Home ଜିଲ୍ଲା ପରିକ୍ରମା ବିଧାୟକଙ୍କ ଦ୍ୱାରା ତ୍ରିରଙ୍ଗା ଶୋଭାଯାତ୍ର, ଦିବା ସେବାକେନ୍ଦ୍ର ଗୃହର ଶିଳାନ୍ୟାସ ଓ ମେଡିକାଲ ପରିଦର୍ଶନ

ବିଧାୟକଙ୍କ ଦ୍ୱାରା ତ୍ରିରଙ୍ଗା ଶୋଭାଯାତ୍ର, ଦିବା ସେବାକେନ୍ଦ୍ର ଗୃହର ଶିଳାନ୍ୟାସ ଓ ମେଡିକାଲ ପରିଦର୍ଶନ

16

ଭଦ୍ରକ, ୧୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ କୁଆଁସସ୍ଥିତ ବିଧାୟକଙ୍କ କାର୍ଯ୍ୟାଳୟରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ବାହାରି ସହର ପରିକ୍ରମା ପୂର୍ବକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମାପ୍ତ ହୋଇଥିଲା । ତେବେ ଏହି ତ୍ରିରଙ୍ଗା ଯାତ୍ରାରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଓ ମହିଳା ଯୋଗଦେଇ ଭାରତ ମାତା କି ଜୟ ସ୍ଲୋଗାନରେ ସହର ପ୍ରକମ୍ପିତ କରିଥିଲେ । ଏହି ଶୋଭାଯାତ୍ରାରେ ଆଜି ସମଗ୍ର ଭଦ୍ରକ ସହର ତ୍ରିରଙ୍ଗାମୟ ହୋଇଉଠିଥିଲା । ଅନୁରୂପ ଆଜି ଏକ ବିଶେଷ ମୁହୂର୍ତରେ ଭଦ୍ରକ ବ୍ଲକ୍‌ର ସାହାଡା ପଂଚାୟତରେ ଥିବା ଐତିହାସିକ ଲାଲାଜୀ ଗୌଡୀୟ ମଠରେ ପ୍ରଭୁଙ୍କୁ ଦର୍ଶନ କରିବା ସହ ଏହାର ପରିସରର ମୁଖ୍ୟ ପ୍ରବେଶଦ୍ୱାରର ଶିଳାନ୍ୟାସ କରିଛନ୍ତି ବିଧାୟକ ଶ୍ରୀ ମହାପାତ୍ର । ଏହି ଶିଳାନ୍ୟାସ କାଳରେ ସେ ଆମ ହିନ୍ଦୁ ସଂସ୍କୃତିର ପୁରାତନ ମଠ ଓ ମନ୍ଦିରର ପୁନରୁଦ୍ଧାର ଓ ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତବ୍ୟ ହେବା ଉଚିତ୍ ବୋଲି କହିଛନ୍ତି । ସେହିଭଳି ଭଦ୍ରକ ବ୍ଲକ୍ ଅଧୀନସ୍ଥ ସାବରଙ୍ଗ ଗ୍ରାମପଂଚାୟତର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଦିବାସେବା କେନ୍ଦ୍ର ଗୃହର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ବିଧାୟକ ଶ୍ରୀ ମହାପାତ୍ର । ବିଧାୟକ ଶ୍ରୀ ମହାପାତ୍ର ଏଥିଉପଲକ୍ଷେ ଏକ ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ସେବାଗୃହଟି ନିର୍ମାଣ ହେଲେ ସ୍ଥାନୀୟ ଲୋକଙ୍କ ସ୍ୱାସ୍ଥ୍ୟସେବାର ଏକ ମାଇଲ୍ ଖୁଂଟ ଭାବେ ପରିଗଣିତ ହେବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲା ପରିଷଦ ସଭ୍ୟ ତଥା ଭଦ୍ରକ ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ତଥା ସାବରଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରୋଗୀ କଲ୍ୟାଣ ସମିତିର ଅଧ୍ୟକ୍ଷ ମଳୟ ଜେନା ଏବଂ ଜିଲା ସ୍ୱାସ୍ଥ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଭାତ କୁମାର ବେହେରା, ବରପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଉମେଶ କୁମାର ଜେନା, ସାବରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମେଡିକାଲ ଅଧିକାରୀ ଶର୍ମିଷ୍ଠା ଶତପଥୀଙ୍କ ସମେତ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ ଓ ସମାଜସେବୀ ଉପସ୍ଥିତ ଥିଲେ । ସେହିଭଳି ଭାରତ ସରକାର ଓ ରାଜ୍ୟ ସରକାରଙ୍କ ଆୟୁଷ୍ମାନ ଆରୋଗ୍ୟ ଯୋଜନା ଆନୁକୂଲ୍ୟରେ ମା’ ଭଦ୍ରକାଳୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଆୟୋଜିତ ସ୍ୱାସ୍ଥ୍ୟମେଳାରେ ବିଧାୟକ ଶ୍ରୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନୁରୂପ ଆଜି ବିଧାୟକ ଶ୍ରୀ ମହାପାତ୍ର ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଚାନକ ପରିଦର୍ଶନ କରି ରୋଗୀଙ୍କର ସେବା ଓ ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ । ବିଶେଷକରି ସେମାନଙ୍କୁ ସରକାରଙ୍କ ପାଖରୁ ଦିଆଯାଉଥିବା ସମସ୍ତ ସରକାରୀ ସୁବିଧା ପାଉଛନ୍ତି କି ନାହିଁ, ତାହା ସିଧାସଳଖ ୱାର୍ଡରେ ଥିବା ରୋଗୀମାନଙ୍କ ଠାରୁ ପଚାରି ବୁଝିଥିଲେ । ଏବଂ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଉପରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ୟା ଗୁଡିକର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.