Home ଜିଲ୍ଲା ପରିକ୍ରମା ଭଦ୍ରକ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦେଶରେ ଧାମରା ୮ ଦ୍ୱୀପକୁ ବିଭାଗୀୟ ଅଧିକାରୀଙ୍କ ଗସ୍ତ ଏବଂ ତର୍ଜମା

ଭଦ୍ରକ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦେଶରେ ଧାମରା ୮ ଦ୍ୱୀପକୁ ବିଭାଗୀୟ ଅଧିକାରୀଙ୍କ ଗସ୍ତ ଏବଂ ତର୍ଜମା

12

ଭଦ୍ରକ, ୧୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ନିକଟରେ ଥିବା ୮ଟି ଦ୍ୱୀପରେ କୌଣସି ଜନବସତି ନଥିବା ବେଳେ ସେହି ସମସ୍ତ ଦ୍ୱୀପ କୁ ଗସ୍ତ କରି ସମସ୍ତ ତଥ୍ୟ ବିଭାଗୀୟ ଅଧିକାରୀ ଆରକ୍ଷୀ ଅଧିକ୍ଷକଙ୍କୁ ପ୍ରଦାନ କରିଛନ୍ତି। ପ୍ରାପ୍ତ ସୁଚନା ମୁତାବକ ଧାମରା ନିକଟରେ ଥିବା ନୟାଟାପୁ, ଉଡାବାଲି, କନିକା ବାଲି, ଦୁଧିଆ/ବୁଦ୍ଧିଆ ବାଲି, ବଇବାଲି, ସର୍ଟ ଆଇରଲ୍ୟାଣ୍ଡ, ସ୍ମଲ ହୁଇଲର ଏବଂ କୋକୁଆନଟ ଦ୍ୱୀପକୁ ଏକ ଟିମ ଗସ୍ତ କରି ସେଠାରେ କୌଣସି ଜନବସତି ନଥିବା ବେଳେ ସମସ୍ତ ତଥ୍ୟ ସୁଚନା ମୁତାବକ ଅନୁଧ୍ୟାନ କରିଥିଲେ। ଏହି ସମସ୍ତ ଦ୍ୱୀପାଂଚଳରେ କୌଣସି ବାଂଲାଦେଶୀ ଅନୁପ୍ରବେଶ କାରୀ ଜନବସତି କରି ରହୁ ନାହାନ୍ତି ବୋଲି ମଧ୍ୟ ଅନୂଧ୍ୟାନ କରି ଜାଣିବାକୁ ପାଇଥିଲେ। ଏହି ସମସ୍ତ ତଥ୍ୟ ସଂପୃକ୍ତ ବିଭାଗୀୟ ଅଧିକାରୀ ଏହି ସମସ୍ତ ଦ୍ୱୀପକୁ ଏକ ବୋଟ ଯୋଗେ ଯାଇ ପହଂଚିବାକୁ ଚେଷ୍ଟା କରିଥିଲେ। ମାତ୍ର ସମୁଦ୍ର ମୁହାଣରେ ଏହି ସମସ୍ତ ଦ୍ୱୀପ ହୋଇଥିବା ବେଳେ ସମୁଦ୍ର ଜୁଆରିଆ ଥିବା ସମୟରେ ଏହି ସମସ୍ତ ଦ୍ୱୀପକୁ ପ୍ରବେଶ କରିବା ସମ୍ଭବ ପର ହୋଇ ପାରି ନଥିଲା। ଫଳରେ ଏହି ତଥ୍ୟ ଅନୁସନ୍ଧାନ କାରୀ ଦଳ କେବଳ ନୟାଟାପୁ, ଉଡାବାଲି, କନିକା ବାଲି, ଦୁଧିଆ/ବୁଦ୍ଧିଆ ବାଲି, ବଇବାଲି କୁ ଯାଇ ସେଠାରେ ପହଂଚି ପାରିଥିବା ବେଳେ ସର୍ଟ ଆଇରଲ୍ୟାଣ୍ଡ, ସ୍ମଲ ହୁଇଲର ଏବଂ କୋକୁଆନଟ ଦ୍ୱୀପ ରେ ପହଂଚିବା ସମ୍ଭବ ହୋଇ ପାରି ନଥିଲା। ଫଳରେ ୫ଟି ଦ୍ୱୀପରୁ ସମସ୍ତ ତଥ୍ୟ ସଂଗ୍ରହ କରି ତଥ୍ୟ ଅନୁସନ୍ଧାନକାରୀ ଦଳ ଧାମରାକୁ ଫେରିଥିଲେ। ଏହି ତଥ୍ୟ ଅନୁସନ୍ଧାନକାରୀ ଦଳରେ ଧାମରା ମତ୍ସ୍ୟ ବିଭାଗର ସହକାରୀ ସନ୍ଦୀପ ବେହେରା, ଧାମରା ମେରାଇନ ଥାନାଧିକାରୀ କୃର୍ଷ୍ଣଚନ୍ଦ୍ର ଜାନୀ, ଗୋଇନ୍ଦା ସଂସ୍ଥାର ପ୍ରଶାନ୍ତ ବେହେରା, ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଭାରତୀୟ ନୌବାହିନୀର ୨ଜଣ ପଦସ୍ଥ ଅଧିକାରୀ , ଧାମରା ମେରାଇନ ପୁଲିସ(ନୌବାହିନୀର )ର ସଦସ୍ୟ , ସାଗର ମିତ୍ର କୃର୍ଷ୍ଣ ବାରିକ, ବିଜୟ ମାଝୀ, ସତ୍ୟରଞ୍ଜନ ମଲିକ, ରଶ୍ମିରଞ୍ଜନ ରାଏ ପ୍ରମୁଖ ଏହି ଟିମରେ ସାମିଲ ଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଧାମରା ଅଂଚଳ ତଥା ଭଦ୍ରକ ଜିଲ୍ଲାରେ ଦିନକୁ ଦିନ ବାଂଲାଦେଶୀ ଅନୁପ୍ରବେଶ କାରୀଙ୍କ ସଂଖ୍ୟା ବଢୁଥିବା ନେଇ ବହୁବାର ଅଭିଯୋଗ ହେବା ପରେ ସ୍ଥଳ ବିଶେଷରେ ଏମାନଙ୍କ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ଦ୍ୱୀପାଂଚଳରେ ଏହି ଅନୁପ୍ରବେଶକାରୀଙ୍କ ଆଡ୍ଡା ରହିଥିବା ଅନୁମେୟ କରି ଏହି ଟିମ ସଂପୃକ୍ତ ୮ଟି ଦ୍ୱୀପ ଗସ୍ତ କରି ସମସ୍ତ ତଥ୍ୟ ଅନୁସନ୍ଧାନ ଭିତିକ ରିପୋର୍ଟ ଆଣିବା ପରେ ଭିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି। ଆଗାମୀ ଦିନରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ମିଳିତ ଭାବେ ଏହି ଅନୁପ୍ରବେଶକାରୀଙ୍କ ଉପରେ କଡା ନଜର ରଖିଛନ୍ତି ବୋଲି ଡିଣ୍ଡିମ ପିଟୁଥିବା ବେଳେ ସମୁଦ୍ରପଥ ତଥା ସ୍ଥଳପଥରେ ଏହି ଅନୁପ୍ରବେଶ କାରୀ ମାନେ ଉପକୂଳବର୍ତୀ ଇଲାକାକୁ ପ୍ରବେଶ କରି ସେମାନଙ୍କ ବସତି ସ୍ଥାପନ କରୁଛନ୍ତି ବୋଲି ସାଧାରଣରେ ଚର୍ଚା ଚାଲିଛି ମାତ୍ର ସେମାନଙ୍କୁ ରୋକ ଦିଆଯାଇ ପାରୁ ନଥିବା ବେଳେ ଏହା ରାଜ୍ୟ ମତ୍ସ୍ୟ ବିଭାଗ, ଭାରତୀୟ ନୌବାହିନୀ, ଭାରତୀୟ ତଟରକ୍ଷୀ ବାହିନୀ ଏବଂ ରାଜ୍ୟ ସାମୁଦ୍ରିକ ଥାନା ପକ୍ଷରୁ ଏକ ଅଭିନବ ପ୍ରୟାସ ବୋଲି ମଧ୍ୟ ଚର୍ଚା ଚାଲିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.