Home ଜିଲ୍ଲା ପରିକ୍ରମା ତିହିଡିରେ କୋର୍ଟ ପ୍ରତିଷ୍ଠା ନେଇ ଭିତିଭୂମିର ସ୍ଥିତି ସମ୍ବନ୍ଧରେ ହାଇକୋର୍ଟର ତଲବ

ତିହିଡିରେ କୋର୍ଟ ପ୍ରତିଷ୍ଠା ନେଇ ଭିତିଭୂମିର ସ୍ଥିତି ସମ୍ବନ୍ଧରେ ହାଇକୋର୍ଟର ତଲବ

7

ଭଦ୍ରକ, ୧୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡିରେ ପ୍ରତିଷ୍ଠା ହେବ ଦେୱାନୀ କମ୍ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ କୋର୍ଟ । ରାଜ୍ୟରେ ବିଭିନ୍ନ ସ୍ଥାନରେ ତିହିଡି ସମେତ ୭୪ ଟି ଜେଏମ୍‌ଏଫ୍‌ସି କୋର୍ଟ ପ୍ରତିଷ୍ଠା ପାଇଁ ହାଇକୋର୍ଟର ଜାରି ହୋଇଛି ନିର୍ଦ୍ଦେଶ । ଓଡ଼ିଶା ହାଇକୋର୍ଟର ସ୍ୱତନ୍ତ୍ର ଅଧିକାରୀ (ପ୍ରଶାସନ) ରମାକାନ୍ତ ମହାନ୍ତିଙ୍କ ଚିଠି ନଂ ୧୨୭୫୨/୦୯.୦୮.୨୪ ରିଖ ମୂଳେ ଭଦ୍ରକ ସମେତ ୨୩ଟି ଜିଲାର ରାଜ୍ୟର ବିଭିନ୍ନ ସ୍ଥାନରେ ୭୪ ଟି ସିଭିଲ୍ ଜଜ୍ / ଆଡିସ୍‌ନାଲ ସିଭିଲ୍ ଜଜ୍ (ଜୁନିୟର ଡିଭିଜନ)-କମ୍‌-ଜେଏମ୍‌ଏଫସିର ନୂତନ କୋର୍ଟ ପ୍ରତିଷ୍ଠା ନିମନ୍ତେ ଭିତିଭୂମି ସୁବିଧା ଉପଲବ୍ଧ ବାବଦରେ ଜିଲା ଏବଂ ଅଧିବେଶନ ବିଚାରପତିଙ୍କ ପାଖକୁ ନିର୍ଦ୍ଦେଶ ହୋଇଛି । ନୂତନ ନ୍ୟାୟାଳୟ ପାଇଁ ମନୋନୀତ ସରକାରୀ ଆବାସର ବର୍ତମାନର ସ୍ଥିତି ସମ୍ବନ୍ଧରେ ପ୍ରସ୍ତୁତି ରିପୋର୍ଟ ସହିତ ମଡେଲ୍ ଡାଇସ୍‌, ଅଭିଯୁକ୍ତ ଡକ୍‌, ସାକ୍ଷୀ ବାକ୍ସ, ଅପରାଧ ଦୃଶ୍ୟ ଅନୁସନ୍ଧାନ, ପୁରୁଷ ଏବଂ ମହିଳାଙ୍କ ପୃଥକ୍ ହାଜତ, ପୁରୁଷ ଏବଂ ମହିଳାଙ୍କ ପାଇଁ ଅଲଗା ୱାସରୁମ୍‌, ପ୍ରିଜାଇଡିଂ ଅଫିସରଙ୍କ କାର୍ଯ୍ୟାଳୟ ଏବଂ ଚାମ୍ବର ସହିତ କୋର୍ଟ ହଲ୍ ଏବଂ ଦାଖଲ ପାଇଁ ଆବାସିକ ଆବାସ (ସରକାରୀ କିମ୍ବା ବେସରକାରୀ) ଉପଲବ୍ଧର ତଥ୍ୟ ପ୍ରଦାନ ପାଇଁ ଚିଠି ହୋଇଛି । ସୂଚନା ଥାଉକି ତିହିଡି ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ କ୍ଷେତ୍ରୀୟ ତଦନ୍ତ କରି ଭାଟପଡା ମୌଜା ଖାତା ନଂ ୧୭୫୨, ପ୍ଲଟ୍ ନଂ ୨୧୭୫ କିସମ ପତିତରେ ୨ ଏକର ୯୬ ଡିସିମିଲ୍ ଜମିରୁ ୨ ଏକର ୩୦ ଡିସିମିଲ୍ ଜମି ଉପରେ କୋର୍ଟ ସ୍ଥାପନ ସପକ୍ଷରେ ଗତ ତା ୧୦.୦୭.୨୪ ରିଖରେ ଅତିରିକ୍ତ ଜିଲା ମାଜିଷ୍ଟ୍ରେଟ୍‌ଙ୍କ ମାଧ୍ୟମରେ ଓଡ଼ିଶା ହାଇକୋର୍ଟକୁ ରିପୋର୍ଟ ପ୍ରଦାନ କରିଥିଲେ । ଉପରୋକ୍ତ ଚିଠି ହେବା ପରେ ପୁରୁଣା ତହସିଲ କାର୍ଯ୍ୟାଳୟକୁ ମରାମତି କରାଯାଇ ଅସ୍ଥାୟୀ ଭାବେ କୋର୍ଟ କାର୍ଯ୍ୟ ଆରମ୍ଭ କରାଗଲେ ଲୋକମାନେ ଉପକୃତ ହୋଇପାରିବେ ବୋଲି ତିହିଡି ଓକିଲ ସଂଘ ପକ୍ଷରୁ ସଂପାଦକ ବିଷ୍ଣୁ ଦାଶଙ୍କ ସମେତ ଗୌରହରି ମହାନ୍ତି, ତପନ ମିଶ୍ର, ସତ୍ୟସୁନ୍ଦର ପତି, ସୁବାଷ ବେହେରା, ନଳିନୀକାନ୍ତ ନାୟକ, ରତିକାନ୍ତ ନାଥ, ମନୋଜ ଦାସ, ପିତାମ୍ବର ଦାସ, ହିମାଂଶୁ ଭଟ୍ଟାଚାର୍ଯ୍ୟ, ବସନ୍ତ ନାୟକ, ସୁଧାଂଶୁ ମାହୁନ୍ତ ଓ ତୁଷାର ସ୍ୱାଇଁ ପ୍ରମୁଖ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.