Home ଜିଲ୍ଲା ପରିକ୍ରମା ଭଦ୍ରକରେ ପ୍ରଥମ ଲୋକ ଅଦାଲତ, ୪ କୋଟି ୩୩ ଲକ୍ଷ ୯୨ ହଜାର ୨୯୮ ଟଙ୍କାରେ...

ଭଦ୍ରକରେ ପ୍ରଥମ ଲୋକ ଅଦାଲତ, ୪ କୋଟି ୩୩ ଲକ୍ଷ ୯୨ ହଜାର ୨୯୮ ଟଙ୍କାରେ ୧୩୦୦ ଟି ମୋକଦ୍ଦମା ଆପୋଷ ସମାଧାନ

17

ଭଦ୍ରକ, ୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଥମ ଲୋକ ଅଦାଲତ, ଜାତୀୟ ଆଇନ ସେବା ପ୍ରାଧିକାରଣ ଏବଂ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶ କ୍ରମେ ଭଦ୍ରକ ଜିଲ୍ଲା କୋର୍ଟ ପରିସର ରେ ଅନୁଷ୍ଠିତ ହୋଇ ଯାଇଛି । ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ଜ଼ିଲ୍ଲା ଆଇନ ସେବା ପ୍ରାଧିକାରଣର ସଚିବ ନେହା ଅଗରୱାଲ ଏହି ଲୋକ ଅଦାଲତକୁ ପରିଚାଳନା କରି ଥିଲେ । ମୋଟ ୪ କୋଟି ୩୩ ଲକ୍ଷ ୯୨ ହଜାର ୨୯୮ ୧୩୦୦ ଟି ବିଭିନ୍ନ ମୋକଦ୍ଦମାର ଆପୋଷ ସମଧାନ ହୋଇ ଥିଲା । ସେଗୁଡିକ ମଧ୍ୟରୁ ମୋଟର ଯାନ ଦୁର୍ଘଟଣା ଦାବି ଟ୍ରିବୁନାଲ ର ବିଚରାଧୀନ ଥିବା ୩୬ ଟି ମାମଲାର ୩୪୨୯୧୦୦୦ ଟଙ୍କାରେ, ୩୪ ଟି ଚେକ ବାଉନ୍ସ, ପୁନଃରୁଦ୍ଧାର ମାମଲା ୬୮୬୯୦୮୬ ଟଙ୍କାରେ, ୨୦ ଟି ବୈବାହିକ ବିବାଦ, ୮୮୫ ଟି ରାଜସ୍ୱ ମୋକଦ୍ଦମା, ୨୪୦୬୭୭ ଟଙ୍କାରେ, ୫୦ ଟି ଅନ୍ୟାନ୍ୟ ଦେୱାନୀ ମାମଲା, ପ୍ରାକ ମୋକଦ୍ଦମା ମଧ୍ୟରେ ବିଭିନ୍ନ ବ୍ୟାଙ୍କ ର ୧୯୮ ଟି ବ୍ୟାଙ୍କ ଋଣ ମାମଲା ୩୨୯୨୫୮୭ ଟଙ୍କାରେ ଭାରତ ସଂଚାର ନିଗମ ଲିମିଟେଡ଼ ର ଟେଲିଫୋନ୍ ବିଲ ସମ୍ବନ୍ଧୀୟ ୧୦ ଟି ମାମଲା ୧୮୦୦୮ ଟଙ୍କାରେ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରା ଯାଇଅଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.