Home ଜିଲ୍ଲା ପରିକ୍ରମା ଧାମନଗର ବ୍ଲକରେ ମିଳିତ ଜନ ଶୁଣାଣି ଶିବିର

ଧାମନଗର ବ୍ଲକରେ ମିଳିତ ଜନ ଶୁଣାଣି ଶିବିର

107

ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାପାଳ ଓ ଭଦ୍ରକ ଏସ୍‌. ପି. ଙ୍କ ମିଳିତ ଜନଶୁଣାଣି ଶିବିର ଧାମନଗର ବ୍ଲକ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦିଲୀପ ରାଉତରାଏ ଓ ଅତିରିକ୍ତ ଏସ୍‌.ପି. ବାସୁଦେବ ସ୍ୱାଇଁ ଏହି ଶିବିରରେ ଯୋଗ ଦେଇ ସମୁଦାୟ ୧୧୯ ଟି ଅଭିଯୋଗ ଶୁଣିଥିଲେ। ସେଥିମଧ୍ୟରେ ୯୭ ଟି ବ୍ୟକ୍ତିଗତ ଓ ୨୨ ଟି ସାମୂହିକ ସମସ୍ୟା ସମ୍ବଳିତ ଅଭିଯୋଗ ଥିଲା। ଏଥି ମଧ୍ୟରୁ ତତ୍‌କ୍ଷାଣତ ୪ଟି ସମସ୍ୟା ସମାଧାନ କରାଯାଇଥିଲା । ରେଡକ୍ରସ ତରଫରୁ ନେଞ୍ଜରା ଗ୍ରାମର ନିରୁପମା ସାହୁଙ୍କୁ ୩ ହଜାର ଟଙ୍କା ଏବଂ ଫତେପୁର ଗ୍ରାମର ବାସନ୍ତୀ ସ୍ୱାଇଁଙ୍କୁ ୨ ହଜାର ଟଙ୍କା ରେଡ଼କ୍ରସ ଫଣ୍ଡରୁ ଆର୍ଥିକ ସାହାଯ୍ୟ ପ୍ରଦାନ କରାଯାଇଥିଲା । ଏହି ଶୁଣାଣି କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲା ପରିଷଦ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ କୁଶଳ ଚନ୍ଦ୍ର ନାୟକ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଧାଂଶୁ ଶେଖର ବଳ, ଧାମନଗର ବି.ଡି.ଓ. ବନବିହାରୀ ଦିଣ୍ଡା ଓ ତହସିଲଦାର ଦୀପକ କୁମାର ଦାସ ପ୍ରମୁଖ ଏହି ଶିବିରରେ ଯୋଗ ଦେଇ ଜନାଭିଯୋଗ ଶୁଣାଣି କାର୍ଯ୍ୟରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ। ଭଦ୍ରକ ଜିଲ୍ଲା ସ୍ତରୀୟ ଓ ଉକ୍ତ ବ୍ଲକ୍ ସ୍ତରୀୟ ଅଧିକାରୀ ମାନେ ଏହି ଶିବିରରେ ଉପସ୍ଥିତ ରହି ଅଭିଯୋଗ ସମାଧାନ ପାଇଁ ଆବଶ୍ୟକ ମତେ ତଥ୍ୟ ଉପସ୍ଥାପନ କରିଥିଲେ। ଆଗତ ସମସ୍ତ ଅଭିଯୋଗ ସବୁର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ସଂପୃକ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.