Home ଜିଲ୍ଲା ପରିକ୍ରମା ବାସୁଦେବପୁର ଥାନା ସମ୍ମୁଖରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ବାସୁଦେବପୁର ଥାନା ସମ୍ମୁଖରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

11

ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା-ଜାମୁଝାଡି ମୁଖ୍ୟ ରାସ୍ତାର ବାସୁଦେବପୁର ଥାନା ସମ୍ମୁଖରେ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଆଜି ଅପରାହ୍ନରେ ଧାମରା ଜାମୁଝାଡି ମୁଖ୍ୟ ରାସ୍ତାର ବାସୁଦେବପୁର ଥାନା ସମ୍ମୁଖରେ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ସେଠାରେ ଯାତାୟତ କରୁଥିବା ଲୋକ ରୁଣ୍ଡ ହୋଇ ଦେଖୁଥିବାବେଳେ ଲୋକଙ୍କ ପରିଚୟ ମିଳିପାରିନାହିଁ । ସବୁଠାରୁ ବଡ ପ୍ରଶ୍ନ ଦିବାଲୋକରେ ଥାନା ସମ୍ମୁଖରୁ ମୃତଦେହ ପଡିଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଲୋକଟି କିପରି ମରିଲା ନା ତାକୁ କେହି ମାରି ସେଠାରେ ପକାଇଛି ତାହା ସନ୍ଦେହ ସୃଷ୍ଟି କରିଛି । ପରେ ଘଟଣାସ୍ଥଳରେ ପୁଲିସ୍ ପହଂଚି ଅଜଣା ବ୍ୟକ୍ତିର ମୃତଦେହକୁ ଉଦ୍ଧାର କରିଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.