Home ଜିଲ୍ଲା ପରିକ୍ରମା ଭଦ୍ରକ ବ୍ଲକର ୬ଷ୍ଠ ସାଧାରଣ ବୈଠକ

ଭଦ୍ରକ ବ୍ଲକର ୬ଷ୍ଠ ସାଧାରଣ ବୈଠକ

36

ଭଦ୍ରକ, ୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ସଭାଗୃହରେ ୬ଷ୍ଠ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକଙ୍କ ସଭାପତିତ୍ୱରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଯୋଗ ଦେଇ ଗାଁ ଓ ସହର ବିକଶିତ ହେଲେ ରାଜ୍ୟର ବିକାଶ ହୋଇପାରିବ। ଗ୍ରାମାଂଚଳ ଓ ସହରାଂଚଳର ମୌଳିକ ଭିତିଭୂମି ସୁଦୃଢ଼ ଓ ସାମଗ୍ରିକ ବିକାଶଧାରାକୁ ଆଗକୁ ନେବା ପାଇଁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସମସ୍ତ ସୁବିଧା ସୁଯୋଗକୁ ସାଧାରଣ ଲୋକଙ୍କ ପାଖରେ ପହଂଚାଇବାକୁ ଅଧିକାରୀ, କର୍ମଚାରୀଙ୍କ ସମେତ ଜନ ପ୍ରତିନିଧି ମାନଙ୍କୁ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଡିଓ ରଶ୍ମିରଞ୍ଜନ ମଲ୍ଲିକ, ଜିଲା ପରିଷଦ ସଭ୍ୟ ମଳୟ ଜେନା, ବ୍ଲକ ଉପାଧ୍ୟକ୍ଷ ମୁକୁନ୍ଦଦେବ ସାମଲ ପ୍ରମୁଖ ମଂଚାସିନ ହୋଇଥିବା ବେଳେ ବୈଠକରେ ବ୍ଲକର ସମସ୍ତ ବିଭାଗର କର୍ମଚାରୀ ଓ ବିଭିନ୍ନ ପଂଚାୟତର ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.