Home ଜିଲ୍ଲା ପରିକ୍ରମା ଜିଲ୍ଲା ସ୍ତରୀୟ ଜନ ଔଷଧି ଦିବସ ପାଳିତ

ଜିଲ୍ଲା ସ୍ତରୀୟ ଜନ ଔଷଧି ଦିବସ ପାଳିତ

12

ଭଦ୍ରକ, ୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜନ ଔଷଧି ଦିବସ ପାଳିତ ହୋଇଯାଇଛି। ଭଦ୍ରକ ସହର ମୁଖ୍ୟ ରାସ୍ତା ମୁଖ୍ୟ ଡାକଘର ନିକଟସ୍ଥ ଜନ ଔଷଧି କେନ୍ଦ୍ର ପରିସରରେ ଏହି ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜନସାଧାରଣଙ୍କ ପାଇଁ ସ୍ୱାସ୍ଥ୍ୟ କ୍ଷେତ୍ରରେ ସୁଲଭ ମୂଲ୍ୟରେ ଗୁଣବତାର ବିଭିନ୍ନ ଔଷଧ ଉପଲବ୍‌ଧ କରାଯିବା ନେଇ ଜନଔଷଧି କେନ୍ଦ୍ର ଯୋଜନା ପ୍ରଧାନମନ୍ତ୍ରୀଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ପ୍ରକାଶ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଧାଂଶୁ ଶେଖର ବଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାଜପା ଜିଲ୍ଲା ଅଧ୍ୟକ୍ଷ ଭଗବାନ ପଣ୍ଡା, ଡା. ଅମୂଲ୍ୟ କୁମାର ଦାସ, ଡି.ପି.ଏମ୍‌. ସରିତା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ସୂଚନା ଯୋଗ୍ୟକି ଭଦ୍ରକ ଜିଲ୍ଲାରେ ସମୁଦାୟ ୧୭ଟି ଜନ ଔଷଧି କେନ୍ଦ୍ର ଅଛି। ଏହି କେନ୍ଦ୍ର ମାନଙ୍କ ଜରିଆରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଲୋକମାନଙ୍କୁ ବଜାର ଦରଠାରୁ ୭୦ ରୁ ୮୦ ପ୍ରତିଶତ କମ୍ ମୂଲ୍ୟରେ ଔଷଧ ଯୋଗାଇ ଦିଆଯାଉଛି। ଏହି ଯୋଜନାରେ ଗରିବ, ନିମ୍ନମଧ୍ୟବିତ୍ତ ଲୋକମାନେ କିଭଳି ଅଧିକ ଉପକୃତ ହେବେ ସେ ନେଇ ଅଧିକ ସଚେତନତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଜିଲ୍ଲା ଜନ ସ୍ୱାସ୍ଥ୍ୟ ଏବଂ ଯୋଗାଯୋଗ ଅଧିକାରୀ ଅନିତା ରାନୀ ରାଉତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଡାକ୍ତର ନିବେଦିତା ନନ୍ଦ ଏବଂ ରାଜେଶ କୁମାର ସାହୁ, ହସ୍ପିଟାଲ ମ୍ୟାନେଜର ସମୀର ମହାପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.