’ ମାନେ ସାମାଜିକ ରାଜନୈତିକ କ୍ଷେତ୍ରରେ ଆଗକୁ ବଢ-ବିଧାୟକ