Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ଗାୟତ୍ରୀ ପରିବାରର ସାଧାରଣ ବୈଠକ

ଭଦ୍ରକ ଜିଲ୍ଲା ଗାୟତ୍ରୀ ପରିବାରର ସାଧାରଣ ବୈଠକ

12

ଭଦ୍ରକ, ୨୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଗାୟତ୍ରୀ ପରିବାରର ଏକ ସାଧାରଣ ବୈଠକ ସତ୍ ସାହିତ୍ୟ କେନ୍ଦ୍ର ବାଇପାସ୍‌ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ୟସନମୁକ୍ତ ଭାରତ ଅଭିଯାନ ସମ୍ପର୍କରେ ତଥା ଅନ୍ୟାନ୍ୟ ବିଷୟରେ ଆଲୋଚନା କରାଯାଇ ପ୍ରତ୍ୟେକ ପରିଜନ ବ୍ୟସନମୁକ୍ତ ରହିବା ତଥା ଏହି କାର୍ଯ୍ୟକ୍ରମ ସମଗ୍ର ଜିଲ୍ଲାରେ- ବ୍ୟାପକ କରିବାର ବିଚାର ନିଆଗଲା । ଜିଲ୍ଲା ଗାୟତ୍ରୀ ପରିବାରର ସମନ୍ୱୟକ ପ୍ରଦୀପ କୁମାର ନାୟକ ଏଥିରେ ସଭାପତିତ୍ୱ କରିଥିଲା ବେଳେ ଜିଲ୍ଲା ଶକ୍ତିପୀଠର ନୂତନ ଚିଫ୍ ଟ୍ରଷ୍ଟି କୈଳାସ ମହାନ୍ତି, ପୁରାତନ ଚିଫ୍ ଟ୍ରଷ୍ଟି ନୃସିଂହ ତରେଇ, କେନ୍ଦ୍ରାପଡ଼ା ଗାୟତ୍ରୀ ପରିବାରର ବରିଷ୍ଠ ପରିଜନ ଦିବ୍ୟସିଂହ ଭାଇ ମଞ୍ଚାସୀନ ଅତିଥି ଭାବରେ ଯୋଗଦେଇଥିଲେ । ଭଦ୍ରକ ଜିଲ୍ଲା ଗାୟତ୍ରୀ ପରିବାରର ବ୍ୟସନମୁକ୍ତି ଅଭିଯାନ ଦାୟିତ୍ୱରେ ଥିବା ଯୁବା ପ୍ରଭାରୀ ଅରୁଣ ମଲ୍ଳିକ ତଥା ମାନସ ସାମଲଏଥିରେ ଯୋଗ ଦେବା ସହିତ ଜିଲ୍ଲା ଶକ୍ତିପୀଠ ହିସାବ ରକ୍ଷକ ଆଲୋକ ମୁଖାର୍ଜୀ, ବ୍ୟବସ୍ଥାପକ ପ୍ରକାଶ ବେହେରା ଓ ଗାୟତ୍ରୀ ପରିବାର ସମନ୍ୱୟ ସମିତିର ସହ ସମନ୍ୱୟକ କରୁଣାକର ସାମଲ, ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷା ପ୍ରଭାରୀ ଅଧ୍ୟକ୍ଷ କୁଶ ଦେବ ମଲ୍ଲିକ ମିଡ଼ିଆ ସେଲ ଦାୟିତ୍ୱରେ ଥିବା କେଦାର ନାଥ ମହାପାତ୍ର ମହିଳା ସମନ୍ୱୟିକା କୌଶଲ୍ୟା ପ୍ରଧାନ । ସଂଗଠନ ପ୍ରଭାରୀ ଗୋକୁଳାନନ୍ଦ ରାଉତ । ରଚନାତ୍ମକ ପ୍ରଭାରୀ ସୁଶାନ୍ତ ପଣ୍ଡା ବରିଷ୍ଠ ସାଧକ ତଥା କାର୍ଯ୍ୟାଳୟ ପ୍ରଭାରୀ ଆନନ୍ଦ ଚନ୍ଦ୍ର ଦାଶଙ୍କ ସହିତ ରମେଶ ବେହେରା, ଦୁର୍ଗା ଚରଣ ଲେଙ୍କା, ନରେନ୍ଦ୍ର ବାରିକ୍‌, କୈଳାସ ସାହୁ, ବସନ୍ତ ମହାନ୍ତି, ବସନ୍ତ ମହାପାତ୍ର, ମଞ୍ଜୁଲତା ଦାଶ, କାକଳି ଖଟୁଆ, ଲୋସନା ରାଉତ, ପଦ୍ମାବତୀ ସାମଲ, ବରିଷ୍ଠ ସାଧିକା ରଙ୍ଗବତୀ ଦିଦି ଏବଂ ଅନେକ ମହିଳା ମଣ୍ଡଳର ମା’ମାନେ, ଶିକ୍ଷକ ତଥା ଯୁବ ସାଧକ ତପନ ବାରିକଙ୍କ ସହ ଅନେକ ଯୁବା ଭାଇ ଓ ଭଉଣୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।ଦୀପ ପ୍ରଜ୍ୱଳନ ଓ ଗାୟତ୍ରୀ ମନ୍ତ୍ରରେ ଆରମ୍ଭ ହୋଇଥିବା ସଭା ଶାନ୍ତି ପାଠରେ ସମାପନ କରାଗଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.