Home ଜିଲ୍ଲା ପରିକ୍ରମା ୭୮ତମ ସ୍ୱାଧୀନତା ଦିବସରେ ଭଦ୍ରକ ମୁସଲିମ ଜମାତ, ମଦ୍ରାସା କାଦରିଆ ହବିବିୟା ଓ ମଦ୍ରାସା ଫୈଯାନେ...

୭୮ତମ ସ୍ୱାଧୀନତା ଦିବସରେ ଭଦ୍ରକ ମୁସଲିମ ଜମାତ, ମଦ୍ରାସା କାଦରିଆ ହବିବିୟା ଓ ମଦ୍ରାସା ଫୈଯାନେ ଗରୀବ ନୱାଯ ରେ ଜାତୀୟ ପତାକା ଉତୋଳନ

49

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରୁଣାବଜାରସ୍ଥିତ ମଦିନା ମଇଦାନଠାରେ ଭଦ୍ରକ ମୁସଲିମ ଜମାତ ପକ୍ଷରୁ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବେ ଭଦ୍ରକ ମୁସଲିମ ଜମାତର ସାଧାରଣ ସମ୍ପାଦକ ହାଜୀ ସେକ ଏନାମ ମହମ୍ମଦ ଜାତୀୟ ପତାକା ଉତୋଳନ କରିଥିଲେ । ମୁସଲିମ ଜମାତର ସମ୍ପାଦକ ହାଜୀ ଅବଦୁଲ ମୁକିତ୍ ଖାନ, ସମ୍ପାଦକ ସେକ ସିରାଜୁଦ୍ଦିନ, ଏସ.ଏମ.ଫାରୁକ, ହାଜୀ କାସିମ ଖାଁ, ଇଂ ମନାୱର ହୋସେନ, ହାଜୀ ଅନୱର ହୋସେନ, ଇଂ ରେଜାଏ ରସୁଲ, ଜମିଲ ଅଖତର ଖାନ, ଗୋଲାମ ମୋହିଉଦ୍ଦିନ, ମିର୍ଜା ଏକ୍ରାମ ବେଗ, ମିଡିଆ ସେଲ ସଂଯୋଜକ ସେଖ ଅନୱର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସେହିପରି ଭଦ୍ରକ ପୁରୁଣାବଜାରସ୍ଥିତ ମଦ୍ରାସା କାଦରିଆ ହବିବିୟାରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବେ ଭାଇଚାରାର ପ୍ରତୀକ ତଥା ସମାଜସେବୀ ହରି ପ୍ରସାଦ ନନ୍ଦି ଜାତୀୟ ପତାକା ଉତୋଳନ କରିଛନ୍ତି । ମଦ୍ରାସାର ଶିକ୍ଷକ ହାଫିଜ ଓ କାରୀ ସେଖ ଫକରୁଦ୍ଦିନ, ଶିକ୍ଷକ ହାଫିଜ ଓ କାରୀ ଜମିଲ ଅଖତର, ସମ୍ପାଦକ ଇଂ ହବିବୁଲ୍ଲା ଖାଁ, ଜାୱେଦ ଅଖତର, ସେଖ ମୈରାଜୁଦ୍ଦିନ ଓ ମଦ୍ରାସାର ସମସ୍ତ ଛାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଅନୁରୂପ ଭଦ୍ରକ କୁଆଁସ ସ୍ଥିତ କଂଟାବଣିଆ ଗ୍ରାମରେ ମଦ୍ରାସା ଫୈଯାନେ ଗରୀବ ନୱାଯରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ କାଉନସିଲର ତଥା ଯୁବ ସମାଜସେବୀ ଅସରଫ ଅଲ୍ଲୀ ଖାନ ଜାତୀୟ ପତାକା ଉତୋଳନ କରିଛନ୍ତି । ଆଇନଜୀବି ନୁରେ ମୋଜସମ, ସଭାପତି ଗୋଲାମ ମହମ୍ମଦ, ସମ୍ପାଦକ ସାହିଦ ରଫିକ, ମଦ୍ରାସାର ଶିକ୍ଷକ ହାଫିଜ ଓ କାରୀ ୱଲିଉର ରହେମାନ, ଶିକ୍ଷକ ହାଫିଜ ଓ କାରୀ ଏଜାଜ ଅହେମଦ, ସେଖ ଅବଦୁଲ ବାରୀ ଓ ମଦ୍ରାସାର ସମସ୍ତ ସଭ୍ୟ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.