Home ଜିଲ୍ଲା ପରିକ୍ରମା ଆଦର୍ଶ ଶିକ୍ଷକ ୰ ସୁରେନ୍ଦ୍ର ନାଥ ଜେନାଙ୍କ ସ୍ମୃତିଚାରଣ ସଭା

ଆଦର୍ଶ ଶିକ୍ଷକ ୰ ସୁରେନ୍ଦ୍ର ନାଥ ଜେନାଙ୍କ ସ୍ମୃତିଚାରଣ ସଭା

11

ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଣ୍ଡାଇପଲ୍ଲୀ ଗ୍ରାମର ଆଦର୍ଶ ଶିକ୍ଷକ ୰ ସୁରେନ୍ଦ୍ରନାଥ ଜେନାଙ୍କ ଏକାଦଶାହ କ୍ରିୟାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାର ସ୍କ୍ରାପ୍ଟ ଓଡ଼ିଶାର ସାଂସ୍କୃତିକ ସମ୍ପାଦକ ଶ୍ରୀ କୁନଚରଣ ପରିଡ଼ା ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ ଗଙ୍ଗାଧର ବେହୁରୀ, ଲକ୍ଷ୍ମୀଧର ମହାରଣା, ସଦାନନ୍ଦ ପତି, ଦେବେନ୍ଦ୍ର ମହାନ୍ତି, ଦାଶରଥି ଜେନା, ରମାକାନ୍ତ ଜେନା, ପୂର୍ବତନ ସରପଂଚ ବିଜୟାନନ୍ଦ ପଣ୍ଡା, ସମାଜସେବୀ ଆନନ୍ଦ ଚନ୍ଦ୍ର ନାୟକ, ଯୋଗଦେଇ ୰ ଜେନା ଜଣେ କିପରି ଶାନ୍ତ, ସରଳ, ନିଷ୍ଠାପର ଅମାୟିକ ଛାତ୍ରବତ୍ସଳ ଶିକ୍ଷକ ଥିଲେ, ସେ ବିଷୟରେ ଆଲୋକପାତ କରିଥିଲେ । ଜଣେ ସାଧାରଣ ପରିବାରରେ ଜନ୍ମଗ୍ରହଣ କରି ତାଙ୍କର ନିଷ୍ଠା ଓ ଉଦ୍ୟମ ବଳରେ ଭଦ୍ରକ ଜିଲ୍ଲାରେ ଜଣେ ଗୌରବମୟ ଗଣିତ ଶିକ୍ଷକ ଭାବେ ପ୍ରତିଷ୍ଠା ଲାଭ କରିଥିଲେ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ତାଙ୍କର ପୁତ୍ର ସରୋଜ, ସୁଶାନ୍ତ, ସୁକାନ୍ତ, ସୁମନ ଓ ସୁଦୀପ୍ତ ସଭାଟିକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.