ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବ୍ୟକ୍ତି ଜୀବନରେ ଏପରି କିଛି ଘଟଣା ଘଟିଥାଏ, ଯଦ୍ୱାରା ସେ ଆଗାମୀ ଦିନର ସଂକେତ ପ୍ରାପ୍ତ ହୋଇଥାଏ । ସେହିପରି ସମାଜ ଓ ରାଷ୍ଟ୍ର ଜୀବନଠାରୁ ଆରମ୍ଭ କରି ସମଗ୍ର ପୃଥିବୀରେ କିଛି କିଛି ଘଟଣାବଳୀରୁ ଆମେ ଆଗାମୀ ସମୟର ସୂଚନା ପାଇବାକୁ ଯାଉଛୁ । ଏ ଜଗତ ସବୁବେଳେ ମିଥ୍ୟାଚାରର ଅନ୍ଧାରରେ ଡୁବି ରହିବ ନାହିଁ । ଆଗାମୀ ଦିନରେ ସକଳ ଦୁଃଖ ଦୁର୍ଦ୍ଦଶା ଦୂରହେବା ସହ ପୃଥିବୀ ପାଇଁ ଭଲ ସମୟ ଆସିବ । ସମସ୍ତେ ଈଶ୍ୱରୀୟ ସତାର ଉପଲବ୍ôଧ କରିବେ ଓ ଜଗତରେ ନିଶ୍ଚୟ ସତ୍ୟର ଆଲୋକ ଉଦ୍ଭାସିତ ହେବ ବୋଲି ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ଥାନୀୟ ମନମୋହନ ସଗୀତ ପରିଷଦ ପଡ଼ିଆରେ ଅନୁଷ୍ଠିତ ଭଦ୍ରକ ପୁସ୍ତକମେଳାର ଦ୍ୱିତୀୟ ସନ୍ଧ୍ୟାରେ ଅତିଥି ଭାବେ ଯୋଗଦେଇ ରାଜଯୋଗିନୀ ଭାଇ ଓ ଭଉଣୀମାନେ ମତବ୍ୟକ୍ତ କରିଛନ୍ତି । ମୁଖ୍ୟ ଅତିଥି ଭାବେ ବ୍ରହ୍ମାକୁମାର ରାଜଯୋଗୀ ନାରାୟଣ, ମୁଖ୍ୟବକ୍ତା ଭାବେ ବ୍ରହ୍ମାକୁମାରୀ ରାଜଯୋଗିନୀ ସ୍ମସ୍ମିତା ତଥା ସମ୍ମାନିତ ଅତିଥି ଭାବେ ରାଜଯୋଗୀ ବ୍ରହ୍ମାକୁମାର ସୌଭାଗ୍ୟ ଯୋଗଦେଇ ସମବେତ ଜନତାଙ୍କ ଉଦ୍ଦେଶ୍ୟରେ ଜୀବନ ଦର୍ଶନର ସ୍ୱରୂପ ଉପନରେ ବିଶଦ ଆଲୋକପାତ କରିଥିଲେ । ଇଂ. ଅଖିଳମୋହନ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଅଧିବେଶନରେ ପୁସ୍ତକମେଳା କମିଟି ସଭାପତି ଅଜୟ ନାୟକ କାର୍ଯ୍ୟକ୍ରମର ତତ୍ୱାବଧାନ କରିଥିଲେ । ନୃତ୍ୟଶିଳ୍ପୀ ଅର୍ପିତା ପ୍ରାରମ୍ଭିକ ନୃତ୍ୟ ଓ କଣ୍ଠଶିଳ୍ପୀ ପ୍ରତୀମା ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ସାଂସ୍କୃତିକ ସମ୍ପାଦକ ବସନ୍ତ କୁମାର ମହାନ୍ତି. ସୁଧାକର ରାଉତ, ବୈକୁଣ୍ଠ ବିଶ୍ୱାଳ, ଋତୁରାଜ ଦାସ, ଲଲାଟେନ୍ଦୁ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଲକ୍ଷ୍ମୀକାନ୍ତ ବାରିକ୍ ଧନ୍ୟବାଦ ଅର୍ପଣ କରିଥିଲେ । ଚଳିତ ୨୨ ତାରିଖ ଯାଏ ଏହି ପୁସ୍ତକପର୍ବ ଅନୁଷ୍ଠିତ ହେବ କମିଟି ସମ୍ପାଦକ ରୂପକବିହାରୀ ରାୟଙ୍କ ପକ୍ଷରୁ ସୂଚନା ।
Home ଜିଲ୍ଲା ପରିକ୍ରମା “ପୃଥିବୀ ପାଇଁ ଭଲ ସମୟ ଆସିବାର ପ୍ରସ୍ତୁତି ଚାଲିଛି”, ଭଦ୍ରକ ପୁସ୍ତକମେଳାର ଦ୍ୱିତୀୟ ସନ୍ଧ୍ୟା