ଭଦ୍ରକ, ୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ସୋହଡ଼ା ପଂଚାୟତର କଂଟାପାରୀ ଠାରେ ମାର୍ଚ୍ଚ ୮ ରୁ ଏକ ସପ୍ତାହ ପର୍ଯ୍ୟନ୍ତ ଦୁଃସାହସିକ କ୍ରୀଡ଼ା ପ୍ରତିଭା ଚୟନ ଶିବିର ଆୟୋଜନ ହେଉଅଛି। ସ୍କୁବା ଡାଇଭିଂ, ୱିଣ୍ଡ ସର୍ଫିଂ, କାଇଟ ସର୍ଫି, ସେଲିଂ ଓ ସ୍ନରକେଲିଂ ଭଳି କ୍ରୀଡ଼ାର ପ୍ରଶିକ୍ଷଣ ଶିବିର ହେଉଅଛି। ଏହିସବୁ ଦୁଃସାହସିକ କ୍ରୀଡ଼ାରେ ଅଂଶଗ୍ରହଣ କରିବାକୁ ଇଛୁକ ପିଲାମାନେ ଏହି ଶିବିରରୁ ତାଲିମ ନେଇପାରିବେ। ପ୍ରଥମ ପର୍ଯ୍ୟାୟରେ ଏହା ୭ ଦିନ ପାଇଁ କରାଯିବ। ଏହି ଶିବିରରୁ ମନୋନୀତ ଶ୍ରେଷ୍ଠ କ୍ରୀଡ଼ାବିତ ଙ୍କୁ ରାଜ୍ୟସ୍ତରରେ ତାଲିମ ଦେବାକୁ ବ୍ୟବସ୍ଥା କରାଯିବ। ରାଜ୍ୟ କ୍ରୀଡ଼ା ବିଭାଗର ସହଯୋଗରେ ଓଡ଼ିଶା ୟାଚିଂ ଆସୋସିଏସନ ଏହି ଶିବିର ଆୟୋଜନ କରୁଛି। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଦୁଃସାହସିକ କ୍ରୀଡ଼ାରେ ପ୍ରତିଷ୍ଠା ଅର୍ଜନ କରିଥିବା ଖେଳାଳି ଓ କୋଚ୍ ୭ ଦିନ ପାଇଁ ଏଠାରେ ରହି ଇଛୁକ ପିଲାମାନଙ୍କୁ ପ୍ରଶିକ୍ଷଣ ଦେବେ। ଏଥିଲାଗି ଇଛୁକ ପିଲାମାନେ କଂଟାପାରି ବରଗଛ ପାଖ ପଡ଼ିଆରେ ପହଞ୍ଚି ନିଜର ଆଧାର କାର୍ଡ ପ୍ରଦାନ କରି ରେଜିଷ୍ଟ୍ରେସନ କରିପାରିବେ। ରେଜିଷ୍ଟ୍ରସନ କରିଥିବା ପିଲାଙ୍କୁ ସେମାନଙ୍କ ଚୟନ ଅନୁସାରେ ସଂପୃକ୍ତ କ୍ରୀଡ଼ାର କୋଚ ତାଲିମ ଦେବେ। ସାତ ଦିନ ଧରି ତାଲିମ ନେବା ପରେ ନିଜ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପିଲାଙ୍କୁ ରାଜ୍ୟସ୍ତରରେ ତାଲିମ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।








