Home ଜିଲ୍ଲା ପରିକ୍ରମା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ନେଇ ବଢୁଛି ଚିନ୍ତା, ସୁରକ୍ଷା ଖୋଜୁଛନ୍ତି ସ୍ଥାୟୀ ବାସିନ୍ଦା

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ନେଇ ବଢୁଛି ଚିନ୍ତା, ସୁରକ୍ଷା ଖୋଜୁଛନ୍ତି ସ୍ଥାୟୀ ବାସିନ୍ଦା

27

ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଶାନ୍ତ ବାଲାଁଦେଶ । ଛନକା ପଶୁଛି ବଙ୍ଗୋପସାଗର ଉପକୂଳ ବାସୁଦେବପୁର ଅଂଚଳରେ । ପୁର୍ବରୁ ବାସୁଦେବପୁର ବ୍ଲକ ଅଧିନ କେତୋଟି ପଂଚାୟତରେ ରହିଥିବା ବାଂଲାଦେଶୀ ଅନୁପ୍ରବେଶକାରୀ ରାଜନୈତିକ ଅନୁକମ୍ପାରେ ଭୋଟ ବ୍ୟାଙ୍କ ପାଇଁ ଏବେ ସ୍ଥାୟୀ ବାସିନ୍ଦା ଭାବରେ ରହିଥିବା ବେଳେ ସରକାରୀ କାଗଜପତ୍ରରେ ସଂଖ୍ୟା କମିବାରେ ଲାଗିଛି । ହଜାର ହଜାର ସଂଖ୍ୟାରେ ରିଫ୍ୟୁଜି ବଙ୍ଗାଳି ବାସୁଦେବପୁରର ବିଭିନ୍ନ ଅଂଚଳରେ ସ୍ଥାୟୀ ବାସିନ୍ଦା ଭାବରେ ରହିଲେଣି । ଏମାନଙ୍କ ସଂଖ୍ୟା ଏତେ ପରିମାଣରେ ବୃଦ୍ଧି ହେବାକୁ ଲାଗିଛି ସ୍ଥାନୀୟ ସ୍ଥାୟୀ ବାସିନ୍ଦାମାନେ ଏବେ ସେମାନଙ୍କ ସହ କଥା ହେବାକୁ ଡରିଲେଣି । ସମୁଦ୍ର ଉପକୂଳ ଅଂଚଳକୁ ସରକାରଙ୍କ ଠାରୁ ଲିଜ ସୁତ୍ରରେ ନେଇ ଏବେ ସ୍ଥାୟୀ ବାସିନ୍ଦା ହେବାର ଖୋରାକ ଯୋଗାଇଛି । ଏମିତିବି ଅଧିକାଂଶ ରିଫ୍ୟୁଜି ଗୋଚାଲାଣ, ନିଶାକାରବାର, ପଶ୍ଚିମବଙ୍ଗକୁ ସାମୁଦ୍ରିକ ଜୀବ କାରବାରରେ ଲିପ୍ତ ରହିବା ସହିତ ଅସାମାଜିକ କାର୍ଯ୍ୟକଳାପ ସ୍ଥାନୀୟ ବାସିନ୍ଦାମାନଙ୍କୁ ବ୍ୟଥିତ କଲାଣି । କହିହେଉନି କି ସହିହେଉନି ନ୍ୟାୟରେ ସ୍ଥାୟୀ ବାସିନ୍ଦାମାନେ ମୁହଁ ଖୋଲିପାରୁନାହାନ୍ତି । ଆର୍ଥୀକ କ୍ଷେତ୍ରରେ ଏତେ ପରିମାଣରେ ସ୍ୱଚ୍ଛଳ ହେଲେଣି ଯେ, ରାଜନୈତିକ ଅନୁକମ୍ପା ସେମାନଙ୍କ ପାଇଁ ବରଦାନ ସାଜିଛି । ନାଇକାଣିଡିହ ଥାନା ଅଂଚଳରେ ଏକଶହରୁ ଉର୍ଦ୍ଧ ଅନୁପ୍ରବେଶକାରୀ ରହିଥିବା ବେଳେ କଷିଆ ସାମୁଦ୍ରିକ ଥାନା ଅଂଚଳରେ ଏକଶହରୁ କମ ରହିଥିବା ଜାଣିବାକୁ ମିଳିଛି । ୨୦୧୪ ମସିହାରେ ହୋଇଥିବା ସର୍ଭେ ଅନୁଯାଇ, ୧୯୭୧ ମସିହା ପରଠାରୁ ବାସୁଦେବପୁର ଅଂଚଳରେ ୧୧୪ ଜଣ ଅନୁପ୍ରବେଶକାରୀ ରହିଥିବା ୨୦୧୪ ମସିହା ଜୁଲାଇ ସାତ ତାରିଖ ଚିଠି ନଂ ୧୭୪୯ଥିବା ଅନୁସାରେ ଜିଲ୍ଲା ପ୍ରଶାସନକୁ ତହସିଲ ପ୍ରଶାସନ ଅବଗତ କରାଇଥିଲେ । ୨୦୨୨ ମସିହା ଚିଠି ନଂ ୩୧୫୭ ଅନୁଯାଇ ୧୫୭ଜଣ ଅନୁପ୍ରବେଶକାରୀ ରହିଥିବା ତହସିଲ ପଶାସନ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ବିଧାନସଭା ପ୍ରଶ୍ନୋତର ସମୟରେ ଅବଗତ କରାଯାଇଥିଲା । ମାତ୍ର୨୦୨୨ ମସିହା ସର୍ଭେ ସମୟରେ ପୁର୍ବରୁ ଆସିଥିବା ଅନୁପ୍ରବେଶକାରୀ ବାସୁଦେବପୁର ତହସିଲ ଅଂଚଳର ସ୍ଥାୟୀ ବାସିନ୍ଦା ଭାବରେ ଆଧାରକାର୍ଡ ଓ ଭୋଟର କାର୍ଡ ହାତେଇଥିବା ଏହି ଚିଠିରେ ଉଲ୍ଲେଖ ରହିଛି । ପାଖାପାଖି କୋଡିଏ ହଜାରରୁ ଉର୍ଦ୍ଧ ରଫ୍ୟୁଜି ବାଂଲାଦେଶୀ ଉପକୂଳ ଅଂଚଳର ଏବେ ସ୍ଥାୟୀ ବାସିନ୍ଦା ହୋଇ ସାରିଲେଣି । ଯାହାକୁ ନେଇ ଉପକୂଳ ସୁରକ୍ଷା ପାଇଁ ଗଢି ଉଠିଛି ଦୁଇଗୋଟି ସାମୁଦ୍ରିକ ଥାନା । ବାତ୍ୟା ଆଶ୍ରୟସ୍ଥଳୀ କଷିଆ ସାମୁଦ୍ରିକ ଥାନାର ଠିକଣା ସାଜିଛି । ଚୂଡାମଣୀ ସାମୁଦ୍ରିକ ଥାନା ଓ କଷିଆ ସାମୁଦ୍ରିକ ଥାନାରେ ଜଣେ ଥାନାଧିକାରୀ, ତିନିଜଣ ଏସଆଇ,ତିନିଜଣଏଏସଆଇ,୨୪ କନେଷ୍ଟବଳ ଓ ହାବିଲଦାର ଆଠଜଣଙ୍କୁ ନେଇ ୩୯ଜଣ କର୍ମଚାରୀ ରହିବା ବ୍ୟବସ୍ଥା ଥିବା ବେଳେ ମାତ୍ର ନଅଜଣ ଲେଖାଏଁ କର୍ମଚାରୀଙ୍କୁ ନେଇ ଚାଲିଛି ଦୁଇଗୋଟି ସାମୁଦ୍ରିକ ଥାନା । ଏପରିକି ସାମୁଦ୍ରିକ ଥାନା କର୍ମଚାରୀମାନଙ୍କ ପାଇଁ ଆବଶ୍ୟକ ଷ୍ଟାପ କ୍ୱାଟର ନଥିବା ବେଳେ ଦୁଇଗୋଟି ଥାନାର ଥାନାଧିକାରିଣୀ ଭଡା ଘରେ ରହୁଥିବା ଜାଣିବାକୁ ମିଳିଛି । ଏଥି ସହିତ ସାମୁଦ୍ରିକ ପଇଁତରା ପାଇଁ ବୋଟ ଯୋଗାଇ ଦିଆଯାଇନାହିଁ । ଏଥି ସହିତ ସାମୁଦ୍ରିକ ପଇଁତରା ପାଇଁ ଏହି ଦୁଇଗୋଟି ଥାନାରେ ଥିବା କର୍ମଚାରୀମାନଙ୍କୁ ଆବଶ୍ୟକ ଟେନିଂ ଦିଆଇନଥିବା ଶୁଣିବାକୁ ମିଳୁଛି । କଷିଆ ଓ ଚୂଡାମଣୀ ଦୁଇଗୋଟି ଥାନା ଧାମରା ସାମୁଦ୍ରିକ ଥାନା ଉପରେ ମେରାଇନ ଡ୍ୟୁଟିକୁ ନେଇ ନିର୍ଭର କରୁଥିବା ଜାଣିବାକୁ ମିଳିଛି । ଏମିତିରେ ବି ଅନୁପ୍ରବେଶକାରୀଙ୍କୁ ରୋକିବା ଓ ସାମୁଦ୍ରିକ ତଟ ସୁରକ୍ଷା ପାଇଁ ଆବଶ୍ୟକ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯାଇପାରିନଥିବା ଜାଣିବାକୁ ମିଳିଛି । ଯାହାଫଳରେ ଏବେ ସୁରକ୍ଷା ଦେବା ବଦଳରେ ସୁରକ୍ଷା ଖୋଜୁଛି ସାମୁଦ୍ରିକ ଥାନା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.