Home ଜିଲ୍ଲା ପରିକ୍ରମା ମଉସୁଧା ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ମଉସୁଧା ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

17

ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ୍ ଅଧୀନସ୍ଥ ମଉସୁଧା ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀ ମୃତ୍ୟୁବରଣ କରିଛନ୍ତି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ମଉସୁଧା ଛକ ନିକଟରେ ମତୋରୁ ଆସୁଥିବା ଓଆର-୨୨-୩୬୧୪ ନମ୍ବରର ଏକ ସିମେଂଟ ବୋଝେଇ ଟ୍ରକ୍ ଚାଳକ ଗାଡିରଖି ଜଳଖିଆ କରୁଥିଲେ । ଏହି ସମୟରେ ସ୍ଥାନୀୟ ଫାର୍ଶୀବନ୍ଧ ଗ୍ରାମର କୈଳାସ ଜେନାଙ୍କ ପୁତ୍ର ଦୀପକ ମତୋରୁ ଓଡି-୨୨ଏନ-୨୮୪୩ ନମ୍ବରର ହିରୋ ସୁପର ସ୍ଲେଣ୍ଡର ବାଇକ୍ ଯୋଗେ ଗାଁକୁ ଯାଉଥିବା ସମୟରେ ଛିଡା ହୋଇଥିବା ଟ୍ରକ୍‌ଟିକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ମଧ୍ୟ ଡାକ୍ତରମାନେ ତାକୁ ମୃତ ଘୋଷଣା କରିଥିଲେ । ଖବର ପାଇ ମତୋ ପୁଲିସ୍ ଫାଣ୍ଡି ଅଧିକାରୀ ଛତିଶ କୁମାର ଗୋଚ୍ଛି ପହଂଚି ଟ୍ରକ୍ ସହିତ ବାଇକ୍‌ଟିକୁ ଜବତ କରିବା ସହିତ କେଶ୍ ନଂ ୩୮୬/୨୪ ମୂଳେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.