ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବିଜ୍ଞାପିତ ଅଞ୍ଚଳରେ ମୁକ୍ତା ଯୋଜନାରେ ୧୦ ରୁ ଉର୍ଦ୍ଧ ପାର୍କ ନିର୍ମାଣ ହୋଇଛି ହେଲେ ଉଦଘାଟନ କୁ ୩ ବର୍ଷ ବିତିଲା ହେଲେ କାର୍ଯ୍ୟକ୍ଷମ ନହୋଇ ଭୂତକୋଠୀ ପାଲଟିଛି।ସ୍ଥାନୀୟ ଲୋକଙ୍କ ଅଭିଯୋଗ କେବଳ ସରକାରୀ ବାବୁ ଓରାଜନେତାଙ୍କ ପେଟ ପୁରିବା ପାଇଁ ଏଭଳି ଯୋଜନା କରି କୋଟି କୋଟି ଟଙ୍କା ପାଣିରେ ପଡିଛି । ପ୍ରକାଶ ଥାଉକି ଧାମନଗର ବିଜ୍ଞାପିତ ଅଂଚଳର ରାହାପିତା ଠାରେ ୨୦୨୨ ମସିହାରେ ୨୯ ଲକ୍ଷ ଟଙ୍କା ବେୟ ଅଟକଳରେ ମୁକ୍ତା ଯୋଜନାରେ ଜନବସତି ଠାରୁ ୨ କିଲୋମିଟର ଦୁରରେ ନିର୍ମାଣ ହୋଇଥିଲା ପାର୍କ ।୨୦୨୩ ମସିହାରେ ଭଦ୍ରକ ର ତତ୍କାଳୀନ ସାଂସଦ ମଞ୍ଜୁଲତା ମଣ୍ଡଳ ଉକ୍ତ ପାର୍କ କୁ ଉଦଘାଟନ କରିଥିଲେ ହେଲେ ଅଦ୍ୟାବଧି ପାର୍କ ଟି ଚାବି ପଡି ରହିଛି ଫଳରେ ଭୂତକୋଠୀ ପାଲଟିଛି ।ସେହିପରି ଭାବେ କାଳୀପଡିଆ,ଜୟନଗର , ଦଖୀଣବାଡ,ଭଣ୍ଡାରିପଦି ଆଦି ଅଂଚଳରେ ଯେତକ ପାର୍କ ନିର୍ମାଣ ହୋଇଛି କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି ସେଗୁଡିକ ଏବେ କେଉଁଠି ଭୂତକୋଠୀ ତ କେଉଁଠି ଅସାମାଜିକ ଲୋକଙ୍କ ଆଡ୍ଡା ସ୍ଥଳି ପାଲଟିଛି।ରାତି ହେଲେ ଉକ୍ତ ପାର୍କ ରେ ପାଚେରୀ ଡେଇଁ ଯୁବକ ମାନେ ବ୍ରାଉନସୁଗାର ନିଶାସେବନ କରୁଛନ୍ତି। ଉକ୍ତ ପାର୍କ ଗୁଡିକ ନିମ୍ନ ମାନର ନିର୍ମାଣ କାର୍ଯ୍ୟ କରାଯାଇଛି ।କେଉଁଠି ପାଚେରୀ ଫାଟି ତ କେଉଁଠି ଶୌଚାଳୟ ନିର୍ମାଣ ନହୋଇ ବିଲ ହୋଇଛି । ଆବଶ୍ୟକତା ନଥିବା ଯାଗାରେ ପାର୍କ ନିର୍ମାଣ ହୋଇଛି ଆଉ ଜନବସତି ଠାରୁ ଦୁରରେ ନିର୍ମାଣ ହୋଇଥିବାରୁ ସ୍ଥାନୀୟ ଲୋକେ ବିରୋଧ ମଧ୍ୟ କରିଛନ୍ତି । ହେଲେ ଠିକାଦାର ପକେଟ ଗରମ ପାଇଁ ନିର୍ଜନ ସ୍ଥାନରେ ପାର୍କ ନିର୍ମାଣ କରି କୋଟି କୋଟି ଟଙ୍କା ହରିଲୁଟ କରିଛନ୍ତି।ଏନେଇ ବିଜ୍ଞାପିତ ଅଞ୍ଚଳ ଅଧକ୍ଷା ନିବେଦିତା ଜେନା ସରକାରୀ ଅଧିକାରୀଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ସୁଧା କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବାର ସେ ଅଭିଯୋଗ କରିଛନ୍ତି । ତେବେ ପାର୍କ ନିର୍ମାଣ ହେଲା କୋଟି କୋଟି ଟଙ୍କା ଖର୍ଚ୍ଚ ହେଲା ହେଲେ ଅଦ୍ୟାବଧି ସେଗୁଡିକ କିପରିକାର୍ଯ୍ୟକ୍ଷମ ହେବ ସେଥିପ୍ରତି ତୁରନ୍ତ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।