ଭଦ୍ରକ, ୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତକୁ ଆହୁରି ବିକଶିତ ଓ ଶକ୍ତିଶାଳୀ କରିବାରେ ମହିଳା ମାନେ ରାଷ୍ଟ୍ରବାଦୀ ଚେତନାରେ ଉଦବୁଦ୍ଧ ହେବାକୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦଳର ଭଦ୍ରକ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଆହ୍ୱାନ ଦେଇଛନ୍ତି। ଶନିବାର ଅପରାହ୍ନରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ରଞ୍ଜିତା ସ୍ୱାଇଁଙ୍କ ସଂଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସାଂସଦ ଅଭିମନ୍ୟୁ ସେଠୀ ଉଦଘାଟନ କରି ମହିଳା ମାନଙ୍କୁ ସମୃଦ୍ଧ ଓ ସଶକ୍ତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।ଏଥିରେ ଜିଲ୍ଲା ସଭାପତି ଭଗବାନ ପଣ୍ଡା, ଦଳର ନେତ୍ରୀ ମାଳତୀଲତା ସାହୁ,ତପସ୍ୱିନୀ ମହାପାତ୍ର, ଉମାମଣି ସାହୁ,କଳ୍ପନା ଜେନା, ରମିତା ପାଢ଼ୀ, ସୁଧାଂଶୁ ଶେଖର ନାୟକ,ବାଣୀକଲ୍ୟାଣ ମହାନ୍ତି ମଂଚାସିନ ହୋଇ ଉଦବୋଧନ ଦେଇଥିଲେ।ଏହି ଅବସରରେ ସୁଲେଖିକା ସୁଚିତ୍ରା ପାଣିଗ୍ରାହୀ, ଡାକ୍ତର ସୂର୍ଯ୍ୟସ୍ନାତା ସାହୁ,ଶକୁନ୍ତଳା ସାମଲ ଓ ପ୍ରିୟଙ୍କା ଦାସଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ସୁରେଶ ସାମଲ,ସୀତାରାମ ସେଠୀ, ସରୋଜ ରାଉତ,ଅନିଲ ବେହେରା, ବାପୁ ଧଳ,ସନ୍ତୋଷ ଲେଙ୍କା,ଚୈତାଳୀ ଖିଲାର, ପଦ୍ମିନୀ ଦ୍ୱିବେଦୀ, ଉଷା ପାଢ଼ୀ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।