Home ଜିଲ୍ଲା ପରିକ୍ରମା ରେଳମନ୍ତ୍ରୀଙ୍କୁ ଭେଟିଲେ ଭଦ୍ରକ ସାଂସଦ, ସୁରତକୁ ସିଧାସଳଖ ଟ୍ରେନ୍ ସେବା ଦାବି

ରେଳମନ୍ତ୍ରୀଙ୍କୁ ଭେଟିଲେ ଭଦ୍ରକ ସାଂସଦ, ସୁରତକୁ ସିଧାସଳଖ ଟ୍ରେନ୍ ସେବା ଦାବି

10

ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଲେଶ୍ୱର କିମ୍ବା ଭଦ୍ରକରୁ ସୁରତକୁ ସିଧାସଳକ ଟ୍ରେନ୍ ଚଳାଚଳ ଲାଗି ଦାବି ରଖିଛନ୍ତି ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ । ଶ୍ରୀ ସେଠୀ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଏ ସଂପର୍କରେ ଆଲୋଚନା କରିବା ସହ ଲିଖିତ ଭାବେ ଦାବି ରଖିଛନ୍ତି । ସୁରତରେ ଯେତେ ପ୍ରବାସୀ ଓଡ଼ିଶା ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି, ତହିଁରୁ ୩୦ ପ୍ରତିଶତ ଭଦ୍ରକ ଓ ବାଲେଶ୍ୱର ଜିଲାର ବୋଲି ଶ୍ରୀ ସେଠୀ ଦର୍ଶାଇଛନ୍ତି । ଏହି ଶ୍ରମିକମାନେ ସୁରତକୁ ଆତଯାତ ଲାଗି ସିଧାସଳଖ ଟ୍ରେନ୍ ସୁବିଧା ପାଉନାହାଁନ୍ତି । ସେମାନଙ୍କୁ ଢେଙ୍କାନାଳ, ପୁରୀ ଅଥବା ଭୁବନେଶ୍ୱର ଷ୍ଟେସନରୁ ଯିବାକୁ ପଡୁଛି । କୌଣସି ଜରୁରୀ ସମୟରେ ଏହି ଶ୍ରମିକମାନେ ସୁରତରେ ପହଂଚିବା ଅଥବା ସୁରତରୁ ଘରେ ପହଂଚିବା ଲାଗି ସମସ୍ୟାରେ ପଡୁଛନ୍ତି । ସିଧାସଳଖ ଟ୍ରେନ୍ ସେବା ଉପଲବ୍ଧ ହେଲେ ଶ୍ରମିକମାନେ ସମସ୍ୟାରୁ ମୁକ୍ତି ପାଇବେ । ସେମାନଙ୍କ ଭ୍ରମଣ ଖର୍ଚ୍ଚ କମ୍ ହେବା ସହ ସମୟ ମଧ୍ୟ ବଂଚିବ ବୋଲି ସାଂସଦ ଶ୍ରୀ ସେଠୀ ଦର୍ଶାଇଛନ୍ତି । ଏ ପରିପ୍ରେକ୍ଷୀରେ ସିଧାସଳଖ ଟ୍ରେନ୍ ସେବା ମିଳିଲେ ଦୁଇଟି ଜିଲାର ହଜାର ହଜାର ଶ୍ରମିକଙ୍କ ସହ ସାଧାରଣ ଲୋକେ ଉପକୃତ ହେବେ ବୋଲି ଦର୍ଶାଇ ସାଂସଦ ଶ୍ରୀ ସେଠୀ ଏ ଦିଗରେ ପଦକ୍ଷେପ ନେବା ଲାଗି ରେଳମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.