Home ଜିଲ୍ଲା ପରିକ୍ରମା ଭଦ୍ରକ ରୋଟାରୀ କ୍ଲବ ପକ୍ଷରୁ ଜାତୀୟ ବରିଷ୍ଠ ନାଗରିକ ଦିବସ-୨୦୨୪ ପାଳିତ

ଭଦ୍ରକ ରୋଟାରୀ କ୍ଲବ ପକ୍ଷରୁ ଜାତୀୟ ବରିଷ୍ଠ ନାଗରିକ ଦିବସ-୨୦୨୪ ପାଳିତ

13

ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ରୋଟାରୀ କ୍ଲବ ପକ୍ଷରୁ ଜାତୀୟ ବରିଷ୍ଠ ନାଗରିକ ଦିବସ -୨୦୨୪ ରମା ଉଲ୍ଲାସ ସଦନ ଚରମ୍ପା ସଭଗୃହରେ ପାଳିତ ହୋଇ ଯାଇଛି । କ୍ଳବ୍ ସଭାପତି ରୋ.ସନ୍ତୋଷ କୁମାର ନାୟକ ଙ୍କ ସଭାପତିତ୍ୱ ରେ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ସୁନାମଧନ୍ୟ ପ୍ରବଚକ ତଥା ଦୂରଦର୍ଶନରେ \”ବାଳକେ ମୋର ବୋଲକର\’ ଧାରାବାହିକର ମୁଖ୍ୟ କଥାକାର ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କର ସମାଜରେ ଆବଶ୍ୟକତା ଓ ଅବଦାନ ପ୍ରସଙ୍ଗ ରେ ସାରଗର୍ଭକ ଭାଷଣ ଦେଇଥିଲେ ।ରୋଟାରୀ କ୍ଳବ୍ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ ତଥା ସମାଜସେବୀ ଭାବରେ ସମାଜକୁ ସେମାନଙ୍କର ଅବଦାନ ପାଇଁ ୧୦ଜଣ ବରିଷ୍ଠ ନାଗରିକଙ୍କୁ ଉପଢୌକନ ସହ ସ୍ମୃତି ଫଳକ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନେ ହେଲେ-ଡ.ମାନସ ରଞ୍ଜନ ଲେଙ୍କା, ଡ.ରାଧାରାଣୀ ମହାପାତ୍ର,ଡ.ପ୍ରଭାତନଳିନୀ ମହାପାତ୍ର, ନବନିତ୍ ପାରେକ, ହିରାଲାଲ ଅଗ୍ରୱାଲ,ଗଙ୍ଗାଧର ଦାସ,ଇଂ.ନଟବର ଗିରି,ହୃଷୀକେଶ ଗିରି,ଜଗବନ୍ଧୁ ନାୟକ,ବିଚିତ୍ରାନନ୍ଦ ମହାନ୍ତି । ଏହି କାର୍ଯ୍ୟକ୍ରମରେ ଚେୟାରମେନ ରୋ,ସୀତାକାନ୍ତ ଦାସ ,କୋ-ଚେୟାରମେନ ରୋ.ପ୍ରଣବ କୁମାର ସାହୁ ,ସମ୍ପାଦିକା ରୋ.ସାୟନ୍ତା ସୌରମାଳିନି ସାହୁ,ରୋଟାରୀ ଡିଷ୍ଟ୍ରିକ୍ଟ ଆଡଭାଇଜର ରୋ. ଇନ୍ଦ୍ରଜିତ ସାହୁ ସଭା ପରିଚାଳନା କରିଥିଲେ । ରମା ଉଲ୍ଲାସ ସଦନ(ବୃଦ୍ଧାଶ୍ରମ )ର ୨୫ଜଣ ଅନ୍ତେବାସୀ ଙ୍କୁ ଟିଫିନ୍ ବକ୍ସ ଉପହାର ପ୍ରଦାନ କରାଯାଇ ଥିଲା । ରୋ. ଅମ୍ବିକା ବଲ୍ଲଭ ସ୍ୱାଇଁ,ରୋ .ପ୍ରମୋଦ ଜେନା,ରୋ.ଉମାକାନ୍ତ ଜେନା,ରୋ. ମଙ୍ଗୀଲାଲ ବଲଦେବା, ରୋ.ବାଦଲ କିଶୋର ମହାପାତ୍ର,ରୋ.ସଲେନ୍ଦ୍ର ନାରାୟଣ ପାଢ଼ୀ, ରୋ.ଅଭିଜିତ ନାୟକ,ରୋ.ବୈରାଗୀ ଧଳ,ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ରୋ ଇନ୍ଦ୍ରଜିତ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ସମସ୍ତ ଅନ୍ତେବାସୀ,ବରିଷ୍ଠ ନାଗରିକ ଓ ଉପସ୍ଥିତ ସମସ୍ତଙ୍କ ପାଇଁ ସୁସ୍ୱାଦୁ ମଧ୍ୟାହ୍ନ ଭୋଜନ ଆୟୋଜନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.