Home ଜିଲ୍ଲା ପରିକ୍ରମା କଳିଙ୍ଗ ନଗର ଆଦିବାସୀ ହତ୍ୟାକାଣ୍ଡରେ ପ୍ରାଣ ହରାଇଥିବା ଆଦିବାସୀଙ୍କୁ ଶ୍ରଦ୍ଧାଞ୍ଜଳି ୨ରେ

କଳିଙ୍ଗ ନଗର ଆଦିବାସୀ ହତ୍ୟାକାଣ୍ଡରେ ପ୍ରାଣ ହରାଇଥିବା ଆଦିବାସୀଙ୍କୁ ଶ୍ରଦ୍ଧାଞ୍ଜଳି ୨ରେ

40

ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଂଗ୍ରେସ ଦଳର ରାଜ୍ୟ ସଭାପତି ଶରତ ପଟ୍ଟନାୟକଙ୍କ ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୨ ତାରିଖ ଜିଲ୍ଲା ଏବଂ ବ୍ଲକ ମୁଖ୍ୟାଳୟରେ କଂଗ୍ରେସ ଦଳ ପକ୍ଷରୁ ସନ୍ଧ୍ୟା ୫ଟାରୁ ୬ ଘଟିକା ମଧ୍ୟରେ ମହମବତୀ ପ୍ରଜ୍ୱଳନ ସହ ନୀରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ ବୋଲି ଆଜି ଜିଲ୍ଲା କଂଗ୍ରେସ ମୁଖ୍ୟ ମୁଖପାତ୍ର ଶୁଭେନ୍ଦୁ ରାୟମହାପାତ୍ର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରେ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଶ୍ରୀ ରାୟମହାପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ୨୦୦୬ ମସିହା ଜାନୁଆରୀ ୨ରେ ବିଜେଡ଼ି ଓ ବିଜେପିର ଭାଗିଦାରୀ ସରକାର ସମୟରେ ନୀରହି ୧୩ଜଣ ଆଦିବାସୀଙ୍କୁ କଳିଙ୍ଗ ନଗରରେ ଗୁଳି କରି ହତ୍ୟାକଲେ । ସେହି ପ୍ରାଣ ହରାଇଥିବା ଆଦିବାସୀଙ୍କ ପରିବାରକୁ ଏ ପର୍ଯ୍ୟନ୍ତ ନ୍ୟାୟ ମିଳିଲା ନାହିଁ । ମାତ୍ର ସେତେବେଳର ଉପା ସରାକର ସେମାନଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦେଇଥିଲା । ଏ ବାବଦରେ ନା ବିଜେପି ନା ବିଜେଡ଼ି କେହି ଥରଟେ ମୁହଁ ଖୋଲୁ ନାହାନ୍ତି । ଏହାର ମୂଳ କାରଣ ଏଥିରେ ଉଭୟ ଦଳ ସଂପୃକ୍ତ । ସେହିପରି ନିୟମଗିରି କନ୍ଧଙ୍କ ଜମି ହଡ଼ପ କରୁଥିବା ବେଳେ ସେମାନଙ୍କୁ କେବଳ ନ୍ୟାୟ ଦେଇଥିଲେ ରାହୁଲ ଗାନ୍ଧୀ । ରାଜ୍ୟରେ ବିଜେଡ଼ି ସରକାର କେବଳ ବାଜା ବଜାଉଛି ଲୋକଙ୍କ ସହିତ ରହିଛି ବୋଲି, ମାତ୍ର ଆଦିବାସୀଙ୍କୁ ନ୍ୟାୟ ଦେବାରେ ସେ ପଛଘୁଞ୍ଚା । ସେହିପରି ବିଜେପି ମଧ୍ୟ କମ୍ ନୁହେଁ । ୧୯୫୬ ମସିହାରୁ ଆଦିବାସୀ ଜମି ବିକ୍ରୟ ଆଇନ୍‌ର ସଂଶୋଧନ କରିବାକୁ ସମର୍ଥ ହୋଇ ପାରୁ ନାହିଁ । ମାଲକାନଗିରି, କନ୍ଧମାଳ, କୋରାପୁଟ ଭଳି ଜିଲ୍ଲାର ଆଦିବାସୀଙ୍କୁ ଶୋଷଣ କରାଯାଉଛି । ୧୨ଶହ ଆଦିବାସୀ ଆଜି ପର୍ଯ୍ୟନ୍ତ ଜେଲରେ ରହି ନିଇତି ମରୁଛନ୍ତି, ଅଥଛ ପୁଲିସ ଚାର୍ଜସିଟ୍ ଦାଖଲ କରୁନାହିଁ ।ଏ ସବୁଙ୍କୁ ବିରୋଧ କରିବା ସହ ସେହି କଳିଙ୍ଗ ନଗର ନୀରିହ ଆଦିବାସୀଙ୍କ ଆତ୍ମାର ସଦ୍‌ଗତି କାମନା କରି ୨ ତାରିଖ ମହମବତୀ ଶୋଭାଯାତ୍ରା ସହି ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯିବ ବୋଲି ଶ୍ରୀ ରାୟମହାପାତ୍ର ସଳଚନା ଦେଇଛନ୍ତି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ଦାସ, ହେମନ୍ତ ମହାପାତ୍ର, ବଳରାମ ରାଉତ, ଇଲିୟାସ୍ ଅଲି ଖାଁ, ଅମିତା ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.