Home ଜିଲ୍ଲା ପରିକ୍ରମା ଧାମନଗର ବରିଷ୍ଠ ନାଗରିକ ପରିଷଦର ବୈଠକ ଅନୁଷ୍ଠିତ

ଧାମନଗର ବରିଷ୍ଠ ନାଗରିକ ପରିଷଦର ବୈଠକ ଅନୁଷ୍ଠିତ

11
???????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ସ୍ଥିତ ଅବଦୁଲ କାଲାମ ପାଠାଗାର ପରିସରରେ ଧାମନଗର ବରିଷ୍ଠ ନାଗରିକ ପରିଷଦର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଅନିଲ କୁମାର ବାରିକ ସଭାପତିତ୍ୱ କରିଥିବାବେଳେ ବରିଷ୍ଠ ସଦସ୍ୟ ମହେଶ୍ୱର ସ୍ୱାଇଁ, ବିଦ୍ୟାଧର ରାଉତ, ପୀତବାସ ପାଣି, ଅଭିମନ୍ୟୁ ମଲ୍ଲିକ, ହୃଦାନନ୍ଦ କର, ନିରାକାର ଧଳ ପ୍ରମୁକ ଯୋଗଦେଇ କିପରି ଭାବେ ଧାମନଗର ବରିଷ୍ଠ ନାଗରିକ ପରିଷଦ ସବୁ ସ୍ତରରେ ସମସ୍ତଙ୍କ ସୁବିଧା ଅସୁବିଧାବେଳେ ପହଂଚିପାରିବ ସେ ଦିଗରେ ଆଲୋଚନା କରିଥିଲେ । ପରିଷଦର ସଂପାଦକ ସଚିକାନ୍ତ ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ଇ. ନୃସିଂହ ଚରଣ ନାୟକ କୋଷାଧ୍ୟକ୍ଷ ଓ ସୁରଥ ଚନ୍ଦ୍ର ସେଠୀ ଉପସଭାପତି ଭାବେ ମନୋନୀତ ହୋଇଥିଲେ । ପରିଷଦ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.