ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – “ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ” ଭଦ୍ରକ ଜିଲ୍ଲା ଶାଖା ସଂଗଠନ ଦ୍ୱାରା ଜିଲ୍ଲା ସ୍ତରୀୟ ସାମ୍ବିଧାନିକ ସଭା ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଅବସର ପ୍ରାପ୍ତ ଶିକ୍ଷାବିତ୍ ଅରୁଣ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ ରାଜ୍ୟ ଫେଡେରେସନର ମହାସଚିବ ଚାରୁଲତା ମହାପାତ୍ର ମୁଖ୍ୟଅତିଥି ତଥା ନିର୍ବାଚନ ପର୍ଯ୍ୟବେକ୍ଷକ ଭାବରେ ଯୋଗ ଦେଇଥିଲେ। ସଂଘ ତରଫରୁ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନାରେ କୁହାଯାଇଛି ଯେ ଭଦ୍ରକ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର କାର୍ଯ୍ୟ ଅବଧି ଶେଷ ଯୋଇ ଯାଇଥିବାରୁ ନୂତନ କର୍ମକର୍ତା ମଧ୍ୟରେ ସଭାପତି ଭାବରେ ପ୍ରଦୀପ କୁମାର ଦାସ, ସମ୍ପାଦକ ସମୀର କୁମାର ଜେନା, ସଂଗଠନ ସମ୍ପାଦକ ରୂପେଶ କୁମାର ସାହୁ, ସଂଯୋଜକ ଚିତ୍ରଭାନୁ ଦାସ, କୋଷାଧ୍ୟକ୍ଷ ଗିରିଧାରୀ ଚାନ୍ଦ, ଉପସଭାପତି ଶାନ୍ତନୁ କୁମାର ମଲ୍ଲିକ, ସହ ସମ୍ପାଦକ ମୁକ୍ତିକାନ୍ତ ପରିଡ଼ା, ସୁକାନ୍ତିଲତା ପାତ୍ର ଓ ସେକ ଅବଦୁଲ ରବ ପ୍ରମୁଖ ନିର୍ବାଚିତ ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସମ୍ପାଦନ କରିବାରେ ଜିଲ୍ଲା ସଂଘର ପୂର୍ବତନ ସମ୍ପାଦକ ମନୋରଞ୍ଜନ ନାୟକ, ଉପସଭାପତି ଭାସ୍କର ନାୟକ, ବାଇଧର ପଲେଇ, ନାରାୟଣ ମଲ୍ଲିକ ଏବଂ ବ୍ଲକ୍ ଶିକ୍ଷକ ସଂଘ ତିହିଡି ବ୍ଲକ ସଭାପତି ମାୟାଧର ସାହୁ, ସମ୍ପାଦକ ରମାକାନ୍ତ ଦାସ, ଭଦ୍ରକ ବ୍ଲକ୍ ସଭାପତି ଅରୁଣ ମଲ୍ଲିକ, ସମ୍ପାଦକ ରାଜେଶ ଦାସ, ଚାନ୍ଦବାଲି ବ୍ଲକର ଶଶିକାନ୍ତ ସାହୁ, ଗୌରୀ ଶତପଥୀ, ଧାମନଗର ବ୍ଲକ୍ର ସଭାପତି ସନ୍ତୋଷ କୁମାର ଲେଙ୍କା, ସମ୍ପାଦକ ଭାବଗ୍ରାହି ଖୁଂଟିଆ, ବନ୍ତ ବ୍ଲକ୍ ସମ୍ପାଦକ ଧର୍ମେନ୍ଦ୍ର ନାରାୟଣ ଜେନା, ସୁଧୀର ରାଉତ, ଭଣ୍ଡାରିପୋଖରୀ ବ୍ଲକ୍ର ପ୍ରସନ୍ନ ରଥ, ବାସୁଦେବପୁର ବ୍ଳକ ସଭାପତି ରମ୍ଭାମଣୀ ପଣ୍ଡା, ଶାନ୍ତନୁ ପଳିତା ଏବଂ ଅନ୍ୟ ମାନଙ୍କ ମଧ୍ୟରେ ମନ୍ମଥ ଦାସ, ଶ୍ରୀନାଥ ମଲ୍ଲିକ, ରୂପକ ମିଶ୍ର, ପ୍ରଶାନ୍ତ ବେହେରା, ସବିର ସିଂ, ରାଧାଶ୍ୟାମ ବାରିକ, ସୁପ୍ରିତ ଖୁଂଟିଆ, ବଂଶୀଧର ଦାସ, ଦେବବ୍ରତ ଶତପଥୀ, ସୁକାନ୍ତି ମାଝୀ, ଜ୍ୟୋତିର୍ମୟୀ ଅଗସ୍ତି, ପୁଷ୍ପଲତା ମହାନ୍ତି, ସୁରେନ୍ଦ୍ର ଧଳ, ଦେବାଶିଷ ନାୟକ, କମଳାକାନ୍ତ ସାହୁ, ଗୋପାଳ ଦାସ, ପର୍ଶୁରାମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।