Home ଜିଲ୍ଲା ପରିକ୍ରମା ସିକିମ୍ ପଟ୍ଟା ପ୍ରଦାନ ସମାରୋହ : ସିକିମ୍ ଚାଷୀ ହେଲେ ଜମିର ମାଲିକ

ସିକିମ୍ ପଟ୍ଟା ପ୍ରଦାନ ସମାରୋହ : ସିକିମ୍ ଚାଷୀ ହେଲେ ଜମିର ମାଲିକ

48

ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସତ୍ତ୍ୱ ସ୍ତିତିବାନ ଧାରୀ ସିକିମ୍ ଚାଷୀ ମାନଙ୍କୁ ପଟ୍ଟା ବଣ୍ଟନ ଉପଲକ୍ଷେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁଭାରମ୍ଭ କରାଯିବା ଅବସରରେ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ, ଭଦ୍ରକ ଲୋକସଭା ସଦସ୍ୟା ମଞ୍ଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ୍‌, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା ସିକିମ୍ ରୟତ ଚାନ୍ଦବାଲିର ସୋମନାଥ ନାୟକ ଏବଂ ଭଦ୍ରକର ଗୌରୀ ଦେହୁରୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥି ମାନଙ୍କ ଦ୍ୱାରା ମଞ୍ଚରେ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ସମୁଦାୟ ୭ ଜଶ ସିକିମ୍ ରୟତଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲା ।

ସେମାନଙ୍କ ମଧ୍ୟରେ ଭଦ୍ରକ, ଚାନ୍ଦବାଲି ବ୍ୟତୀତ ଧାମନଗର ଓ ବାସୁଦେବପୁରରୁ ୨ ଜଣ ଲେଖାଏଁ ଓ ଭଣ୍ଡାରି ପୋଖରୀ ଜଣେ ରୟତ ଥିଲେ । ସୂଚନା ଯୋଗ୍ୟକି ପ୍ରଥମ ପର୍ଯ୍ୟାୟରେ ଭଦ୍ରକ ଜିଲ୍ଲାରେ ୨୫୧ ଜଣ ସିକିମ୍ ଚାଷୀଙ୍କୁ ସ୍ତିତିବାନ୍ ପଟ୍ଟା ବଣ୍ଟନ କରାଯିବ । ଏଥିପାଇଁ ସମୁଦାୟ ୪,୫୨୬ ଜଣ ସିକିମ୍ ଚାଷୀଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କର କାଗଜାଦି ତନଖି ପରେ ପଟ୍ଟା ପ୍ରଦାନ ପାଇଁ ପଦକ୍ଷେପ ନିଆଯିବ । ସୂଚନା ଯୋଗ୍ୟକି ଏହି ପଟ୍ଟା ବଳରେ ସିକିମ୍ ଚାଷୀମାନେ ନିଜ ସତ୍ୱ ଜମିର ମାଲିକ ହେବା ସହିତ ବଂଶାନୁକ୍ରମିକ ମାଲିକାନା ସତ୍ୱ ଓ ହସ୍ତାନ୍ତର ଯୋଗ୍ୟ ମାଲିକାନା ପାଇବେ । ସିକିମ୍ ଖାତାଧାରୀଙ୍କୁ ଏହି ଯୋଜନାରେ ସ୍ତିତାବାନ୍ ପଟ୍ଟା ପ୍ରଦାନ କରାଗଲା । ଏହାଦ୍ୱାରା ସିକିମ୍ ସତ୍ୱ ସମସ୍ୟାର ସ୍ଥାୟୀ ସମାଧାନ କରାଗଲା । ସିକିମ୍ ଚାଷୀମାନେ ସିକିମ୍ ସମସ୍ୟାରୁ ମୁକ୍ତ ହେଲେ । ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ସୁଚାରୁ କୁମାର ବଳ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ପ୍ରଶାସନିକ ଅଧିକାରୀ ରାମଦାସ ଟୁଡ଼ୁ, ଉପଜିଲ୍ଲାପାଳ ମନୋଜ ପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନା ଦାୟିତ୍ୱ ନିର୍ବାହ କରିଥିଲେ । ଜି.ଜି.ଇ.ଏମ୍ ବିଜୟାନନ୍ଦ କର, ବୈଷୟିକ ପରିଚାଳନା ଦାୟିତ୍ୱ ବୁଝିଥିଲେ । ଜିଲ୍ଲାର ସମସ୍ତ ବ୍ଲକରୁ ସିକିମ୍ ଚାଷୀ ମାନେ ବହୁ ସଂଖ୍ୟାରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.