Home ଜିଲ୍ଲା ପରିକ୍ରମା ବରିଷ୍ଠ କବି ନୀଳମଣି ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ

ବରିଷ୍ଠ କବି ନୀଳମଣି ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ

2

ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ମୁକୁନ୍ଦପୁର ପଂଚାୟତ ଅଧୀନ କାଳିମେଘା ଗ୍ରାମର ବରିଷ୍ଠ କବି ନୀଳମଣି ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ କାଳିମେଘା ସ୍ଥିତ ବାସଭବନ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କବି ଦୀନବନ୍ଧୁ ପତିଙ୍କ ପୌରୋହିତ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବରେଣ୍ୟ ଅତିଥି ଭାବେ ପାଳିଆବିନ୍ଧା କଲେଜ ଓଡ଼ିଆ ବିଭାଗ ମୁଖ୍ୟ ଡ. ବିଶ୍ୱରଂଜନ ଦାସ, ଇଂ ଅଭୟ ସୂତାର, ପୂର୍ବତନ ସରପଂଚ ବସନ୍ତ ପତି, ସାହିତ୍ୟିକ ବିଭୂତି ଭୂଷଣ ସେନାପତି, ଶିକ୍ଷାବିତ୍ ଯାମିନୀମୋହନ ପାଢ଼ୀ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ନୀଳମଣି ଜଣେ ସାରସ୍ୱତ ସାଧକ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ଉଦାର ହୃଦୟର ମଣିଷ ଥିଲେ। ସେ ଡାକ କର୍ମଚାରୀ ଥାଇ ମଧ୍ୟ ସେ ଏକ କବିତା ପୁସ୍ତକ ‘ସନ୍ନ୍ୟାସୀର ସଂସାର’ ପ୍ରକାଶ କରି ସାରସ୍ୱତ ଜଗତକୁ ବାର୍ତା ଦେଇ ପାରିଥିଲେ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ କମଳାକାନ୍ତ ସ୍ୱାଇଁ, ଆଇଜୀବୀ ଚିନ୍ତାମଣି ଦାସ, ରମେଶ ଚନ୍ଦ୍ର ସାହୁ, ଗୋପବନ୍ଧୁ ମହଲା ପ୍ରମୁଖ ସ୍ମୃତିଚାଣଣ କରିଥିଲେ। ଏହି ଅବସରରେ ଇନ୍ଦ୍ର ନୀଳମଣି ସ୍ମରଣିକା ଉନ୍ମୋଚିତ ହୋଇଥିଲା। କବି ରବିକୁମାର ମହାନ୍ତିଙ୍କ ସଂଯୋଜନାରେ କବିତା ପାଠ ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ କବି ଯୋଗ ଦେଇ କବିତା ପାଠ କରିଥିଲେ। ସେମାନଙ୍କ ମଧ୍ୟ କବି କୃପାସିନ୍ଧୁ ମହାନ୍ତିଙ୍କୁ ପ୍ରଥମ, ବୈକୁଣ୍ଠନାଥ ଓଝାଙ୍କୁ ଦ୍ୱିତୀୟ ଓ ସେକ୍ ଅବଦୁଲ ଦୟନାଙ୍କୁ ତୃତୀୟ ଭାବେ ପୁରସ୍କୃତ କରାଯାଇଥିଲା। ସମସ୍ତ କବିମାନଙ୍କୁ ପ୍ରେରଣା ପତ୍ର ପ୍ରଦାନ କରାଯାଇଥିଲା। ଯୁବଗାଳ୍ପିକ କୈଳାସ ବେହେରା, କବି ନିରଂଜନ ବାରିକ, ବିସ୍ମୟ ବିହାରୀ ସାହୁ, ନୀଳମାଧବ ସେନାପତି ତପୁନ ହାତୀ, ସୁବ୍ରତ ମିଶ୍ର, ବାପୁଜୀ ପ୍ରଧାନଙ୍କ ସମେତ ପରିବାର ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କବିପୁତ୍ର ସୁଜିତ୍ ପ୍ରଧାନ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.