Home ଜିଲ୍ଲା ପରିକ୍ରମା ରମ୍ଭିଳା ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ବାର୍ଷିକ ଉତ୍ସବ

ରମ୍ଭିଳା ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ବାର୍ଷିକ ଉତ୍ସବ

29

ଭଦ୍ରକ, ୧୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଯେ ଶିଶୁ କାଲି ସେ ସୁପ୍ରତିଷ୍ଠିତ ନାଗରିକ । ଗୁଣାତ୍ମକ ଓ ମୂଲ୍ୟ ବୋଧ ଶଣିକ୍ଷା ଦ୍ୱାରା ଶିଶୁର ଅନ୍ତଃନିର୍ହିତ ଗୁଣ ବିକଶିତ ହେବା ସଂଗେ ସଂଗେ ଭବିଷ୍ୟତରେ ସମାଜର ହୀତ ବା ମଙ୍ଗଳ କରେ ବୋଲି ରମ୍ଭିଳା ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ବାର୍ଷିକ ଉତ୍ସବରେ ମଞ୍ଚାସୀନ ଅତିଥିବୃନ୍ଦ ବିଦ୍ୟାଳୟର ଛାତ୍ରଛାତ୍ରୀ, ଆଚାର୍ଯ୍ୟ, ଗୁରୁମା ତଥା ଅଭିଭାବକଙ୍କୁ ସଠିକ୍ ଉପଦେଶ ଦେଇଥିଲେ । ପୌରହିତ୍ୟ କରିଥିଲେ କମିଟିର ସଭାପତି ଶିକ୍ଷାନୁରାଗୀ ବାବୁଲାଲ ଦାସ । ମୁଖ୍ୟବକ୍ତା ଭାବେ ଶ୍ରୀ ଚୈତନ୍ୟ ଆଶ୍ରମର ପ୍ରାଣ ପ୍ରତିଷ୍ଠା ଓ ବାଗ୍ମୀ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ । କୁନି କୁନି ପିଲାମାନଙ୍କୁ ଭଲ ପାଠ ପଢ଼ିବାକୁ ଭଲ ମଣିଷ ହେବାକୁ ଓ ଅଭିଭାବକଙ୍କୁ ତାଙ୍କର ଯତ୍ନ ନେବାକୁ ସଚେତନ କରିଥିଲେ । ମୁଖ୍ୟ ଅତିଥି ଭାବେ ଇଂ ଅଭୟ ସୁତାର ଶିକ୍ଷାନୁଷ୍ଠାନର ନିଜର ଅନୁଭୁତି ପ୍ରକାଶ କରିବା ସଂଗେ ସଂଗେ ଆଦର୍ଶ ବିଦ୍ୟାଳୟ ଗଢ଼ିବା ପାଇଁ ଛାତ୍ର ଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀଙ୍କ ସମନ୍ୱୟ ଏକାନ୍ତ ଆବଶ୍ୟକ ବୋଲି କହିଥିଲେ । ପ୍ରଧାନ ଆଚାର୍ଯ୍ୟ ଗୁରୁମା ଶ୍ରୀମତୀ ସୁଜାତା ମହାପାତ୍ର ସ୍ୱାଗତ ଭାଷଣ ଓ ବାର୍ଷିକ ବିବରଣୀ ପାଠ କରିଥିଲେ । ସଭାପତି ଚପଳ ଓ କୋମଳମତି ଶିଶୁ ମାନଙ୍କର ମାନସିକ ବିକାଶ ନିମିତ୍ତ ବିଦ୍ୟାଳୟର ଆବଶ୍ୟକତା ପୂରଣ କରିବାକୁ ଗ୍ରାମବାସୀଙ୍କ ସହଯୋଗ ଲୋଡ଼ିଥିଲେ । ସମ୍ମାନିତ ଅତିଥି ଜୟନ୍ତ କୁମାର ମହାପାତ୍ର, ଶମ୍ଭୁନାଥ ଶୁକ୍ଳ, ପିତାମ୍ବର ମିଶ୍ର, ଭୋଳାନାଥ ଧିନ୍ଦା ଅନୁଷ୍ଠାନ ପ୍ରତି ଅନୁରୋକ୍ତ ପ୍ରକାଶ କରିଥିବାବେଳେ ଶିକ୍ଷକ ଚନ୍ଦ୍ରକାନ୍ତ ଶୁକ୍ଳ ମଞ୍ଚ ଆହ୍ୱାନ କରିଥିଲେ । ଅତଥି ମାନଙ୍କ ଦ୍ୱାରା ପ୍ରତିଯୋଗିତାରେ କୃତି ପିଲାମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ସହଯୋଗ କରିଥିଲେ ଗୁରୁମା କୁମାରୀ ଭାରତୀ ସାହୁ, ମମତା ମହାପାତ୍ର, ପାର୍ବତୀ ବେହେରା, ସହ ଆଚାର୍ଯ୍ୟ ସୌକ୍ତିତ ଶେଖର ଶୁକ୍ଳ, ପ୍ରଶାନ୍ତ କୁମାର ସାହୁ, ଉଦୟ ନାଥ ମହାପାତ୍ର । ବିଦ୍ୟାଳୟର କୁନି କୁନି ପିଲାମାନେ ପ୍ରାରମ୍ଭିକ ସଂଗୀତ ଓ ନାଚ ଗୀତରେ ଭାଗ ନେଇଥିବା ବେଳେ ଧନ୍ୟବାଦ ଦେଇଥିଲେ ଶମ୍ଭୁନାଥ ଶୁକ୍ଳ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.