Home ଜିଲ୍ଲା ପରିକ୍ରମା ହର୍ ଘର୍ ତ୍ରିରଙ୍ଗା ପାଇଁ ପତାକା ପ୍ରସ୍ତୁତି ଶେଷ, ବଂଟନ ଆରମ୍ଭ

ହର୍ ଘର୍ ତ୍ରିରଙ୍ଗା ପାଇଁ ପତାକା ପ୍ରସ୍ତୁତି ଶେଷ, ବଂଟନ ଆରମ୍ଭ

17

ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ୭୮ ତମ ସ୍ୱାଧୀନତା ଦିବସ – ୨୦୨୪ ପାଳନ ଅବସରରେ ପାଳନ କରାଯାଉଥିବା ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଇଁ ଘରକୁ ଘର ତ୍ରିରଙ୍ଗା ପତାକା ବଂଟନ ନିମନ୍ତେ ମିଶନ ଶକ୍ତି ଜରିଆରେ ପତାକା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ସରକାରୀ ନିର୍ଦ୍ଦେଶ ମତେ ମିଶନ ଶକ୍ତିର ବ୍ଲକ୍ ସ୍ତରୀୟ ଫେଡ଼େରେସନ ଜରିଆରେ ଟେଲରିଂ ୟୁନିଟ୍ ଥିବା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ପତାକା ତିଆରି ପାଇଁ ଆଦେଶ ଦିଆଯାଇଛି । ଜିଲ୍ଲାର ୭ଟି ବ୍ଲକ୍ ସହ ଚାନ୍ଦବାଲି-୨ କୁ ମଧ୍ୟ ଏହି ଦାୟୀତ୍ୱ ଅର୍ପଣ କରାଯାଇଛି । ସୂଚନା ଯୋଗ୍ୟ କି ଭଦ୍ରକ ଜିଲ୍ଲା ପାଇଁ ୨ ଲକ୍ଷ ପତାକା ତିଆରି ଧାର୍ଯ୍ୟ ଲକ୍ଷ୍ୟ ଥିବାରୁ ଏଥିପାଇଁ ବାସୁଦେବପୁର ବ୍ଲକ୍ ର ୧୬ଟି ଗୋଷ୍ଠୀକୁ ୩୫,୦୦୦, ଭଦ୍ରକ ବ୍ଲକ୍‌ର ୧୦ଟି ଗୋଷ୍ଠୀ କୁ ୪୦,୦୦୦, ଭଣ୍ଡାରୀପୋଖରୀ ବ୍ଲକ୍ ର ୨୦ ଟି ଗୋଷ୍ଠୀକୁ ୧୫,୦୦୦ ବନ୍ତ ବ୍ଲକ୍ ର ୨୪ ଟି ଗୋଷ୍ଠୀକୁ ୩୫,୦୦୦, ଚାନ୍ଦବାଲିରେ ୧ ର ୧୪ଟି ଗୋଷ୍ଠୀକୁ ୧୫,୦୦୦, ଚାନ୍ଦବାଲି -୨ କୁ ୧୬ ଟି ଗୋଷ୍ଠୀକୁ ୧୫,୦୦୦ ଏବଂ ତିହିଡ଼ିର ୬ଟି ଗୋଷ୍ଠୀକୁ ୨୦,୦୦୦ ସମୁଦାୟ ୧୧୭ ଟି ଗୋଷ୍ଠୀକୁ ୨ ଲକ୍ଷ ପତାକା ପ୍ରସ୍ତୁତି ପାଇଁ ଆଦେଶ ପ୍ରଦାନ କରାଯାଇଛି । ପୁଣି ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ୩୩ ହଜାର ପତାକା ପ୍ରସ୍ତୁତି ପାଇଁ ସରକାରୀ ନିର୍ଦ୍ଦେଶ ଆସିଥିବାରୁ ସେଥିପାଇଁ ମଧ୍ୟ ପ୍ରସ୍ତୁତି କୁ ତ୍ୱରାନ୍ୱିତ କରାଯାଇଛି । ଅଗଷ୍ଟ ୧୨ ରୁ ବ୍ଲକ୍‌ରେ ବି.ଡ଼ି.ଓ. ଏବଂ ପୌରାଂଚଳରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କ ନେତୃତ୍ୱରେ ପତାକା ବଂଟନ କାର୍ଯ୍ୟ ଆରମ୍ଭ କରାଯିବାର ଯୋଜନା କରାଯାଇଛି । ଘରେ ଘରେ ଯେପରି ପତାକା ଉଡ଼ିବ ସେଥିପାଇଁ ବିଭିନ୍ନ ମାଧ୍ୟମରେ ପ୍ରଚାର ପ୍ରସାର କରାଯାଉଛି । ହର୍ ଘର୍ ତ୍ରିରଙ୍ଗା ର ମାହୋଲ ସୃଷ୍ଟି ପାଇଁ ଜିଲ୍ଲା ଓ ବ୍ଲକ ପ୍ରଶାସନ ତରଫରୁ ତ୍ରିରଙ୍ଗା ସାଇକେଲ ଓ ମୋଟର ସାଇେକେଲ ରାଲି, ତ୍ରିରଙ୍ଗା ପଦଯାତ୍ରା, ତ୍ରିରଙ୍ଗା କନସର୍ଟ, ତ୍ରିରଙ୍ଗା କ୍ୟାନ୍‌ଭାସ୍‌, ସେଲ୍‌ଫି ପଏଂଟ ଆଦି କାର୍ଯ୍ୟକ୍ରମ ଆୟୋଜନ ନେଇ ମଧ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.