Home ଜିଲ୍ଲା ପରିକ୍ରମା ଆଇନ୍‌ସେବା ପ୍ରାଧିକରଣ ପକ୍ଷରୁ ମହିଳା ଦିବସ ପାଳିତ

ଆଇନ୍‌ସେବା ପ୍ରାଧିକରଣ ପକ୍ଷରୁ ମହିଳା ଦିବସ ପାଳିତ

5

ଭଦ୍ରକ, ୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦଇପୁର ଗ୍ରାମ ପଂଚାୟତ ଠାରେ ମହିଳା ଦିବସ ସଂକ୍ରାନ୍ତୀୟ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଇନ୍‌ସେବା ପ୍ରାଧିକରଣ ସଚିବ ନେହା ଅଗ୍ରୱାଲ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାମାନଙ୍କ ସଂପର୍କିତ ଆଇନ୍ ବିଷୟରେ କଣ ସବୁ ଦିଗ ରହିଛି ସେସବୁ ବିଷୟରେ ଆଲୋକପାତ କରିଥିଲେ। ନାରୀଟିଏ ଶିକ୍ଷିତ ହେଲେ ଆଗାମୀ ଭବିଷ୍ୟତ ମଧ୍ୟ ଶିକ୍ଷିତ ହେବ । ତେଣୁ ନାରୀ ଅବଳା, ଦୁର୍ବଳା ନୁହେଁ । ନାରୀ ଯୁଗେ ଯୁଗେ ପୂଜନୀୟା । ନାରୀ ହେଉଛି ଦେଶ ଏବଂ ଜାତିକୁ ସୁଗଠନ କରିବା ଦିଗରେ ସହାୟକ ବୋଲି ଏହି ସଚେତନତା ଶିବିରରେ ଉପସ୍ଥିତ ଥିବା ବ୍ୟକ୍ତିମାନେ ମତ ବ୍ୟକ୍ତ କରିଥିଲେ । ଡ଼ଃ ତାପସ କୁମାର ମହାନ୍ତି, ବିହ୍ନିଶିଖା ବିଶ୍ୱାଳ ସହାୟକ ଏଲ୍‌.ଏ.ଡ଼ି.ସି.ଏସ୍‌, ଭଦ୍ରକ, ଧାମନଗର ଥାନା ଅଧିକାରୀ ଗୋପାଳ କୃଷ୍ଣ ଜେନା, ସରପଞ୍ଚ ଦଇପୁର ଦୀପାଞ୍ଜଳି ନାୟକ, ଫେଲୋସିପ୍ ଆଶ୍ରୟ ପରିଚାଳିକା ଯୋଗମାୟା ଚାନ୍ଦ, ଶକ୍ତି ସଦନ ଭଦ୍ରକ, ପି.ଏଲ.ଭି. ଅନ୍ନପୂର୍ଣ୍ଣା ସାହୁ, ପୁପ୍ପାଞ୍ଜଳୀ ବେହେରା, ସଂଗୀତା ମିଶ୍ର, ସସ୍ମିତା ବାରିକ ପ୍ରମୁଖ ସହ ଏହି ସଚେତନତା କାର୍ଯ୍ୟକ୍ରମରେ ମହିଳାମାନଙ୍କୁ ନେଇ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣର କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ସହାୟତା କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.