Home ଜିଲ୍ଲା ପରିକ୍ରମା ଜନତା ସେବା କେନ୍ଦ୍ରରେ ସମାଜସେବୀ ରାମଚନ୍ଦ୍ର ବେହେରା ଅସହାୟଙ୍କୁ ବାଣ୍ଟିଲେ ଶୀତବସ୍ତ୍ର

ଜନତା ସେବା କେନ୍ଦ୍ରରେ ସମାଜସେବୀ ରାମଚନ୍ଦ୍ର ବେହେରା ଅସହାୟଙ୍କୁ ବାଣ୍ଟିଲେ ଶୀତବସ୍ତ୍ର

38

ଭଦ୍ରକ, ୭ା୧ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାର ବିଶିଷ୍ଟ ସମାଜସେବୀ ତଥା ଶିଳ୍ପଦ୍ୟୋଗୀ ରାମଚନ୍ଦ୍ର ବେହେରାଙ୍କ ପତ୍ନୀଙ୍କ ସ୍ମୃତିରେ ପରିଚାଳିତ ଭଦ୍ରକ ବାଇପାସ୍‌ସ୍ଥିତ କିରଣବାଳା ଦାତବ୍ୟ ପ୍ରତିଷ୍ଠାନ ପକ୍ଷରୁ ଚରମ୍ପା ଡଗରାସାହିସ୍ଥିତ ଜନତା ସେବାକେନ୍ଦ୍ର ଦ୍ୱାରା ଆଜି ଗରିବ ଅସହାୟ ଲୋକଙ୍କୁ କମ୍ବଳ ଓ ବେଡସିଟ୍ ଭଳି ଶୀତବସ୍ତ୍ର ବଣ୍ଟନ କରାଯାଇଛି । ଏଥିଉପଲକ୍ଷେ ଆୟୋଜିତ ସଭାରେ ସେବାକେନ୍ଦ୍ରର ବରିଷ୍ଠ ଉପଦେଷ୍ଟା ତଥା ଭଦ୍ରକ ବାର୍ ଆସୋସିଏସନ୍‌ର ସଭାପତି ନିରାକାର ଜେନା ଅଧ୍ୟକ୍ଷତା କରି କିରଣବାଳାଙ୍କର ଅଳ୍ପାୟୁରେ ଦେହାନ୍ତ ହୋଇଥିଲେ ମଧ୍ୟ ଗରିବ ଅସହାୟ ଲୋକଙ୍କ ପ୍ରତି ଥିବା ତାଙ୍କର ସେବାକୁ ସମାଜସେବୀ ରାମଚନ୍ଦ୍ର ବେହେରା ଯେଭଳି ଭାବେ ବଜାୟ ରଖିଆସୁଛନ୍ତି, ତାହା ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସେବାକେନ୍ଦ୍ରର ସଭାପତି ବିଶ୍ୱନାଥ ଅଗ୍ରୱାଲ, ସଂପାଦକ ସୁରେନ୍ଦ୍ରନାଥ ପଣ୍ଡା, ଉପଦେଷ୍ଟା କୁଳମଣି ବେହେରା, ଶଶଧର ମହନୀ, ନାରାୟଣ ଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ରତ୍ନାକର ହାତି, ସକ୍ରୀୟ ସଭ୍ୟ ଏସ୍ ମନ୍ମଥ ରାଓ, ସୁଦାମ ସେଠୀ, ଲକ୍ଷ୍ମଣ ବେହେରା, ମହେଶ ଅଗ୍ରୱାଲ, ନରେନ୍ଦ୍ର ସାହୁ, ପ୍ରବୋଧ ଛତାର, ଅଶ୍ୱିନୀ ଛତାର, ନାରାୟଣ ସାହୁ, ଧନେଶ୍ୱର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି ବଣ୍ଟନ କାର୍ଯ୍ୟରେ ସହଯୋଗ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.