Home ଜିଲ୍ଲା ପରିକ୍ରମା କଲେଜରେ ଗୁଣିଗାରେଡ଼ି ଅଭିଯୋଗ, ବସିଲା କଙ୍ଗାରୁ କୋର୍ଟ

କଲେଜରେ ଗୁଣିଗାରେଡ଼ି ଅଭିଯୋଗ, ବସିଲା କଙ୍ଗାରୁ କୋର୍ଟ

6

ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଲେଜରେ ଗୁଣିଗାରେଡ଼ିକୁ ନେଇ ବସିଲା କଙ୍ଗାରୁ କୋର୍ଟ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାସୁଦେବପୁର ଥାନା ଅଧିନ ଇରମ ପଂଚାୟତର ଶହୀଦ ମେମୋରିଆଲ କଲେଜ ବଢେଇପଦାରେ। ଏହି କଲେଜରେ ଇପିଏଫ ଘଟଣାରେ ୧୨ ପ୍ରତିଶତରୁ ୨୫ ପ୍ରତିଶତକୁ ବୃଦ୍ଧି କରି ଅର୍ଥରାଶି ପୈଠ କରିବାକୁ କଲେଜ ଅଧ୍ୟକ୍ଷ ଭୋଳାନାଥ ବାରିକ କଲେଜ କର୍ମଚାରୀମାନଙ୍କୁ ବାଧ୍ୟ କରିଥିଲେ, ଯାହାକୁ ନେଇ ମତାନ୍ତର ଦେଖାଦେଇଥିଲା। ଏହି ବିବାଦରୁ ମୁକୁଳିବା ପାଇଁ ଅଧ୍ୟକ୍ଷ ଭୋଳାନାଥ ଗୁଣିଗାରେଡ଼ିର ସହାୟତା ନେଇଥିଲେ। ପରଦିନ କାର୍ଯ୍ୟରତ ଡାଟା ଏଂଟ୍ରି ଅପରେଟର ହଠାତ ସଜ୍ଞାହୀନ ହୋଇପଡ଼ିଥିଲେ। କଲେଜର କେତେକ ଛାତ୍ରଛାତ୍ରୀ ଘଟଣାର ଭିଡିଓ ଉତୋଳନ କରି ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଥିଲେ। ଏହାପରେ କଲେଜ ପରିଚାଳନା କମିଟି ସଦସ୍ୟ ପ୍ରଫୁଲ୍ଲ ବିଶ୍ୱାଳ ଘଟଣା ସ୍ଥଳରେ ପହଞ୍ଚି ଡାଟା ଏଂଟ୍ରି ଅପରେଟରଙ୍କୁ ସୁସ୍ଥ କରିବା ପାଇଁ ପରାମର୍ଶ ଦେଇଥିଲେ। ଘଟଣାର କିଛି ଘଂଟା ପରେ କଲେଜର କାର୍ଯ୍ୟରତ କର୍ମଚାରୀମାନଙ୍କୁ ନେଇ ଏକ ବୈଠକ ବସିଥିଲା। ଏହି ବୈଠକରେ ସମସ୍ୟାର ସମାଧାନସ୍ୱରୂପ ଅଧ୍ୟକ୍ଷଙ୍କୁ ଆର୍ôଥକ ଦଣ୍ଡରେ ଦଣ୍ଡିତ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.