Home ଜିଲ୍ଲା ପରିକ୍ରମା ବାରିକପୁର ପଞ୍ଚାୟତ ଡିଗ୍ରୀ କଲେଜ କବାଡି ଟିମ ଜିଲ୍ଲା ଚାମ୍ପିଅନ

ବାରିକପୁର ପଞ୍ଚାୟତ ଡିଗ୍ରୀ କଲେଜ କବାଡି ଟିମ ଜିଲ୍ଲା ଚାମ୍ପିଅନ

12

ଭଦ୍ରକ, ୨୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ୍ ବାରିକପୁର ପଞ୍ଚାୟତ ଡିଗ୍ରୀ କଲେଜ କବାଡି ଟିମ୍ ଜିଲ୍ଲାସ୍ତରରେ ଚାମ୍ପିଅନ ହୋଇଛି । ସମନ୍ୱିତ ଯୁବ ବିକାଶ ଯୋଜନାରେ ଭଦ୍ରକ ରାନ୍ଦିଆ ରାମେଶ୍ୱର ପଡିଆରେ ବିଭିନ୍ନ ବ୍ଳକର ୮ଟି ଦଳକୁ ନେଇ ଗୁରୁବାର ଅନୁଷ୍ଠିତ ପ୍ରତିଯୋଗୀତାରେ ବାରିକପୁର ଡିଗ୍ରୀ କଲେଜ ଦଳ ଜିଲ୍ଲା ଚାମ୍ପିଅନ ହୋଇ ୫୦ ହଜାର ଟଙ୍କାର ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ସାଂସଦ ମଞ୍ଜଲତା ମଣ୍ଡଳ, ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଉପଜିଲ୍ଲାପାଳ ମନୋଜ ପାତ୍ର ପ୍ରମୁଖଙ୍କ ଉପସ୍ଥିତିରେ କାପ୍ତାନ ପୂଜାରାଣୀ ଯେନାଙ୍କ ନେତୃତ୍ୱରେ ବାରିକପୁର ଡିଗ୍ରୀ କଲେଜ ଦଳ ଚାନ୍ଦବାଲି ବ୍ଲକର ଚାନ୍ଦବାଲି ୱରିଅର ଦଳକୁ ୧୮ ପଏଣ୍ଟ ବ୍ୟବଧାନରେ ପରାଜିତ କରି ଚାମ୍ପିଅନ ହୋଇଥିଲା । କଲେଜ କ୍ରୀଡା ଶିକ୍ଷକ ବିଶ୍ୱରଞ୍ଜନ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ବବିତାରାଣୀ ବେହେରା, ଶ୍ଳିପିକା ରାଉତ, ଗୌରୀ ଜେନା, ଶୁଭଲକ୍ଷ୍ମୀ ଜେନା, ଲୋପାମୁଦ୍ରା ନାୟକ, ପୂଜାରାଣୀ ଜେନା, ପ୍ରୟଙ୍କା ରାଉତ, ରୁଚିସ୍ମୀତା ଶିଅଳ, ପୁଷ୍ପିତା ଦାସ, ରଶ୍ମି ଜେନା, ପୂଜା ଜେନା ପ୍ରମୁଖ କବାଡି ପ୍ରତିଯୋଗୀମାନେ କଠିନ ଅଭ୍ୟାସ କରି ଏହି ସଫଳତା ଅର୍ଜ୍ଜନ କରିଛନ୍ତି । ଚଳିତ ମାସ ଫକିର ମୋହନ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଅନୁଷ୍ଠିତ ବିଶ୍ୱବିଦ୍ୟାଳୟସ୍ତରୀୟ ପ୍ରତିଯୋଗୀତାରେ ବାରିକପୁର ହିଗ୍ରୀ କଲେଜ ଦଳ ଚାମ୍ପିଅନ ହୋଇ ସ୍ୱର୍ଣ୍ଣପଦକ ବିଜେତା ହୋଇଥିଲା । ଶୁକ୍ରବାର କଲେଜ ପରିସରରେ ଅଧ୍ୟକ୍ଷ ରମେଶ ଚନ୍ଦ୍ର ବେଉରିଆ ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ କବାଡି ବିଜେତା ଦଳକୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.