Home ଜିଲ୍ଲା ପରିକ୍ରମା ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ସାଂସ୍କୃତିକ ପ୍ରତିଯୋଗିତା

ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ସାଂସ୍କୃତିକ ପ୍ରତିଯୋଗିତା

8

ଭଦ୍ରକ, ୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାସ୍ତରରେ ପାଳିତ ହେବାକୁ ଥିବା ୭୮ତମ ସ୍ୱାଧୀନତା ଦିବସ ସମାରୋହ ଉପଲକ୍ଷେ ଦେଶାତ୍ମବୋଧ ବା ସାମାଜିକ ମୂଲ୍ୟବୋଧ ଆଧାରରେ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୬ଟି ସ୍କୁଲର ସାଂସ୍କୃତିକ ପ୍ରତିଯୋଗୀମାନଙ୍କୁ ନେଇ ଦଳଗତ ପରିବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ବିଜୟୀ ଶ୍ରେଷ୍ଠ ୩ଟି ଦଳ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନରେ ଭଦ୍ରକ କଲେଜ ପଡ଼ିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଷେଣ କରିବେ । ଓଡ଼ିଶୀ ନୃତ୍ୟ ଗୁରୁ ଉଜ୍ଜ୍ୱଳ କୁମାର ନାୟକ, ପୁଷ୍ପିତା ମହାନ୍ତି ଓ ନାଥ୍ୟ ତଥା ମୋଗଲ ତାମ୍‌ସା ନିର୍ଦ୍ଦେଶକ ବାଦଲ ସିକ୍‌ଦାର ବିଚାରକ ଭାବେ ଏହି ପ୍ରତିଯୋଗିତାରେ ମୂଲ୍ୟାଙ୍କନ କରିଥିଲେ । ସେଂଟ ଜାଭିୟର ହାଇସ୍କୁଲ, ଚରମ୍ପା ୧ମ, ଏସ୍‌.ବି.ଡ଼ି.ଇଂଟରନ୍ୟାସନାଲ୍ ସ୍କୁଲ ୨ୟ ଓ ଜ୍ୟୋତି କନଭେଂଟ ସ୍କୁଲ ୩ୟ ସ୍ଥାନ ଅଧିକାର କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.