Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା

ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା

5

ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ସଦର ମହକୁମାରେ ୭୮ ତମ ସ୍ୱାଧୀନତା ଦିବସ – ୨୦୨୪ ପାଳନ ଉପଲକ୍ଷେ ଅନୁଷ୍ଠିତ ହୋଇଯାଇଥିବା ପ୍ରସ୍ତୁତି ବୈଠକରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଭଦ୍ରକ ରୋଟାରୀ କ୍ଲବ୍ ର ପୃଷ୍ଠପୋଷକତାରେ ଅଗଷ୍ଟ ୬ ତାରିଖ ମଙ୍ଗଳବାର ଦିନ ଜିଲ୍ଲା ସଂସ୍କୃତି ଭବନରେ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ପୌରାଂଚଳ ଓ ପ୍ରତି ବ୍ଲକ୍‌ରୁ ଆସିଥିବା ପ୍ରତିଯୋଗୀମାନଙ୍କୁ ନେଇ ୬ଷ୍ଠ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ କନିଷ୍ଠ, ୯ମ ଓ ୧୦ମ ଶ୍ରେଣୀକୁ ନେଇ ବରିଷ୍ଠ ବିଭାଗ ମଧ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅବସରପ୍ରାପ୍ତ ପ୍ରାଧ୍ୟାପକ ବ୍ରଜ ମୋହନ ମିଶ୍ର ଏବଂ ଗୋଲକ ବିହାରୀ ସାହୁ, ଅବସର ପ୍ରାପ୍ତ ଅଧ୍ୟକ୍ଷ ରାମଚନ୍ଦ୍ର ପଣ୍ଡା ପ୍ରମୁଖ ଇଂରାଜୀ ବିଭାଗର ଏବଂ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡ. ଶଶଧର ଦାସ ଏବଂ ପ୍ରଫୁଲ୍ଲ କୁମାର ସାହୁ, ଅବସର ପ୍ରାପ୍ତ ଅଧ୍ୟାପକ ରାଧାରାଣୀ ମହାପାତ୍ର ପ୍ରମୁଖ ଓଡ଼ିଆ ବିଭାଗର ପ୍ରତିଯୋଗିତା ପାଇଁ ବିଚାରକ ଭାବେ ମୂଲ୍ୟାଙ୍କନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରୋଟାରୀ କ୍ଲବ୍‌ର ପ୍ରାକ୍ତନ ସଭାପତି ରୋଟାରିଆନ୍ ପ୍ରଣବ କୁମାର ସାହୁ, ରୋଟାରିଆନ ବାଦଲ କିଶୋର ମହାପାତ୍ର ଙ୍କ ସଂଯୋଜନାରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କ୍ଲବ୍ ର ସଭାପତି ସନ୍ତୋଷ ନାୟକ, ସମ୍ପାଦିକା ସାୟନ୍ତା ସୋର ମାଳିନୀ ସାହୁ ଏବଂ କ୍ଲବ୍ ର ଜିଲ୍ଲା ପରାମର୍ଶଦାତା ରୋଟାରିଆନ୍ ଇନ୍ଦ୍ରଜିତ୍ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ରୋଟାରିଆନ୍ ଗୟାଧର ପଣ୍ଡା ଇଂରାଜୀ ପ୍ରତିଯୋଗିତା ଓ ରୋଟାରିଆନ୍ ଶୈଳେନ୍ଦ୍ର ପାଢ଼ୀ ଓଡ଼ିଆ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଆ ବକ୍ତୃତା ପ୍ରତିଯୋଗିତା କନିଷ୍ଠ ବିଭାଗରେ ସାବରଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟର ସାଇକିରଣ ସାମଲ ୧ମ, ଜିଲ୍ଲାସ୍କୁଲ, ଭଦ୍ରକର ଶୀତଲ ମଲ୍ଲିକ୍ ୨ୟ, କାହ୍ନୁଚରଣ ସହଯୋଗ ଉଚ୍ଚ ବିଦ୍ୟାଳୟ ଉତରବାହିନୀର ଶୁଭଶ୍ରୀ ମାଝୀ ତୃତୀୟ ସ୍ଥାନ ନେଇଥିଲାବେଳେ ବରିଷ୍ଠ ବିଭାଗର ଉମାଚରଣ ସହଯୋଗ ହାଇସ୍କୁଲ ମହରମପୁରର ଆଦ୍ୟାଶା ସାହୁ ୧ମ, ଏସ୍‌.ବି.ଡ଼ି. ଇଂଟରନ୍ୟାସନାଲ ସ୍କୁଲର ତୃପ୍ତି ତନୟା ପଣ୍ଡା ୨ୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓଲଙ୍ଗର ଦେବାଶିଷ ସାହୁ ୩ୟ ସ୍ଥାନ ଅଧିକାର କରିଥିଲେ । ସେହିପରି ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ କନିଷ୍ଠ ବିଭାଗରେ ଏସ.ବି.ଡ଼ି. ଇଂଟରନ୍ୟାସନାଲ ସ୍କୁଲର ପାର୍ଥ ସାରଥି ଦାସ ପ୍ରଥମ, ଜ୍ୟୋତି କନଭେଂଟ ସ୍କୁଲର ସ୍ୱାତୀଶ୍ରୀ ନାୟକ ୨ୟ ଏବଂ ଡି.ଏ.ଭି.ଡ଼ି.ପି.ଏସ୍‌.ର ଆଦର୍ଶ ପଣ୍ଡା ଓ ସେଂଟ ଜାଭିୟର ହାଇସ୍କୁଲର ଏସ୍‌.ଏସ୍‌.ଟି ଶ୍ରେୟାଂଶୁ ମିଶ୍ର ଯୁଗ୍ମ ୩ୟ ସ୍ଥାନ ଅଧିକାର କରିଥିଲେ । କ୍ଲବ୍‌ର ପ୍ରାକ୍ତନ ସଭାପତି ଇଂ ଅମ୍ବିକା ବଲ୍ଲଭ ସ୍ୱାଇଁ, ଅନ୍ୟ ରୋଟାରିଆନ୍ ଶାନ୍ତି ସ୍ୱରୂପ ମିଶ୍ର, ଉମାକାନ୍ତ ଜେନା, ପ୍ରମୋଦ ଜେନା, ସୀତାକାନ୍ତ ଦାସ, ବିଜୟ ସାହୁ ପ୍ରମୁଖ ମଧ୍ୟ ଉପସ୍ଥିତ ରହି ପ୍ରତିଯୋଗିତା ପରିଚାଳନାରେ ଆନୁସଙ୍ଗିକ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.