ଭଦ୍ରକ, ୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ଥାନୀୟ ସହୀଦ ସ୍ମୃତି ଭବନ (ଟାଉନ୍ ହଲ) ଠାରେ ବିଜୁ ଜନତା ଦଳ ଭଦ୍ରକ ନିର୍ବାଚନ ମଣ୍ଡଳୀ ପକ୍ଷରୁ ଓଡ଼ିଶାର ବରପୁତ୍ର, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଜୟନ୍ତୀ ଓ ସାଧାରଣ ସଭା ଭଦ୍ରକ ବ୍ଲକ ପୂର୍ବତନ ସଭାପତି ପ୍ରଫୁଲ୍ଲ ନାୟକଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ସଭାରେ ଅତିଥି ବୃନ୍ଦ ସର୍ବ ପ୍ରଥମେ ବିଜୁ ବାବୁ ଙ୍କ ଫଟୋ ଚିତ୍ର ରେ ଧୂପ, ଦୀପ ଓ ମାଲ୍ୟାର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଉକ୍ତ ସଭାରେ ଉପସ୍ଥିତ ଥିଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବିଜୁ ଜନତା ଦଳର ପୂର୍ବତନ ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ, ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କି ହବିବ, ବରିଷ୍ଠ ସମାଜସେବୀ ଫାରୁଖ୍ ବାବୁ, ଭଦ୍ରକ ଜିଲ୍ଲା ପୂର୍ବତନ ସାଧାରଣ ସମ୍ପାଦକ ପ୍ରଣୟ କୁମାର ଦାସ, ଟାଉନ୍ ସଭାପତି ତାହେର ମହମ୍ମଦ, ବରିଷ୍ଠ ନେତା କ୍ଷିରୋଦ ରାଉତ, ଆୟୁବ୍ ଖାନ, ରମେଶ ବେହେରା, ବିଜୁ ମହିଳା ଜନତା ଦଳର ନାରୀନେତ୍ରୀ ଦେବୀଦତା ମହାନ୍ତି, ରାଜଲକ୍ଷ୍ମୀ ମହାପାତ୍ର, ଦେବହୁତି ମହାପାତ୍ର, ପଦ୍ମାବତୀ ପୃଷ୍ଟୀ, ମୀନାରାଣୀ ମହାଳିକ, ଶୁଚିଶ୍ମିତା ସାହୁ, ଭଦ୍ରକ ପୌରପାଳିକା ର ପାରିଷଦ ବୃନ୍ଦ ଜୁଲଫୁକାର ଅଲ୍ଲୀ, ଦିଲ୍ଲୀପ ନାୟକ, ସାହିଦ୍ ଖାନ, ଖଗେଶ୍ୱର ବାରିକ, ଅଞ୍ଜନ ଜେନା, ରଞ୍ଜନ ଜେନା, ସୟେଦ ନାସେର ଅଲ୍ଲୀ, ରଞ୍ଜନ ସାହୁ, ଯାହିରୁଦ୍ଧିନ ଖାନ, ଯୋଗେନ୍ଦ୍ର ଘଡେଇ, ପଙ୍କଜ କୁମାର ବଳ, ଇଂ ପ୍ରିୟବ୍ରତ ନାୟକ, ଫରହାତ ଆଲମ ଖାନ, ନିରୋଧ ରାଉତ, ସୁବ୍ରତ କୁମାର ଦାସ, ସୌମେନ୍ଦ୍ର ସାହୁ, ତାପସ ରାୟ, ଆଶିଷ କୁମାର ମହାନ୍ତି, ରଘୁନାଥ ପଣ୍ଡା, ବିକାଶ ଶ୍ରେଷ୍ଠା, ସୁମନ ମହାପାତ୍ର, ନସିରୁଦ୍ଧିନ ଖାନ, ଦେବାଶିଷ ଭାରତୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଓ ଯୁବ ନେତୃମଣ୍ଡଳୀ। ପୂର୍ବତନ ମନ୍ତ୍ରୀ ଶ୍ରୀ ସାମଲ ତାଙ୍କ ବକ୍ତବ୍ୟରେ କହିଥିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱ ପାଇଁ ଓଡ଼ିଶାର ଶିକ୍ଷା, ଶିଳ୍ପାନୁଷ୍ଠାନ, ମହିଳା ସଶକ୍ତିକରଣ ଓ ପଂଚାୟତିରାଜ ବ୍ୟବସ୍ଥା ଅନ୍ୟାନ୍ୟ ବିକାଶ ମୂଳକ କାର୍ଯ୍ୟ ତୃଣମୂଳସ୍ତରରେ କାର୍ଯ୍ୟକାରୀ ହୋଇଥିଲା । ଯେଉଁଥିପାଇଁ ଆଜି ଓଡିଶା ଅନ୍ୟ ରାଜ୍ୟଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି। ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀକୁ ୩ ଦଶନ୍ଧି ଧରି ପଂଚାୟତିରାଜ ଦିବସ ଭାବରେ ଓଡ଼ିଶା ପାଳନ କରି ଆସୁଅଛି। କିନ୍ତୁ, ବର୍ତମାନ ବିଜେପି ସରକାର ଏହାକୁ ପରିବର୍ତନ କରିବା ଓଡ଼ିଶାବାସୀଙ୍କ ପ୍ରତି ଉପହାସ ଅଟେ। ଯେଉଁଥିପାଇଁ ଓଡ଼ିଶା ବାସୀଙ୍କ ମଧ୍ୟରେ ଏହାର ଜୋରଦାର ପ୍ରତିବାଦ ହେଉଛି । ଏଥିପାଇଁ ବିଜୁ ଜନତା ଦଳ ଭଦ୍ରକ ନିର୍ବାଚନ ମଣ୍ଡଳୀ ପକ୍ଷରୁ ଆଜି ପ୍ରତ୍ୟେକ ଗ୍ରାମ ପଂଚାୟତ ରେ “ପଂଚାୟତି ରାଜ ଦିବସ’ ପାଳନ ହୋଇଅଛି। ଯେଉଁଥିରେ ଶତାଧିକ କର୍ମକର୍ତା ଓ ସଦସ୍ୟ ବୃନ୍ଦ ପଂଚାୟତ ସ୍ତରରେ ବିଜୁ ବାବୁ ଙ୍କ “ଜନ୍ମ ଜୟନ୍ତୀ” ଏବଂ “ପଂଚାୟତି ରାଜ ଦିବସ” ରେ ସାମିଲ ହୋଇ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।








