Home ଜିଲ୍ଲା ପରିକ୍ରମା ଧାମରା ମେଡିକାଲର ଉନ୍ନିତିକରଣ ପାଇଁ ରାଜ୍ୟପାଳଙ୍କୁ ଦାବୀପତ୍ର ପ୍ରଦାନ କଲେ ବିଜେପି ଯୁବ ମୋର୍ଚା ସଭାପତି

ଧାମରା ମେଡିକାଲର ଉନ୍ନିତିକରଣ ପାଇଁ ରାଜ୍ୟପାଳଙ୍କୁ ଦାବୀପତ୍ର ପ୍ରଦାନ କଲେ ବିଜେପି ଯୁବ ମୋର୍ଚା ସଭାପତି

10

ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରାରେ ଥିବା ମେଡିକାଲର ଉନ୍ନତିକରଣ ପାଇଁ ଦୀର୍ଘ ଦିନ ହେବ ଦାବୀ ହୋଇ ଆସୁଥିଲେ ମ଼ଧ୍ୟ ପୂର୍ବ ସରକାର ଏହି ଦାବୀକୁ କର୍ଣପାତ କରୁ ନଥିବା ବେଳେ ପୁନଶ୍ଚ ଏହି ମେଡିକାଲର ଉନ୍ନତିକରଣ ପାଇଁ ମା ଧାମରାଇ ମଣ୍ଡଳର ଯୁବ ମୋର୍ଚା ସଭାପତି ଆଗଭର ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଯୁବ ମୋର୍ଚାର ସଭାପତି ତ୍ରିଦିବେଶ ପ୍ରଧାନ ଓଡିଶା ରାଜ୍ୟପାଳ ରଘୁବର ଦାସଙ୍କୁ ରାଜଭବନରେ ଦେଖା କରି ସେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଧାମରା ମେଡିକାଲ ଉପରେ ଏହି ଅଂଚଳର ୫୦ହଜାରରୁ ଉର୍ଦ୍ଧ ଲୋକ ନିର୍ଭର କରି ଆସୁଛନ୍ତି । ଏହି ମେଡିକାଲ ଟି ସକାଳ ୧୦ରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଖୋଲା ରହୁଥିବା ବେଳେ ଅନ୍ୟ ସମୟରେ ବହୁରୋଗୀ ଚିକିତ୍ସା ପାଇବାରୁ ବଂଚିତ ହୋଇ ଆସୁଛନ୍ତି । ଅନ୍ୟ ପକ୍ଷରେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଧାମରା ଠାରୁ ୫୦ କି.ମି ଦୂରରେ ହୋଇଥିବା ବହୁ ସମୟରେ ବହୁ ପ୍ରସୂତି ମହିଳା ଠିକ ସମୟରେ ଏହି ଦୂରତା ଅତିକ୍ରମ କରିବା ବଦଳରେ ମୃତ୍ୟୂ ମୁଖରେ ପଡୁଛନ୍ତି । ଏଣୁ ଧାମରା ମେଡିକାଲକୁ ପ୍ରାଥମିକ ଭାବେ ୨ଜଣ ଏମବିବିଏ.ଜଣେ ଫାର୍ମାଷ୍‌ିଷ୍ଟ,ଏବଂ ଡ୍ରେସର ମ୍ୟାନର ଆବଶ୍ୟକତାକୁ ତୁରନ୍ତ ଯୁଦ୍ଧକାଳୀନ ଭିତିରେ ପୂରଣ କରିବା ଜରୁରୀ ହୋଇ ପଡିଛି । ଏଥିସହ ଏହି ମେଡିକାଲ ଉପରେ ଧାମରା ବନ୍ଦରର ସମସ୍ତ କର୍ମଚାରୀ ଏବଂ ଶ୍ରମିକ ମାନେ ମଧ୍ୟ ନିର୍ଭର କରି ଆସୁଛନ୍ତି । ଏହି ଅଂଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ଧାମରାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର(ନୂତନ)କୁ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ର ମାନ୍ୟତା ଦେବା ସହ ୨୪ଘଂଟା ଖୋଲା ରଖି ରୋଗୀ ମାନଙ୍କୁ ସେବା କରିବାର ସୁଯୋଗ ସୃଷ୍ଟି କରିବାକୁ ଏହି ଦାବୀ ପତ୍ରରେ ଉଲ୍ଲେଖ ଅଛି । ରାଜ୍ୟପାଳ ରଘୁବର ଦାସ ଏହି ଦାବୀକୁ ଯଥାର୍ଥ ବୋଲି କହିବା ସହ ସେ ଏହି ବିଷୟରେ ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା କରି ତୁରନ୍ତ ଏ ବିଷୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମତ ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.