Home ଜିଲ୍ଲା ପରିକ୍ରମା ସଂଘ ପ୍ରତିଷ୍ଠା ଦିବସରେ ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟବୀମା ଦାବୀ କରିଲା ଭଦ୍ରକ ଜିଲ୍ଲା...

ସଂଘ ପ୍ରତିଷ୍ଠା ଦିବସରେ ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟବୀମା ଦାବୀ କରିଲା ଭଦ୍ରକ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ

14

ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡ଼େରେସନର ୭୯ତମ ପ୍ରତିଷ୍ଠା ଦିବସ ଆଜି ଭଦ୍ରକ ସହିଦ୍ ସ୍ମୃତି ଭବନରେ ଭଦ୍ରକ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ସକାଳ ନଅ ଘଟିକା ସମୟରେ ଭଦ୍ରକ ସହିଦ ସ୍ମୃତି ଭବନ ପରିସରରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡ଼େରେସନର ପୂର୍ବତନ ମହାସଚିବ ସଚ୍ଚିଦାନନ୍ଦ ରାଉତଙ୍କ ଦ୍ୱାରା ସଂଘୀୟ ପତାକା ଉତ୍ତୋଳନ କରାଯାଇଥିଲା । ରାଜ୍ୟ ସଂଘର ମହାସଚିବ ଚାରୁଲତା ମହାପାତ୍ରଙ୍କ ନେତୃତ୍ୱରେ ପାଞ୍ଚଶହରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ସଂଘର ପ୍ରତିଷ୍ଠାତା ଡ. ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ପ୍ରଦାନ କରିଥିଲେ । ସେଠାରୁ ପ୍ରତ୍ୟାବର୍ତ୍ତନ କରି ସହିଦ ସ୍ମୃତି ଭବନ ଭଦ୍ରକରେ ଆୟୋଜିତ ସଂଘର ୭୯ତମ ପ୍ରତିଷ୍ଠା ଦିବସରେ ଯୋଗ ଦେଇଥିଲେ । ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ବାବୁଲା ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ବୈଠକରେ ସଂପାଦକୀୟ ବିବରଣୀ ପାଠ କରିଥିଲେ ଜିଲ୍ଲା ସଂଘର ସାଧାରଣ ସମ୍ପାଦକ ମନୋରଞ୍ଜନ ନାୟକ । ଅତିଥି ପରିଚୟ ପ୍ରଦାନ କରିଥିଲେ ଜିଲ୍ଲା ସଂଘର ସହ ସମ୍ପାଦକ ରୂପେଶ କୁମାର ସାହୁ, ଦାବିପତ୍ର ଉପସ୍ଥାପନ କରିଥିଲେ ସଂଗଠନ ସମ୍ପାଦକ ସମୀର କୁମାର ଜେନା । ଆଜିର ବୈଠକରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ନିର୍ବାଚନ ମଣ୍ଡଳୀର ବିଧାୟକ ସଞ୍ଜୀବ ମଲ୍ଲିକ, ଧାମନଗର ନିର୍ବଚନମଣ୍ଡଳୀର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜଗନ୍ନାଥ ସ୍ୱାଇଁ, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡ଼େରେସନର ପୂର୍ବତନ ମହାସଚିବ ସଚ୍ଚିଦାନନ୍ଦ ରାଉତ, ଓଷ୍ଟା ସଂଘର ଜିଲ୍ଲା ସମ୍ପାଦକ ପ୍ରଦୀପ୍ତ କୁମାର ଦାସ, ଯାଜପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ବିଜୟ କୁମାର ନାୟକ, ଜିଲ୍ଲା ସଂଘର ପୂର୍ବତନ ସଭାପତି ଭାସ୍କର ପାଢ଼ୀ, ସୁରେନ୍ଦ୍ର କୁମାର ମଲ୍ଲିକ, ପ୍ରମୋଦ ତ୍ରିପାଠୀ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ ।

ସଂଗଠନ ତରଫରୁ ସରକାରଙ୍କୁ ପୂର୍ବରୁ ଦିଆଯାଇଥିବା ୩ ଦଫା ଦାବି ତୁରନ୍ତ ପୂରଣ କରିବା ନିମନ୍ତେ ପ୍ରସ୍ତାବ ରଖାଯାଇଥିଲା । ଏଥିସହିତ ପ୍ରାଥମିକ ସ୍ତରରେ କାର୍ଯ୍ୟରତ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ଓ ଅବସର ପ୍ରାପ୍ତ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟବୀମା ଯୋଜନା ପରିସର ଭୁକ୍ତ କରିବା, ବିଦ୍ୟାଳୟ ମିଶ୍ରଣ ବନ୍ଦ କରିବା ଓ ପ୍ରାଥମିକ ଶିକ୍ଷାକୁ ‘୫ଟି’ ପରିସରଭୁକ୍ତ କରିବା ଇତ୍ୟାଦି ଦାବି ରଖାଯାଇଥିଲା । ଆଜିର ସଭାରେ ଜିଲ୍ଲାର ସମସ୍ତ ବ୍ଲକ୍‌ରୁ ଶିକ୍ଷକ, ଶିକ୍ଷୟିତ୍ରୀ, ଅବସର ପ୍ରାପ୍ତ ଶିକ୍ଷକମାନେ ଯୋଗ ଦେବା ସହିତ ଜିଲ୍ଲ ସଂଘର ସୁଧିର ରାଉତ, କୋଷାଧ୍ୟକ୍ଷ ଗିରିଧାରୀ ଚାନ୍ଦ, ଉପସଭାପତି ଭାସ୍କର ଚନ୍ଦ୍ର ନାୟକ, ଗୌରୀ ଶତପଥୀ, ତିହିଡି ବ୍ଲକ ଶିକ୍ଷକ ସଂଘ ସମ୍ପାଦକ ରମାକାନ୍ତ ଦାସ, ସଭାପତି ମାୟାଧର ସାହୁ, ଶ୍ରୀନାଥ ମଲିକ, ମନ୍ମଥ ଦାସ, ରବୀନ୍ଦ୍ର କୁମାର ଦାସ, ରମାମଣି ବେହେରା, ଭଦ୍ରକ ବ୍ଲକ ଶିକ୍ଷକ ସଂଘ ସଭାପତି ଅରୁଣ କୁମାର ମଲ୍ଲିକ, ସମ୍ପାଦକ ରାଜେଶ ଦାସ, କମଳାକାନ୍ତ ଦାସ, ସେକ ଅବଦୁଲ ରବ୍‌, ସସ୍ମିତା ମହାନ୍ତି, ସସ୍ମିତା ନାୟକ, ସୁଭଦ୍ରା ସ୍ୱାଇଁ, ରଚନା ପାଲ୍‌, ରଶ୍ମିରେଖା ପରିମାଣିକ, ବନ୍ତ ବ୍ଲକ୍‌ରୁ ଧର୍ମେନ୍ଦ୍ର ନାରାୟଣ ଜେନା, ନରେନ୍ଦ୍ର ସାହୁ, ସନାତନ ଦାସ, ଭଣ୍ଡାରିପୋଖରୀ ବ୍ଲକ୍‌ରୁ ରଞ୍ଜନ ମହାନ୍ତି, ଚାନ୍ଦବାଲି ବ୍ଲକ୍‌ରୁ ଶଶିକାନ୍ତ ସାହୁ, ପ୍ରଦୀପ୍ତ ଦାସ, ଧାମନଗର ବ୍ଲକରୁ ସନ୍ତୋଷ ଲେଙ୍କା, ଭାବଗ୍ରାହି ଖୁଣ୍ଟିଆ, ବାସୁଦେବପୁର ବ୍ଳକରୁ ରାଜେନ୍ଦ୍ର ସେଠୀ, ସୁଦର୍ଶନ ପାତ୍ର, ମଲ୍ଲିଲତା ପଣ୍ଡା ପ୍ରମୁଖ କର୍ମକର୍ତ୍ତା ମାନେ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଉକ୍ତ ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଅବସର ଗ୍ରହଣ କରିଥିବା ଶିକ୍ଷକ ପ୍ରତିଭା ମାନଙ୍କୁ ସମ୍ମାନିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.