Home ଜିଲ୍ଲା ପରିକ୍ରମା ୧୦ ଦଫା ଦାବି ନେଇ ଭଦ୍ରକ ସ୍ୱୟଂ ସହାୟିକା ଗୋଷ୍ଠୀ ମହାମଂଚ ପକ୍ଷରୁ ବିକ୍ଷୋଭ, ଜିଲାପାଳଙ୍କ...

୧୦ ଦଫା ଦାବି ନେଇ ଭଦ୍ରକ ସ୍ୱୟଂ ସହାୟିକା ଗୋଷ୍ଠୀ ମହାମଂଚ ପକ୍ଷରୁ ବିକ୍ଷୋଭ, ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

4

ଭଦ୍ରକ, ୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂ ସହାୟିକା ଗୋଷ୍ଠୀ ମହାମଂଚ ପକ୍ଷରୁ ଆଜି ଜିଲାର ପୌରପାଳିକା ଓ ବିଜ୍ଞାପିତ ଅଂଚଳ ପରିଷଦରେ କାର୍ଯ୍ୟରତ ମହିଳାମାନେ ୧୦ ଦଫା ଦାବିନେଇ ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିକ୍ଷୋଭ ପ୍ରଦର୍ଶନ ପରେ ମହାମଂଚର ଏକ ପ୍ରତିନିଧି ଦଳ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ୧୦ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଦାବିପତ୍ରରେ ଦର୍ଶାଯାଇଛି ଯେ ୭ ଦିନ ଭିତରେ ସରକାର ଦାବି ପୂରଣ ନକଲେ ବାଧ୍ୟହୋଇ ମହାମଂଚ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆସନ୍ତା ୧୩ ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ଦାବିଗୁଡିକ ହେଲା ସଭାନେତ୍ରୀ ଓ ସଂପାଦିକାଙ୍କୁ ପୁନଃଗଠନ ନକରି ବାଇ ଲ’ ଓ ଗାଇଡ୍ ଲାଇନ୍ ଅନୁସାରେ ନିର୍ବାଚିତ କରି ପ୍ରତିନିଧି ବଛାଯିବା, ଓଡ଼ିଶାର ୩୦ ଗୋଟି ଜିଲାରେ ଥିବା ପୌରାଂଚଳ ଓ ବିଜ୍ଞାପିତ ଅଂଚଳକୁ ଷ୍ଟେଟ୍ ଅର୍ବାନ ଡେଭଲପମେଂଟ ଏଜେନ୍ସି ଚିଠି ମୂଳେ ସହରସ୍ତରୀୟ ମହାସଂଘ ଗଠନ, ଓଡ଼ିଶାର ପ୍ରତ୍ୟେକ ଜିପିଏଲ୍‌ଏଫଙ୍କୁ ୫୦ ଲକ୍ଷ ଟଙ୍କା ରିଭଲଭିଂ ଫଣ୍ଡ, ପୌରାଂଚଳ ଓ ବିଜ୍ଞାପିତ ଅଂଚଳରେ ଥିବା ଏଏଲ୍‌ଏଫଙ୍କୁ ୧ କୋଟି ଟଙ୍କାର ରିଭଲଭିଂ ଫଣ୍ଡ ଦେବାର ଘୋଷଣା କରିବା ପାଇଁ ଦାବି କରାଯାଇଛି। ଅନୁରୂପ ଏମାନଙ୍କୁ ପରିଚାଳନା ପାଇଁ ଇସି ସଦସ୍ୟାଙ୍କୁ ମାସିକ ବେତନ ଦେବାଭଳି ଓଡ଼ିଶାର ସମସ୍ତ ପୌରାଂଚଳ ଓ ବିଜ୍ଞାପିତ ଅଂଚଳରେ ଥିବା ଏଏଲ୍‌ଏଫର ଇସି ସଭ୍ୟାମାନଙ୍କୁ ମାସିକ ବେତନ ୧୦ ହଜାର ଟଙ୍କା, ସ୍ମାର୍ଟଫୋନ୍‌, ପରିଚୟ ପତ୍ର ଓ ବୀମା ପ୍ରଦାନ କରାଯିବା ଦାବି ସହ ଓଡ଼ିଶାର ସମସ୍ତ ଗ୍ରାମପଂଚାୟତରେ ସିଆରପି, ବ୍ୟାଙ୍କମିତ୍ର, ଏମ୍‌ବିକେ ମାନଙ୍କ ଭଳି ସମସ୍ତ ପୌରାଂଚଳ ଓ ବିଜ୍ଞାପିତ ଅଂଚଳରେ ଥିବା ଏମାନଙ୍କୁ ସ୍ଥାୟୀ ନିଯୁକ୍ତି, ଓଡ଼ିଶାର ପ୍ରତ୍ୟେକ ବ୍ଲକ୍‌ରେ ଥିବା ବିଏଲ୍‌ଏଫ ଓ ସମସ୍ତ ପୌରାଂଚଳ ଓ ବିଜ୍ଞାପିତ ଅଂଚଳରେ ଥିବା ସିଏଲ୍‌ଏମ୍‌ଙ୍କୁ ଙ୍କୁ ୧ କୋଟି ଟଙ୍କା ପ୍ରଦାନର ବ୍ୟବସ୍ଥା, ଓଡ଼ିଶାର ପ୍ରତ୍ୟେକ ଜିଲାରେ ଗ୍ରାମାଂଚଳ ଓ ସହରାଂଚଳର ମିଶନ ଶକ୍ତି ମା’ ମାନଙ୍କ ନିରାପତା ପାଇଁ ବୀମା ଘୋଷଣା କରିବା ସହ ଗୋଷ୍ଠୀର ସଭ୍ୟାମାନଙ୍କର ୬୫ ବର୍ଷ ପୂର୍ତି ଅବସର ଗ୍ରହଣ ପରେ ସେମାନଙ୍କୁ ମାସିକ ଭତା (ପେନସନ) ୧୦ ହଜାର ଟଙ୍କା ଏବଂ ସର୍ବୋପରି ଓଡ଼ିଶାର ପ୍ରତ୍ୟେକ ପୌରାଂଚଳ ଓ ବିଜ୍ଞାପିତ ଅଂଚଳରେ ଥିବା ଆହାର କେନ୍ଦ୍ର, ଦିବାରାତ୍ର ଆଶ୍ରୟସ୍ଥଳୀ, ଅଙ୍ଗନୱାଡି କେନ୍ଦ୍ରରେ ଛତୁଆ ବଂଟନ ଦାୟିତ୍ୱ ପ୍ରତ୍ୟେକବର୍ଷ ଏଏଲଏଫଙ୍କୁ ଦେବା ସହ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ବଂଟନ ପାଇଁ ଏମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯିବା ଦାବି ରହିଛି। ଭଦ୍ରକ ସ୍ୱୟଂ ସହାୟିକା ଗୋଷ୍ଠୀ ମହାମଂଚ ପକ୍ଷରୁ ସଂପାଦିକା ରୁକସାନା ବିବି, ସଭାନେତ୍ରୀ ଜୟନ୍ତୀ ବିଶ୍ୱାଳ, କାର୍ଯ୍ୟକାରୀ ସଭାନେତ୍ରୀ ମଂଜୁଲତା ଦାସ, ଆବାହକ ଉର୍ମିଳା ପଣ୍ଡାଙ୍କ ପକ୍ଷରୁ ଦିଆଯାଇଥିବା ଏହି ଦାବିପତ୍ରର ନକଲ ମିଶନ ଶକ୍ତି ସଚିବ, ଉଚ୍ଚଶିକ୍ଷା ମନ୍ତ୍ରୀ, ସାଂସଦ ଓ ସମସ୍ତ ବିଧାୟକଙ୍କୁ ପ୍ରଦାନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.