ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଥମ ସଚ୍ଚିଦାନନ୍ଦ ମେମୋରିଆଲ କ୍ରିକେଟ୍ ଟୁର୍ଣର୍ାମେଣ୍ଟ ଗୁରୁବାରଠାରୁ ଭଦ୍ରକ କଲେଜ ପଡ଼ିଆରେ ଉଦ୍ଘାଟିତ ହୋଇଯାଇଛି । ଏହି ଟୁର୍ଣର୍ାମେଣ୍ଟକୁ ବରିଷ୍ଠ କ୍ରୀଡ଼ାବିତ୍ ନୀଳମାଧବ ଦାସ ଓ ଭାରତୀୟ ସେନା ବାହିନୀର ସବ୍ମେଜର କିରନ୍ଜିତ୍ ସିଂ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ଟୁର୍ଣ୍ଣାମେଣ୍ଟର ଆୟୋଜକ ତଥା ଯୁବନେତା ଜ୍ୟୋତି ପ୍ରକାଶ ମହାନ୍ତି ଉପସ୍ଥିତ ରହି ଉଦ୍ଘାଟନୀ ମ୍ୟାଚ୍ର ଖେଳାଳୀମାନଙ୍କ ସହ କରମର୍ଦ୍ଦନ କରି ଖେଳାଳୀଙ୍କୁ ଉତ୍ସାହିତ କହିଥିଲେ । ପ୍ରଥମ ମ୍ୟାଚରେ ସ୍ଥାନୀୟ ଜଗନ୍ନାଥପୁରର ରାଧାଗୋବିନ୍ଦ କ୍ଲବ ଅସ୍ତଳର କ୍ଷେମସାଗର ଟିମ୍କୁ ପରାସ୍ତ କରି ସେମିଫାଇନାଲକୁ ଉନ୍ନୀତ ହୋଇଛି । ସେହି କ୍ରମରେ ପୁରୁଣାବଜାର ଏକାଡେମୀ ଦ୍ୱିତୀୟ ମ୍ୟାଚ୍ରେ ଚାରିଘରିଆର ମଧୁ କ୍ଳବକୁ ପରାସ୍ତ କରି ସେମିଫାଇନାଲକୁ ଉଠିଛି । ତୃତୀୟ ମ୍ୟାଚରେ ରୟାଲ ଷ୍ଟାର ବାଇପାସ୍, ମଉଦାର ଜୟ ହନୁମାନ କ୍ଲବକୁ ପରାସ୍ତ କରିଥିବା ବେଳେ ଚରମ୍ପାର ଡେଲ୍ଟା ଟିମ୍ ପୁରୁଣାବଜାରର ବନ୍ଜାରା ଟିମ୍କୁ ହରାଇ ସେମିଫାଇନାଲ ରାସ୍ତା ପକ୍କା କରିଛି । ଶୁକ୍ରବାର ଏହି ଦୁଇଦିନିଆ ଟୁର୍ଣ୍ଣାମେଣ୍ଟର ସମସ୍ତ ସେମିଫାଇନାଲ ଓ ଫାଇନାଲ ମ୍ୟାଚ ପର୍ଯ୍ୟାୟ କ୍ରମେ ଫ୍ଲଡ ଲାଇଟ୍ରେ ଅନୁଷ୍ଠିତ ହେବ । ଏହା ବ୍ୟତୀତ ମିଡ଼ିଆ ଏକାଦଶ ଏବଂ ଓକିଲ ଏକାଦଶଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ମଧ୍ୟ ଖେଳାଯିବ ବୋଲି ଟୁର୍ଣ୍ଣାମେଣ୍ଟର ଆୟୋଜକ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି । ଟୁର୍ଣ୍ଣାମେଣ୍ଟର ବିଜେତା ଦଳକୁ ୧୦ ହଜାର ଟଙ୍କା ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯିବାକୁ ଥିବା ବେଳେ ପରାଜିତ ଟିମ୍କୁ ନଗଦ ଅର୍ଥ ୫ ହଜାର ଟଙ୍କା ପ୍ରଦାନ କରାଯିବ । ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଆନ୍ତର୍ଜାତୀୟ ପାରା ଆଥ୍ଲେଟ୍ ରାଖାଲ କୁମାର ସେଠୀଙ୍କ ସହ ବହୁ ବରିଷ୍ଠ ପଦାଧିକାରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଟୁର୍ଣର୍ାମଣ୍ଟେଟି ଜଗନ୍ନାଥପୁର କ୍ରିକେଟ୍ କ୍ଲବର ସମସ୍ତ ସଦସ୍ୟଙ୍କ ମିଳିତ ପ୍ରଚେଷ୍ଟାରେ ପ୍ରଥମ ଥର କରି ଆରମ୍ଭ ହୋଇଛି ।